ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବଡ ଝଟକା
·2 years ago

ନୂଆଦିଲ୍ଲୀ: ସମସ୍ତ ଅପରାଧିକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଅପିଲ୍ କୁ ଖାରଚ କଲେ ଦିଲ୍ଲୀ ହାଇକୋର୍ଟ। ଏହା ସହିତ ଆବେଦନକାରୀଙ୍କ ଉପରେ 75,000 ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ କେଜେରିୱାଲ ଙ୍କ ସପକ୍ଷରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଏହି ଆବେଦନ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଅପରାଧିକ ମାମଲାରେ ଅସାଧାରଣ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା।
ଏହି ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ହୋଇଥିବା ବେଞ୍ଚ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଜଣେ ଉଚ୍ଚ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାରେ କୋର୍ଟ ଅସାଧାରଣ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିପାରିବେ ନାହିଁ ବୋଲି ଏହି ମାମଲାର ଶୁଣାଣି ରେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: