Middle East War Impact / ନାଇରା ତେଲ ଦର ବଢ଼ିଲା: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ ଦର କେତେ ବଢ଼ିଲା

Key Points
ନାଇରା ତେଲ ଦର ବଢ଼ିଲା: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ ଦର କେତେ ବଢ଼ିଲା
ଭାରତର ସବୁଠାରୁ ବଡ଼ ଘରୋଇ ଇନ୍ଧନ କମ୍ପାନୀ ମଧ୍ୟରୁ ଗୋଟିଏ ନାୟାରା ଏନର୍ଜି, ଗୁରୁବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଶରେ ତେଲ ଦରରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ତେବେ ସରକାରୀ ତୈଳ କମ୍ପାନିଗୁଡ଼ିକର ପେଟ୍ରୋଲ୍, ଡିଜେଲ୍ ଦାମ୍ ଅପରିବର୍ତ୍ତିତ ରହିଛି । ବିପୁଳ କ୍ଷତି ସତ୍ତ୍ବେ ଅନ୍ୟତମ ଘରୋଇ କମ୍ପାନି ଜିଓ-ବିପି ମଧ୍ୟ ତେଲ ଦର ବଢ଼ାଇ ନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୯ ଡଲାରକୁ ବୃଦ୍ଧି ପାଇବାରୁ ନାୟରା ତେଲ ଦର ବଢ଼ାଇବାକୁ ବାଧ୍ୟ ହୋଇଛି ।
ସରକାରୀ ତେଲ କମ୍ପାନିଗୁଡ଼ିକର କ୍ଷତିକୁ କେନ୍ଦ୍ର ସରକାର ସବ୍ସିଡି ଜରିଆରେ ଭରଣା କରୁଛନ୍ତି। କିନ୍ତୁ ଘରୋଇ କମ୍ପାନିମାନଙ୍କ ଲାଗି ସେଭଳି କୌଣସି ବ୍ୟବସ୍ଥା ନାହିଁ। ତେଣୁ ସେମାନେ ବଜାରର ସ୍ଥିତି ଅନୁସାରେ ଦର ନିର୍ଦ୍ଧାରଣ କରିବାକୁ ବାଧ୍ୟ ହେଉଛନ୍ତି। ନାୟାରା ହେଉଛି ଦେଶର ସର୍ବବୃହତ୍ ଘରୋଇ ତେଲ ବିପଣନ କମ୍ପାନି। ଏହା ଅଧୀନରେ ୬୯୬୭ଟି ପେଟ୍ରୋଲ୍ ପମ୍ପ୍ ରହିଛି। କମ୍ପାନି ପକ୍ଷରୁ ପେଟ୍ରୋଲ୍ ଲିଟର ୫ ଟଙ୍କା ଓ ଡିଜେଲ୍ ଦର ୩ ଟଙ୍କା ବୃଦ୍ଧି କରାଯାଇଛି ।
କମ୍ପାନିର ତେଲ ଦର ବିଭିନ୍ନ ରାଜ୍ୟର ସ୍ଥାନୀୟ ଟିକସ ଅନୁସାରେ ଭିନ୍ନ ଭିନ୍ନ ରହୁଛି। କିଛି ଦିନ ତଳେ ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍ ଓ ଭାରତ ପେଟ୍ରୋଲିୟମ୍ ପକ୍ଷରୁ ପ୍ରିମିୟମ୍ ପେଟ୍ରୋଲ୍ ଦାମ୍ରେ ୨-୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଫଳରେ ଏକ୍ସପି୯୫ ଓ ପାୱାର ଭଳି ବ୍ରାଣ୍ଡେଡ୍ ପେଟ୍ରୋଲ୍ର ଲିଟର ପିଛା ଦାମ୍ ଯଥାକ୍ରମେ ୧୧୧.୬୮ ଟଙ୍କା ଓ ୧୧୩.୭୭ ଟଙ୍କାକୁ ବୃଦ୍ଧି ପାଇଥିଲା।
ପଢନ୍ତୁ ଏହି ଖବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ବଢିଲା ପେଟ୍ରୋଲ-ଡିଜେଲ ଦର
ଯୁଦ୍ଧ ବିରତି
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଚତୁର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଯୁଦ୍ଧ ବିରତି ରହିଛି। ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ଜାରି ରହିଛି। ଯୁଦ୍ଧ ପ୍ରଭାବରେ ବିଶ୍ବର ପ୍ରମୁଖ ସାମୁଦ୍ରିକ ଜଳପଥ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକ ସ୍ବାଭାବିକ ଭାବେ ଚଳାଚଳ କରିପାରୁନଥିବାରୁ ଦେଶକୁ ତେଲ ଓ ଗ୍ୟାସ୍ ଆସିପାରୁନାହିଁ। ସେଥିପାଇଁ ଭାରତରେ ଘୋର ଏଲ୍ପିଜି ସଙ୍କଟ ଦେଖାଦେଇଛି ।
ତେଲକୁ ନେଇ ଯଦିଓ ସେଭଳି ଜରୁରୀକାଳୀନ ସ୍ଥିତି ନାହିଁ, କିନ୍ତୁ ଗୁଜବ ପ୍ରଭାବରେ କିଛି ରାଜ୍ୟରେ ପେଟ୍ରୋଲ୍ ପମ୍ପ୍ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେଲ ସରିଯିବା ଭୟରେ ଲୋକମାନେ ପେଟ୍ରୋଲ୍ ପମ୍ପ୍ରେ ପହଞ୍ଚି ତେଲ ପକାଉଛନ୍ତି। ତେବେ ସରକାର ଓ ତିନି ସରକାରୀ ତୈଳ କମ୍ପାନି ପ୍ରତିଦିନ ଭରସା ଦେଉଛନ୍ତି ଯେ ଦେଶରେ ତେଲର କୌଣସି ଅଭାବ ନାହିଁ। ଗୁଜବରେ ବିଶ୍ବାସ ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଏଥିସହ ପଢ଼ନ୍ତୁ: ଏହି ରାଜ୍ୟରେ ୫ ଟଙ୍କା ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଲାଗିବ ଅନାଥ ଓ ବିଧବା ସେସ୍
📱 Get Argus News App
✨Related Topics
Explore more stories