Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର

National

Election Campaign / ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର

Rashmita Mishra
Browse all articles by Rashmita Mishra
·4 days ago·2 min read
ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର
Election Campaign

Key Points

ମଇଦାନରେ ମୋଦି-ଶାହ ଓ ଯୋଗୀଙ୍କ ମାରାଥନ କ୍ୟାମ୍ପେନ୍ । 
ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ପଶ୍ଚିମବଙ୍ଗ । 
ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଭିୱେଟଙ୍କ ଶେଷ ପ୍ରୟାସ । 

ଆଜି ଥମିବ ବଙ୍ଗ ସମରର ପ୍ରଚାର... ମଇଦାନରେ ମୋଦି-ଶାହ ଓ ଯୋଗୀଙ୍କ ମାରାଥନ କ୍ୟାମ୍ପେନ୍ । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ପଶ୍ଚିମବଙ୍ଗ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଭିୱେଟଙ୍କ ଶେଷ ପ୍ରୟାସ ।

ବଙ୍ଗ ମଇଦାନରେ ହେଭିୱେଟଙ୍କ ମାରାଥନ ପ୍ରଚାର । ଥମିବ ନିର୍ବାଚନୀ ଉଷ୍ମତା । ଆଜି ଶେଷ ହେଉଛି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ବିଜେପିର ହେଭିୱେଟ୍ ନେତା ।

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ଆସନ୍ତା ବୁଧବାର ଅର୍ଥାତ୍ ଏପ୍ରିଲ ୨୯ରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ମତଦାନ ଶେଷ ହୋଇଥିବା ବେଳେ ଏବେ ବାକି ଆସନ ହାତେଇବାକୁ ନେତାଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା ।

ଆଜି ପ୍ରଚାରର ଶେଷ ଦିନରେ ବିଜେପିର ଶୀର୍ଷ ନେତୃତ୍ୱ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଶାଳ ଜନସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୧ଟା ୪୫ରେ ବାରାକପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ମୋଦି-ଶାହଙ୍କ ମାରାଥନ ପ୍ରଚାର, TMC ଓ କଂଗ୍ରେସକୁ କଲେ କଡ଼ା ସମାଲୋଚନା

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳୁ ଗଙ୍ଗାସାଗରରେ ସ୍ନାନ କରିବା ସହ କପିଳ ମୁନି ଆଶ୍ରମ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବେହେଲାର ଡାଇମଣ୍ଡ ହାର୍ବର ରୋଡରେ ବିଶାଳ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିବେ ଶାହ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି କଲ୍ୟାଣୀ, ଧନେଖାଲି, ଦମ୍‌ଦମ୍ ଏବଂ ରାଜରହାଟ ଗୋପାଳପୁରରେ ବ୍ୟାକ-ଟୁ-ବ୍ୟାକ ରୋଡ୍ ଶୋ’ ଏବଂ ସାଧାରଣ ସଭା କରି ପ୍ରଚାର ମଇଦାନକୁ କମ୍ପାଇବେ । ସମଗ୍ର ଦେଶର ନଜର ଏବେ ବଙ୍ଗ ମଇଦାନ ଉପରେ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ମେ ୪ ତାରିଖରେ ସ୍ପଷ୍ଟ ହେବ ଯେ ପଶ୍ଚିମବଙ୍ଗରେ କାହାର ଗଡ଼ ରହିବ ଏବଂ କିଏ କ୍ଷମତାକୁ ଆସିବ। ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଦିଆ ତେହଟ୍ଟା ଓ ଦକ୍ଷିଣ ରାଣାଘାଟରେ କ୍ୟାମ୍ପେନ ଅବସରରେ TMC ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଓ TMC କ୍ଷମତାରେ ଥିବା ବେଳେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି । ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ମେ ୪ରେ ବେଙ୍ଗଲରେ ପଦ୍ମ ଫୁଟିବ ।

ବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୪୨ଟି ଆସନ ପାଇଁ ମତଦାନ ହେବ । ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ମେ ୪'ରେ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Campaign | High-Voltage Campaigning Ends for Second Phase Today | Argus News