West Bengal Elections / ପଶ୍ଚିମବଙ୍ଗରେ ମୋଦି-ଶାହଙ୍କ ମାରାଥନ ପ୍ରଚାର, TMC ଓ କଂଗ୍ରେସକୁ କଲେ କଡ଼ା ସମାଲୋଚନା
·3 days ago·2 min read

Key Points
କାଲି ଶେଷ ହେବ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର
ଦ୍ବିତୀୟ ପର୍ଯ୍ୟାୟରେ ୧୪୨ ଆସନରେ ପଡ଼ିବ ଭୋଟ
ଆଜି ପିଏମ୍ ମୋଦି ଓ ଅମିତ ଶାହଙ୍କ ମାରାଥନ ପ୍ରଚାର

ଆସନ୍ତାକାଲି ଶେଷ ହେବ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର । ଦ୍ବିତୀୟ ପର୍ଯ୍ୟାୟରେ ୧୪୨ ଆସନରେ ପଡ଼ିବ ଭୋଟ । ଆଜି ପିଏମ୍ ମୋଦି ଓ ଅମିତ ଶାହଙ୍କ ମାରାଥନ ପ୍ରଚାର । TMC ଓ କଂଗ୍ରେସକୁ କଲେ କଡ଼ା ସମାଲୋଚନା, କହିଲେ, ମା'କୁ କାନ୍ଦାଇଛି, ମାଟିକୁ ମାଫିଆ ଏବଂ ଅନୁପ୍ରବେଶକାରୀଙ୍କୁ ହସ୍ତାନ୍ତର କରିଛି । ଏଥର ବଙ୍ଗରେ ପରିବର୍ତ୍ତନ ନିଶ୍ଚିତ ।
ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ବଙ୍ଗ ମଇଦାନ । ଆଉ ହାତରେ ମାତ୍ର ଗୋଟିଏ ଦିନର ସମୟ । ବିଜେପି ହେଭିୱେଟ କରିଛନ୍ତି ମାରାଥନ ପ୍ରଚାର । ସୋମବାର ଶେଷ ହେବ ନିର୍ବାଚନ ପ୍ରଚାର । ରବିବାର ବନଗାଁ ଏବଂ ହୁଗୁଳିର ହରିପାଲରେ ପିଏମ୍ ମୋଦି ଜୋରଦାର ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ୨୪ ପରଗନାର ଠାକୁରମୁଣ୍ଡାରେ ଏକ ଜନସଭାକୁ ସମ୍ବୋଧିତ କରି ଟିଏମସକୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, TMC ସରକାର ମାଟିକୁ ମାଫିଆ ଓ ଅନୁପ୍ରେବେଶକାରୀଙ୍କ ହାତକୁ ଟେକିଦେଇଥିଲା ଏବଂ ସେମାନଙ୍କ ନୀତି ମା’କୁ କନ୍ଦାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଦିଆ ତେହଟ୍ଟା ଓ ଦକ୍ଷିଣ ରାଣାଘାଟରେ କ୍ୟାମ୍ପେନ ଅବସରରେ TMC ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଓ TMC କ୍ଷମତାରେ ଥିବା ବେଳେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି । ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ମେ ୪ରେ ବେଙ୍ଗଲରେ ପଦ୍ମ ଫୁଟିବ ।
ବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୪୨ଟି ଆସନ ପାଇଁ ମତଦାନ ହେବ । ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ମେ ୪'ରେ ହେବ ।

ଅଧିକ ପଢ଼ନ୍ତୁ: ଅଙ୍ଗ ଓ କଳିଙ୍ଗ ପରେ ବଙ୍ଗରେ ବି ବିଜେପି ଉଡ଼ାଇବ ବିଜୟ ବାନା !
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଦିଆ ତେହଟ୍ଟା ଓ ଦକ୍ଷିଣ ରାଣାଘାଟରେ କ୍ୟାମ୍ପେନ ଅବସରରେ TMC ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଓ TMC କ୍ଷମତାରେ ଥିବା ବେଳେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି । ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ମେ ୪ରେ ବେଙ୍ଗଲରେ ପଦ୍ମ ଫୁଟିବ ।
ବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୪୨ଟି ଆସନ ପାଇଁ ମତଦାନ ହେବ । ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ମେ ୪'ରେ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories