Bihar Election Results / ନିର୍ବାଚନ ପ୍ରଚାରରେ 'ହିରୋ', ଫଳାଫଳରେ 'ଜିରୋ'...PKଙ୍କ ଦଳର ଦୁର୍ବଳ ପ୍ରଦର୍ଶନ
·10 months ago·2 min read

Key Points
ଜାରି ରହିଛି ଭୋଟ୍ ଗଣତି । ପ୍ରଶାନ୍ତ କିଶୋର ନିର୍ବାଚନ ପ୍ରଚାରରେ ହିରୋ । କିନ୍ତୁ ଫଳାଫଳରେ ଜିରୋ ।
ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିହାରରେ ପ୍ରଚଣ୍ଡ ବହୁମତ ଆଗକୁ ବଢ଼ୁଛି । ସେପଟେ ବିହାରରେ ପରିବର୍ତ୍ତନ ଆଣିବା ପାଇଁ ଦାବି କରିଥିବା ପ୍ରଶାନ୍ତ କିଶୋରଙ୍କୁ ବିଧାନସଭା ନିର୍ବାଚନ ଫଳାଫଳରେ ଏକ ବଡ଼ ଝଟକା ଲାଗିଛି ।
ବିହାର ନିର୍ବାଚନ ଫଳାଫଳକୁ ନେଇ ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ, ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଗୋଟିଏ ଆସନରେ ଆଗୁଆ ନାହିଁ । ଜନ ସୁରାଜ ପାର୍ଟି ବିହାରରେ ୨୩୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବିହାରରେ ମତଦାନ ହାର ବୃଦ୍ଧି ମଧ୍ୟ ପ୍ରଶାନ୍ତ କିଶୋର ଲାଭଦାୟକ ହେଉଥିବା ପରି ମନେ ହେଉନାହିଁ । ସୂଚନା ଅନୁସାରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳ ବିହାରରେ ନିଜକୁ ଏକ ବିକଳ୍ପ ଭାବେ ଉପସ୍ଥାପନ କରିଥିଲା ।
ନିର୍ବାଚନ ପୂର୍ବରୁ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଯେତେବେଳେ ଦଳ ତା'ର ପ୍ରଥମ ତାଲିକା ପ୍ରକାଶ କଲା, ସେତେବେଳେ ରିତେଶ ପାଣ୍ଡେଙ୍କୁ କରଗାହାର ଆସନରୁ ପ୍ରାର୍ଥୀ କରାଯାଇଥିଲା । ଯେଉଁଠାରୁ ପ୍ରଶାନ୍ତ କିଶୋରଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଯେତେବେଳେ ତାଙ୍କ ନାମ ଘୋଷଣା କରାଯାଇ ନଥିଲା, ସେତେବେଳେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ଦଳର ଦ୍ୱିତୀୟ ତାଲିକାରେ ତାଙ୍କ ନାଁ ଆସିବ । କିନ୍ତୁ ଦ୍ୱିତୀୟ ତାଲିକାରେ ତାଙ୍କ ନାମ ମଧ୍ୟ ସାମିଲ ନଥିଲା । ସେ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମଧ୍ୟ ଆଲୋଚନା ହେଉଥିଲା, କିନ୍ତୁ ପ୍ରଶାନ୍ତ କିଶୋର ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।
ସେପଟେ ଚଳିତ ବିହାର ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି । ବିହାରର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ୬୭.୧୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବିହାରର କୌଣସି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଆବଶ୍ୟକ ନଥିଲା। ମତଦାନ ସମୟରେ ହିଂସାର ମଧ୍ୟ ଶୂନ୍ୟ ଘଟଣା ଘଟିଥିଲା। ସାମଗ୍ରିକ ଭାବରେ, ଏହି ନିର୍ବାଚନରେ ଏକ ସ୍ୱଚ୍ଛ ଏବଂ ହିଂସାମୁକ୍ତ ଭାବେ ଶେଷ ହୋଇଛି ।
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ କେଉଁ ଦଳ-କେତେ ଆସନରେ ଆଗୁଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
NDA
BJP - ୮୯
JDU - ୭୯
LJPRV - ୨୧
HAM (S) - ୪
RLM - ୩
ମହାଗଠବନ୍ଧନ
RJD - ୩୧
କଂଗ୍ରେସ - ୪
CPI (ML) - ୪
CPI (M) - ୧
ଅନ୍ୟ
AIMIM - ୫
BJP - ୮୯
JDU - ୭୯
LJPRV - ୨୧
HAM (S) - ୪
RLM - ୩
ମହାଗଠବନ୍ଧନ
RJD - ୩୧
କଂଗ୍ରେସ - ୪
CPI (ML) - ୪
CPI (M) - ୧
ଅନ୍ୟ
AIMIM - ୫
Related Topics
Explore more stories