Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭୁଟାନ ଗସ୍ତ ବାତିଲ

National

ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭୁଟାନ ଗସ୍ତ ବାତିଲ

Jitendra Dash
Browse all articles by Jitendra Dash
·2 years ago
ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭୁଟାନ ଗସ୍ତ ବାତିଲ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଭୁଟାନ ଗସ୍ତ ବାତିଲ । ଭୁଟାନର ପାରୋ ବିମାନବନ୍ଦରରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ଖୁବଶୀଘ୍ର ଗସ୍ତର ନୂତନ ତାରିଖ ଘୋଷଣା କରାଯିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

କିଛିଦିନ ପୂର୍ବରୁ ଭୁଟାନ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ଭାରତ ଗସ୍ତରେ ଆସିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସହ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଥିଲେ । ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM’s Bhutan trip cancelled due to inclement weather, massive temp drop in eastern India | Argus News