PM Kisan Instalment / ଆଜି ଚାଷୀଙ୍କ ଖାତାକୁ ଆସିବ ୨,୦୦୦ ଟଙ୍କା, ଓଡ଼ିଶାର ୩୫ ଲକ୍ଷ ଚାଷୀ ହେବେ ଉପକୃତ
·14 mins ago·2 min read

Key Points
ଆଜି ଚାଷୀଙ୍କୁ ମିଳିବ PM କିଷାନ ଟଙ୍କା
ଆଜି ଖାତାକୁ ଆସିବ PM କିଷାନର ୨୪ତମ କିସ୍ତି
ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପାଇବେ ୭ ଶହ କୋଟିରୁ ଅଧିକ ଟଙ୍କା

ଆଜି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ PM କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଅର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ବନାସକାଣ୍ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଯୋଗ୍ୟ ଚାଷୀ ଉପକୃତ ହେବାକୁ ଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ପଠାଯିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରଠାରେ ମଧ୍ୟ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଗୁଜୁରାଟର ବନାସକାଣ୍ଠାଠାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ସିଧାସଳଖ ଏହି ଅର୍ଥ ରାଶି ପଠାଇବେ । ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଚାଷୀଙ୍କ ଉପରେ ବିଶେଷ ଫୋକସ୍ ରହିଛି, ଯେଉଁଥିରେ ରାଜ୍ୟର ପ୍ରାୟ ୩୫ ଲକ୍ଷରୁ ଅଧିକ ଚାଷୀ ଏହି ଆର୍ଥିକ ସହାୟତା ପାଇବାକୁ ଯାଉଛନ୍ତି । କାଲି ସକାଳ ୯ଟାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି ପରିସରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସାମିଲ ହେବେ ।
ପିଏମ୍ କିଷାନ ଯୋଜନା: ଆପଣଙ୍କ ଖାତାକୁ ଆସିଛି କି ୨,୦୦୦ ଟଙ୍କା? ଘରେ ବସି ଏମିତି କରନ୍ତୁ ଚେକ୍
ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତିର ୨,୦୦୦ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ, ତାହା ଏବେ ଘରେ ବସି ସହଜରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ପିଏମ୍ କିଷାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜ କିସ୍ତିର ସ୍ଥିତି ଯାଞ୍ଚ କରିପାରିବେ ।
ଏଥି ସହ ପଢନ୍ତୁ: ଚାଷୀଙ୍କ ପାଇଁ ବଡ଼ ଖବର…କାଲି ମିଳିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ଚେକ୍ କରିବେ କିସ୍ତିର ଟଙ୍କା ?
୧. ପ୍ରଥମେ ପିଏମ୍ କିଷାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in କୁ ଯାଆନ୍ତୁ
୨. ହୋମ୍ ପେଜ୍ରେ ଥିବା Farmers Corner ବିଭାଗକୁ ଯାଇ Know Your Status ଉପରେ କ୍ଲିକ୍ କରନ୍ତୁ
୩. ଏହାପରେ ନିଜର ରେଜିଷ୍ଟ୍ରେସନ୍ ନମ୍ବର ଓ ସ୍କ୍ରିନ୍ରେ ଦେଖାଯାଉଥିବା କ୍ୟାପଚା ଭରନ୍ତୁ
୪. ଆବଶ୍ୟକୀୟ ତଥ୍ୟ ଦେବା ସହ OTP ମାଧ୍ୟମରେ ନିଜର ପରିଚୟ ଯାଞ୍ଚ କରନ୍ତୁ
୫. ଏହାପରେ ଆପଣଙ୍କ ସାମ୍ନାରେ କିସ୍ତିର ସ୍ଥିତି ଦେଖାଯିବ। ଏଥିରେ ଟଙ୍କା ପଠାଯାଇଛି କି ଏବେ ବି ପେମେଣ୍ଟ ଅଟକି ରହିଛି, ତାହା ଜାଣିପାରିବେ
କିସ୍ତି ଟଙ୍କା ଆସିନାହିଁ ତେବେ କ'ଣ କରିବେ ?
ଯଦି ଆପଣଙ୍କ ପେମେଣ୍ଟ ଷ୍ଟାଟସ୍ ଦେଖାଉନାହିଁ କିମ୍ବା କିସ୍ତି ଟଙ୍କା ଅଟକି ରହିଛି, ତେବେ ପ୍ରଥମେ ନିଜର e-KYC ଯାଞ୍ଚ କରନ୍ତୁ । ଏହା ସହ ଜମି ସମ୍ବନ୍ଧୀୟ ତଥ୍ୟ ଠିକ୍ ଅଛି କି ନାହିଁ ମଧ୍ୟ ଯାଞ୍ଚ କରିନିଅନ୍ତୁ ।
ଏନେଇ ଅଧିକ ସୂଚନା କିମ୍ବା ସହାୟତା ପାଇଁ ପିଏମ୍ କିଷାନ ହେଲ୍ପଲାଇନ୍ ନମ୍ବର ୧୫୫୨୬୧ କିମ୍ବା ୦୧୧-୨୪୩୦୦୬୦୬ରେ ଯୋଗାଯୋଗ କରିପାରିବେ। ଏହାବ୍ୟତୀତ ପିଏମ୍ କିଷାନ ପୋର୍ଟାଲ୍ରେ ଥିବା କିଷାନ ଇ-ମିତ୍ର ଚାଟ୍ବଟ୍ ମାଧ୍ୟମରେ ମଧ୍ୟ ନିଜ ସମସ୍ୟାର ସମାଧାନ ସମ୍ପର୍କରେ ତଥ୍ୟ ପାଇପାରିବେ ।

Related Topics
Explore more stories