Dharmendra Pradhan Bhopal Visit / 'ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ'
·2 hours ago·2 min read

Key Points
ମୋଦି ସରକାରଙ୍କ ୧୨ ବର୍ଷ ପୂରଣ
ଉପଲବ୍ଧି ଗଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଗରିବ, କୃଷକ, ମହିଳା ଓ ଯୁବଙ୍କ ପାଇଁ ୧୨ ବର୍ଷର ବଡ଼ ପଦକ୍ଷେପ

ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଗତ ୧୨ ବର୍ଷରେ ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ବୋଲି ଭୋପାଳ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୋପାଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୃଥକ ପୃଥକ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହା ସହ ସେ ଆତ୍ମନିର୍ଭର ମହିଳା ସମ୍ମାନ ଓ ବିକଶିତ ଭାରତ ସଂକଳ୍ପ: ଏକ ବିକଶିତ ଭାରତ ଅଭିମୁଖେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରାଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଶ୍ବାସ, ବିକାଶ ଏବଂ ଜନକଲ୍ୟାଣର ୧୨ ସଫଳ ହୋଇଛି । ଏହି ଯାତ୍ରା ଦେଶର ପ୍ରତ୍ୟେକ ବର୍ଗକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଏବଂ ସେବା ଓ ସୁଶାସନର ସଂକଳ୍ପକୁ ମଜବୁତ କରିବାର ଯାତ୍ରା ଅଟେ । ଅନ୍ତୋଦୟ ଭାବନା ସହ ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କୁ କେନ୍ଦ୍ରରେ ରଖାଯାଇଛି । ଆବାସ ଯୋଜନା, ଉଜ୍ଜ୍ବଳା ଯୋଜନା, ଜନଧନ ଯୋଜନା, ଲକ୍ଷପତି ଦିଦି, ପିଏମ କିଷାନ ସମ୍ମାନ ନିଧି, ଆୟୁଷ୍ମାନ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅନେକ ଐତିହାସିକ ପଦକ୍ଷେପ ନିଆ ଯାଇଛି । ଆଜି ମହିଳା ନେତୃତ୍ବାଧୀନ ବିକାଶ ଭାବନା ସହ ଦେଶର ନାରୀ ଶକ୍ତି କେବଳ ସହଭାଗୀ ନୁହେଁ, ବରଂ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ସେହିପରି ଆତ୍ମନିର୍ଭର ମହିଳା ସମ୍ମାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହ ସେମାନଙ୍କ ପରିଶ୍ରମ, ପ୍ରତିଭା ଓ ଆତ୍ମବିଶ୍ଵାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଜିର ନାରୀ ଶକ୍ତି ସ୍କିଲ ଓ ଇନୋଭେସନ ମାଧ୍ୟମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି । ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ଅଧିକ ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଏହି ଅଭିଯାନରେ ଆଇଆଇଏମ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଯୋଡ଼ାଯିବ, ଯାହାଦ୍ବାରା ମହିଳାମାନଙ୍କୁ ଉଦ୍ୟମିତା ଓ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରିବ ବୋଲି ସେ କହିଛନ୍ତି ।
ଏହାବ୍ୟତୀତ ଭୋପାଳ ମହାନଗର ନିଗମର ନବନିର୍ମିତ ମୁଖ୍ୟାଳୟ ‘ଅଟଳ ଭବନ’ରେ କର୍ପୋରେଟରମାନଙ୍କ ସହ ଆଲୋଚନା କରି ସହରରେ ପାଇପ୍ ପ୍ରାକୃତିକ ଗ୍ୟାସର ବ୍ୟବହାର ବଢ଼ାଇ ଶକ୍ତି ଓ ପରିବେଶ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଭୋପାଳ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ ।
आज भोपाल में आदरणीय प्रधानमंत्री श्री @narendramodi जी के नेतृत्व में विश्वास, विकास और जनकल्याण के सफल 12 वर्ष पूर्ण होने के अवसर पर मीडिया साथियों से संवाद किया। इस अवसर पर मध्यप्रदेश के माननीय मुख्यमंत्री @DrMohanYadav51 जी, @BJP4MP के माननीय अध्यक्ष श्री @Hkhandelwal1964 जी,… pic.twitter.com/3ws0ReJDNU
— Dharmendra Pradhan (@dpradhanbjp) June 13, 2026
ଭୋପାଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୃଥକ ପୃଥକ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହା ସହ ସେ ଆତ୍ମନିର୍ଭର ମହିଳା ସମ୍ମାନ ଓ ବିକଶିତ ଭାରତ ସଂକଳ୍ପ: ଏକ ବିକଶିତ ଭାରତ ଅଭିମୁଖେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରାଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଶ୍ବାସ, ବିକାଶ ଏବଂ ଜନକଲ୍ୟାଣର ୧୨ ସଫଳ ହୋଇଛି । ଏହି ଯାତ୍ରା ଦେଶର ପ୍ରତ୍ୟେକ ବର୍ଗକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଏବଂ ସେବା ଓ ସୁଶାସନର ସଂକଳ୍ପକୁ ମଜବୁତ କରିବାର ଯାତ୍ରା ଅଟେ । ଅନ୍ତୋଦୟ ଭାବନା ସହ ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କୁ କେନ୍ଦ୍ରରେ ରଖାଯାଇଛି । ଆବାସ ଯୋଜନା, ଉଜ୍ଜ୍ବଳା ଯୋଜନା, ଜନଧନ ଯୋଜନା, ଲକ୍ଷପତି ଦିଦି, ପିଏମ କିଷାନ ସମ୍ମାନ ନିଧି, ଆୟୁଷ୍ମାନ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅନେକ ଐତିହାସିକ ପଦକ୍ଷେପ ନିଆ ଯାଇଛି । ଆଜି ମହିଳା ନେତୃତ୍ବାଧୀନ ବିକାଶ ଭାବନା ସହ ଦେଶର ନାରୀ ଶକ୍ତି କେବଳ ସହଭାଗୀ ନୁହେଁ, ବରଂ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ସେହିପରି ଆତ୍ମନିର୍ଭର ମହିଳା ସମ୍ମାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହ ସେମାନଙ୍କ ପରିଶ୍ରମ, ପ୍ରତିଭା ଓ ଆତ୍ମବିଶ୍ଵାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଜିର ନାରୀ ଶକ୍ତି ସ୍କିଲ ଓ ଇନୋଭେସନ ମାଧ୍ୟମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି । ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ଅଧିକ ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଏହି ଅଭିଯାନରେ ଆଇଆଇଏମ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଯୋଡ଼ାଯିବ, ଯାହାଦ୍ବାରା ମହିଳାମାନଙ୍କୁ ଉଦ୍ୟମିତା ଓ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରିବ ବୋଲି ସେ କହିଛନ୍ତି ।
ଏହାବ୍ୟତୀତ ଭୋପାଳ ମହାନଗର ନିଗମର ନବନିର୍ମିତ ମୁଖ୍ୟାଳୟ ‘ଅଟଳ ଭବନ’ରେ କର୍ପୋରେଟରମାନଙ୍କ ସହ ଆଲୋଚନା କରି ସହରରେ ପାଇପ୍ ପ୍ରାକୃତିକ ଗ୍ୟାସର ବ୍ୟବହାର ବଢ଼ାଇ ଶକ୍ତି ଓ ପରିବେଶ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଭୋପାଳ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories