Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi Address Nation / ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ PM ମୋଦି, ହୋଇପାରେ ବଡ଼ ଘୋଷଣା ?

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ PM ମୋଦି, ହୋଇପାରେ ବଡ଼ ଘୋଷଣା ?
Narendra Modi

Key Points

ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ପଶ୍ଚିମ ଏସିଆ ସ୍ଥିତି, CCS ବୈଠକ ନେଇ କହିପାରନ୍ତି ପିଏମ
ମହିଳା ସଂରକ୍ଷଣ ପ୍ରସଙ୍ଗରେ ବି କହିପାରନ୍ତି ମୋଦି
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ କାଟ୍‌ ଖାଇବାର ଗୋଟିଏ ଦିନ ପରେ, ଶନିବାର ରାତି ୮:୩୦ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ କେଉଁ ବିଷୟ ଉପରେ ଦେଶକୁ ସମ୍ବୋଧିତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିନାହାଁନ୍ତି । ତଥାପି, ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


ମୋଦୀ କରିବେ ବଡ଼ ଘୋଷଣା! | PM Modi to Address Nation at 8:30 PM Amid west asia Tensions

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ମହିଳା ସଂରକ୍ଷଣ ବିଲ୍ ସମର୍ଥନ ନ କରି "ଦୋଷୀ" ଏବଂ ମହିଳା ବିରୋଧୀ କାମ କରୁଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଏହି ମତକୁ ଏକ ଭୁଲ ବୋଲି କହିଛନ୍ତି ଏବଂ ଭବିଷ୍ୟତରେ ସେମାନେ ଏହାର ରାଜନୈତିକ ମୂଲ୍ୟ ଦେବାକୁ ଚେତାବନୀ ଦେଇଛନ୍ତି । ସୂତ୍ର ଅନୁଯାୟୀ, ସେ ଗୁରୁତ୍ୱାରୋପ କରିଛନ୍ତି ଯେ ମହିଳାଙ୍କ ପ୍ରତି ବିରୋଧୀଙ୍କ ନକାରାତ୍ମକ ମନୋଭାବ ରହିଛି ବୋଲି ବାର୍ତ୍ତା ଦେଶର ପ୍ରତ୍ୟେକ ଗାଁକୁ ପହଞ୍ଚାଇବା ଉଚିତ ।
କ୍ୟାବିନେଟ୍ ବୈଠକ ସମୟରେ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଏବେ ସେମାନଙ୍କ ସ୍ଥିତିକୁ ଯଥାର୍ଥ କରିବାକୁ ଚେଷ୍ଟା କରୁଛନ୍ତି । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନ ହେବା ପରେ ରାଜନୈତିକ ଅସ୍ଥିରତା ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Narendra Modi to Address Nation at 8:30 PM: Big Announcement Expected | Argus News