Narendra Modi / ଦେଶବାସୀଙ୍କୁ ସନ୍ଧ୍ୟାରେ କ'ଣ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ?

Key Points
ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କ'ଣ କହିବେ ? ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି ।
ନୂଆଦିଲ୍ଲୀ: ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କ'ଣ କହିବେ ? ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି ।
GST ସ୍ଲାବରେ ହୋଇଥିବା ପରିବର୍ତ୍ତନ ଲାଗୁର ଠିକ୍ ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି, ପ୍ରଧାନମନ୍ତ୍ରୀ ମୋଦି ସମ୍ଭବତଃ GST ସୁଧାର ଉପରେ କହି ପାରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ କେଉଁ ବିଷୟରେ କହିବେ, ସେ ନେଇ ଔପଚାରିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
PM @narendramodi will be addressing the nation at 5 PM this evening.
— PMO India (@PMOIndia) September 21, 2025
ଏହାଛଡ଼ା ଆମେରିକା H-1B Visa ନେଇ ନେଇଥିବା ନିଷ୍ପତ୍ତି ଦ୍ଵାରା ହଜାର ହଜାର ଭାରତୀୟ ପ୍ରଭାବିତ ହୋଇପାରନ୍ତି । ଏହା ଉପରେ କହି ପାରନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଟାରିଫ୍କୁ ନେଇ ଭାରତ-ଆମେରିକା ମଧ୍ୟରେ ଥିବା ତିକ୍ତତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ଆଶା କରାଯାଉଛି ।
୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ଵ ନେବା ପର ଠାରୁ ସରକାରଙ୍କ ବଡ଼ ଘୋଷଣା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରି ଆସୁଛନ୍ତି । ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ନୋଟ୍ ବନ୍ଦୀ ଗୋଷଣା କରିଥିଲେ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ସୁବାସ, ସୌଭିକ ଓ ପ୍ରଫୁଲ୍ଲ ଏକାଠି ହେଲେ; ଦେବାଶିଷ ସାମନ୍ତରାୟ କୁଆଡ଼େ ଗଲେ ?
୨୦୧୮ ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକ୍ ନେଇ ସୂଚନା ଦେଇଥିଲେ । ୨୦୨୦ ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ କୋଭିଡ୍ ପାଇଁ ୩ ସପ୍ତାହ ବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ । ଏପ୍ରିଲ୍ ୧୪ରେ ଲକଡାଉନ୍ ବଢ଼ିବା ନେଇ ଘୋଷଣା କରିଥିଲେ । ମେରେ ପ୍ରଧାନମନ୍ତ୍ରୀ ଲକଡାଉନ୍ କୋହଳ ନେଇ ବାର୍ତ୍ତା ଦେଇଥିଲେ ।
୨୦୨୫ ମେ ୧୨ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଅପରେସନ୍ ସିନ୍ଦୂର ବାବଦରେ କହିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପିଓକେ ଓ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଅପରେସନ୍ ସିନ୍ଦୂର ମାଧ୍ୟମରେ ଧ୍ଵଂସ କରି ଦେଇଥିଲା । ଆଉ ସେପ୍ଟେମ୍ବର ୨୨ରୁ ନୂଆ GST ସ୍ଲାବ୍ ଲାଗୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧନ ବେଶ୍ ଗୁରୁତ୍ଵ ବହନ କରୁଛି ।
Related Topics
Explore more stories