Videos
|
National

ଷ୍ଟାର୍ଟ ଅପ୍‌ ମହାକୁମ୍ଭରେ ପିଏମ୍ ରଖିଲେ ଭାରତୀୟ ଅର୍ଥନୀତିର ବ୍ଲୁ ପ୍ରିଣ୍ଟ

Jitendra Dash
Browse all articles by Jitendra Dash
·2 years ago·2 min read
ଷ୍ଟାର୍ଟ ଅପ୍‌ ମହାକୁମ୍ଭରେ ପିଏମ୍ ରଖିଲେ ଭାରତୀୟ ଅର୍ଥନୀତିର ବ୍ଲୁ ପ୍ରିଣ୍ଟ

ଅର୍ଗସ ବ୍ୟୁରୋ : ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ । ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ବରେ ଆଗକୁ ବଢୁଛି ଦେଶ । ଆତ୍ମନିର୍ଭର ହେଉଛି ଭାରତ । ଏ ଦିଗରେ ବଡ଼ ଭୂମିକା ତୁଲାଉଛି ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ କ୍ୟାମ୍ପେନ୍ । ଏହି ଧାରାରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଷ୍ଟାର୍ଟ ଅପ୍ ମହାକୁମ୍ଭର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ୨୦୪୭ରେ ବିକଶିତ ଭାରତର ରୋଡ଼ମ୍ୟାପ୍ ଉପରେ କାମ ଚାଲିଛି । ସାରା ବିଶ୍ବ ଭାରତର ଯିୁବପୀଢ଼ିଙ୍କ ଶକ୍ତି ଓ ସାମର୍ଥ୍ୟ ଦେଖୁଛି । 

ଏହି ସାମର୍ଥ୍ୟ ଉପରେ ଭରସା ରଖି ଦେଶରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ନିର୍ମାଣ ଲାଗି ବହୁ ପଦକ୍ଷେପ ନିଆଯାଉଛି । ଇନୋଭେଟିଭ୍ ଇଣ୍ତିଆକୁ ଏକ ନୂଆ ପ୍ଲାଟଫର୍ମ ଦେଇଛି ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ । କେବଳ ବଡ଼ ସହର ଭିତରେ ସୀମିତ ନାହିଁ ଦେଶର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ । ଛୋଟ ସହରର ଯୁବକଙ୍କ ଦ୍ୱାରା ବି ପରାଚାଳିତ ହେଉଛି ଭାରତର ଷ୍ଟାର୍ଟଅପ୍ ବିପ୍ଳବ । ଷ୍ଟାର୍ଟ ଅପ୍ ମହାକୁମ୍ଭରେ ଏଆଇର ବଢୁଥିବା ବ୍ୟବହାର ଓ ଲୋକପ୍ରିୟତା ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପ୍ରଚାର ବେଳେ ଭାଷାକୁ ନେଇ ସମସ୍ୟା ହେଲେ ଏଆଇ ସହାୟତାରେ ସବୁ ଭାଷାରେ ସେ ନିଜ କଥା ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଭାରତରେ ପ୍ରଥମଥର ହୋଇଛି ଷ୍ଟାର୍ଟ ଅପ୍ ମହାକୁମ୍ଭର ଆୟୋଜନ । ଦେଶର ୨ ହଜାରରୁ ଅଧିକ ଷ୍ଟାର୍ଟ ଅପ୍, ଏକ ହଜାରରୁ ଅଧିକ ନିବେଶକ, ୧୦୦ରୁ ଅଧିକ ୟୁନିକର୍ଣ୍ଣ, ୩୦୦ରୁ ଅଧିକ ଇନକ୍ୟୁବେଟର ଓ ଏକ୍ସଲେଟର ନିଜ ଆଇଡିଆ ନେଇ ଏଥିରେ ସାମିଲ ହୋଇଛନ୍ତି । ୧୦ରୁ ଅଧିକ ଦେଶର ପ୍ରତିନିଧି ମଣ୍ଡଳୀ ବି ଏଥିରେ ଯୋଗ ଦେଇଛନ୍ତି । ବିକଶିତ ଭାରତ ଲାଗି ଷ୍ଟାର୍ଟଅପ୍ ମହାକୁମ୍ଭର ରହିଛି ଅନେକ ମହତ୍ୱ । ଭାରତ ଆଇଟି ଓ ସଫ୍ଟୱେୟାର କ୍ଷେତ୍ରରେ ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଭାରତରେ ଏବେ ଷ୍ଟାର୍ଟଅପ୍ ଓ ଇନୋଭେସନ କଲଚରର ଟ୍ରେଣ୍ତ୍ ଲଗାତାର ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: