Fuel Crisis / 'ବର୍ଷେ ପର୍ଯ୍ୟନ୍ତ କିଣନ୍ତୁ ନାହିଁ ସୁନା'; ଦେଶବାସୀଙ୍କୁ ଆଉ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି
·1 hour ago·2 min read

Key Points
- ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍
- 'ଏବେ ବିଶ୍ୱରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଛି'
- ପେଟ୍ରୋଲ୍ ଓ ଡିଜେଲ୍ କମ୍ ବ୍ୟବହାର କରନ୍ତୁ: ମୋଦି
- ଅଧିକ ବିଦେଶ ଯାତ୍ରାରୁ ନିବୃତ୍ତ ରହନ୍ତୁ: ମୋଦି
- ବର୍ଷେ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ, ୱାର୍କ ଫର୍ମ ହୋମ୍କୁ ଗୁରୁତ୍ୱ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ଥିରତା ଓ ବୈଶ୍ଵିକ ଅନିଶ୍ଚିତତା ମଧ୍ୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଅପିଲ୍ । କମ୍ କରନ୍ତୁ ପେଟ୍ରୋଲ୍ ଓ ଡିଜେଲ୍ର ବ୍ୟବହାର । କୋଭିଡ୍ ସମୟରେ ପ୍ରଚଳିତ ବ୍ୟବସ୍ଥାକୁ ପୁଣି ଥରେ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ କୋଭିଡ୍ ସମୟରେ ୱାର୍କ ଫର୍ମ ହୋମ୍ କରିଥିଲେ, ଅନଲାଇନ୍ରେ ମିଟିଂ କରୁଥିଲେ, ଭିଡିଓ କନଫରେନ୍ସିଂ ଚାଲିଥିଲା… । ସେଭଳି ଅନେକ ବ୍ୟବସ୍ଥା ବିକଶିତ ହୋଇଛି, ଆମର ଅଭ୍ୟାସରେ ପଡ଼ି ଯାଇଛି । ଏବେର ସମୟର ଆବଶ୍ୟକତା ଆମେ ପୁଣି ସେହି ବ୍ୟବସ୍ଥାକୁ ଆପଣାଇବା । ଯାହା ଦେଶର ସ୍ଵାର୍ଥ୍ଵ ଲାଗି ଆମକୁ ପ୍ରାଥମିକା ଦେବାକୁ ପଡ଼ିବ ।"
ଏଥିସହ ପଢ଼ନ୍ତୁ: ପୁଣି ପୁଡୁଚେରୀରେ ରଙ୍ଗାସ୍ଵାମୀ ସରକାର; ୧୩ ମେ'ରେ ନେବେ ଶପଥ
ଏବେ ସୃଷ୍ଟି ହୋଇଥିବା ସଂକଟ ପାଇଁ ଆମକୁ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ପଡ଼ିବ । କାରଣ ଦୁନିଆରେ ପେଟ୍ରୋଲ୍-ଡିଜେଲ୍ ଅତ୍ୟଧିକ ମହଙ୍ଗା ହୋଇ ପଡ଼ିଛି । ତେଣୁ ସମସ୍ତଙ୍କ ଦାୟିତ୍ଵ ପେଟ୍ରୋଲ୍-ଡିଜେଲ୍ କ୍ରୟ ଲାଗି ଖର୍ଚ୍ଚ ହେଉଥିବା ବିଦେଶ ମୁଦ୍ରା ଆମକୁ ବଞ୍ଚାଇବାକୁ ପଡ଼ିବ ।
ବୈଶ୍ଵିକ ଅନିଶ୍ଚିତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ପେଟ୍ରୋଲ୍-ଡିଜେଲ୍ ନେଇ ଅପିଲ୍ କରିଛନ୍ତି । ପିଏମ୍ ମୋଦି କହିଛନ୍ତି, "ଦୁନିଆ ଅନେକ ସମସ୍ୟାର ସାମ୍ନା କରୁଛି । କୋଭିଡ୍ ମହାମାରୀ ପରେ, ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ବିଗତ ୫ରୁ ସାଢ଼େ ୬ ବର୍ଷରେ ଆମ ସରକାର ସଂକଟରୁ ବାହାରିବାକୁ ନିୟମିତ କାର୍ଯ୍ୟ କରୁଛନ୍ତି ।"
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଯୁଦ୍ଧ ପାଇଁ ଦୁନିଆରେ ପେଟ୍ରୋଲ୍-ଡିଜେଲ୍, ଗ୍ୟାସ୍ ଓ ଖାଦ୍ୟ ଦର ଦ୍ରୁତଗତିରେ ବଢ଼ି ଚାଲିଛି । ଦରବୃଦ୍ଧି ସବୁ ସୀମା ପାର୍ କଲାଣି । ଭାରତ ପାଖରେ ତୈଳର ବଡ଼ ଭଣ୍ଡାର ନାହିଁ । ଭାରତ ଅନ୍ୟ ଦେଶରୁ ବିପୁଳ ମାତ୍ରାରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଆମଦାନୀ କରିଥାଏ ।"
ଏଥିସହ ପଢ଼ନ୍ତୁ: କାହିଁକି ବାହା ହୋଇନାହାନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ? କହିଲେ କାରଣ
ସଂକଟ ସମୟରେ ଆମକୁ କିଛି ସଂକଳ୍ପ ନେବା ସହ ନିଷ୍ଠାର ସହ ପାଳନ କରିବାକୁ ପଡ଼ିବ । ପେଟ୍ରୋଲ, ଡିଜେଲ୍ ବ୍ୟବହାର ଭାବିଚିନ୍ତି କରିବାକୁ ପଡ଼ିବ । ମେଟ୍ରୋ ଥିବା ସ୍ଥାନରେ ମେଟ୍ରୋ ବ୍ୟବହାର କରିବା, କାର୍ ପୁଲ୍ର ବ୍ୟବହାର କରିବାକୁ ଗୁରୁତ୍ଵ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories