Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଓଗଡ଼ରେ ମୋଦିଙ୍କ ରଣହୁଙ୍କାର

Jitendra Dash
Browse all articles by Jitendra Dash
·2 years ago·2 min read
ମାଓଗଡ଼ରେ ମୋଦିଙ୍କ ରଣହୁଙ୍କାର

ଅର୍ଗସ ବ୍ୟୁରୋ : ଆଜି ଛତିଶଗଡରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବସ୍ତରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ଶଙ୍କଳ୍ପ ଶଙ୍ଖନାଦ ରାଲି ସହ ଏଠାରେ ବିଜେପି ତାର ଲୋକସଭା ନିର୍ବାଚନର ଶୁଭାରମ୍ଭ କରିଛି । ଭାନପୁରୀ ଆମାବାଲ ଗ୍ରାମରେ ମୋଦି ନିଜ ସମ୍ବୋଧନରେ ବିରୋଧୀଙ୍କୁ ସିଧା ନିଶାନା ସାଧିବା ସହ କଂଗ୍ରେସ ସରକାର ଗରିବଙ୍କୁ କେମିତି ଅଣଦେଖା ଓ ଶୋଷଣ କରିଛି ସେ କଥା ବଖାଣିଥିଲେ । ଏହା ସହ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ମୋଦି । ମାଓ ପ୍ରପୀଡ଼ିତ ବସ୍ତର ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଆୟୂଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ମନେପକାଇଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଫିର ଏକବାର ମୋଦି ସରକାରର ନାରା ଦେଇଥିଲେ ଜନ ସାଧାରଣ । 

ଏପଟେ ମାଓ ଇଲାକା ଭାବେ ପରିଚିତ ବସ୍ତରରେ ବିଜେପି ସରକାର ପରେ ଦମନ ହୋଇଛନ୍ତି ଲାଲବାହିନୀ । ଲାଲକାଣ୍ଡ ଭିଆଇବା ପରିବର୍ତ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ନକ୍ସଲ । ପୂର୍ବରୁ ୨୦୨୪ ସୁଦ୍ଧା ନକ୍ସଲ ମୂଳପୋଛ ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଯାହାପରେ ମାଓ ଦମନ ପାଇଁ ହେଲିକପ୍ଟର ବ୍ୟବସ୍ଥା, ଇଣ୍ଡିଆ ରିଜର୍ଭ ବାଟାଲିଅନ, ସ୍ବତନ୍ତ୍ର ଇଣ୍ଡିଆ ରିଜର୍ଭ ବାଟାଲିଅନ ମୁତୟନ କରାୟାଇଥିଲା । ସେହିପରି ପୋଲିସ ଆଧୁନିକୀକରଣ ପାଣ୍ଠି, ସ୍ପେସିଆଲ୍ ଇନଫ୍ରାଷ୍ଟ୍ରକଚର୍ ସ୍କିମ ଯୋଗାଇ ଦେଇଛନ୍ତି ମୋଦି ସରକାର । କେନ୍ଦ୍ର ସରକାରଙ୍କ ସଠିକ ରଣନୀତି ପାଇଁ ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ବଡ଼ ସଫଳତା । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛତିଶଗଡ଼ରେ ବିଜେପିର ସରକାର ଆସିବା ପରେ ଅଂଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଆଗ୍ରହ ଦେଖାଇଛନ୍ତି ନକ୍ସଲ।  ୨୦୦୯ ମସିହାରେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲା ଦେଶରେ ନକ୍ସଲ ଘଟଣା ୨,୨୫୮ ରହିଥିଲା କିନ୍ତୁ ୨୦୨୧ରେ ଏହି ସଂଖ୍ୟା ୫୦୯କୁ ଖସି ଆସିଛି । ଯାହା ୪୦ ବର୍ଷରେ ସର୍ବନିମ୍ନ ଅଟେ । ତେବେ ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ରହିଛି । ଏଠାରେ ସମସ୍ତ ୧୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୯, ୨୬ ଏବଂ ମେ ୭ରେ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଗତ ୨୦୧୯ ଲୋକସଭା ନିର୍ବାଚନରେ ୧୧ ଆସନରୁ ୯ଟି ଆସନରେ ବିଜୟୀ ହୋଇଥିବା ବିଜେପି ଏଥର କ୍ଲିନ ସୁଇପ ଲକ୍ଷରେ ଅଛି । 
 

Sponsored
PM Modi Bastar Rally | Argus News