AI Training for Youth / ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା
·52 mins ago·2 min read

Key Points
ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି GenZଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୫ ବର୍ଷ ବୟସରୁ ନେଇ ୧୫ ବର୍ଷ ବର୍ଷ ବୟସ୍କ ଛୁଆଙ୍କୁ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ।
ନୂଆଦିଲ୍ଲୀ: ଏଆଇ ଟ୍ରେନିଂ, ମାଗଣା କୋଚିଂ, ସ୍ପୋର୍ଟ୍ସ ଟାଲେଣ୍ଟ ହଣ୍ଟ । ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଯୁବପିଢ଼ିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ବର୍ଷ ବୟସରୁ ନେଇ ୧୫ ବର୍ଷ ବର୍ଷ ବୟସ୍କ ଛୁଆଙ୍କୁ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ।
୮୦ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି GenZଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଯୁବବର୍ଗଙ୍କୁ AI ସ୍କିଲ୍ ଟ୍ରେନିଂ ଦିଆଯିବ । ଆଗାମୀ ସମୟ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରାଯିବ ।"
ଏଥିସହ ପଢ଼ନ୍ତୁ: ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା; 'ଆଗାମୀ ୭ ବର୍ଷରେ ଆରମ୍ଭ ହେବ ୫ରୁ ୮ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ'
ଏବେ ସମୟ ଡାଟା ସେଣ୍ଟରର, AIର ଅଟେ । ଆମକୁ ଭାରତକୁ ନବସୃଜନର ହବ୍ ଭାବେ ଗଢ଼ି ତୋଳିବାକୁ ପଡ଼ିବ । ତେଣୁ ଭାରତର ୧ କୋଟି ଯୁବପିଢ଼ିଙ୍କୁ AI ଟ୍ରେନିଂ ଦିଆଯିବ ବୋଲି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପ୍ରଧାନମନ୍ତ୍ରୀ ମାଗଣା କୋଚିଂର ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ମାଗଣାରେ କୋଚିଂ ଦେବା ଲାଗି ନେଟୱର୍କ ତିଆରି କରାଯିବ । ଯାହାର ଲାଭ ଗରିବ ଓ ମଧ୍ୟବିତ ପରିବାରରକୁ ମିଳିବ ।"
ଖେଲୋ ଇଣ୍ଡିଆ କଥା କହିଛନ୍ତି ପ୍ରଧାମନ୍ତ୍ରୀ ମୋଦି । କହିଛନ୍ତି, "ଖେଲୋ ଇଣ୍ଡିଆ ମିଶନରେ ଯୁବପିଢ଼ିଙ୍କୁ ସୁଯୋଗ ମିଳୁଛି । ଆମେ ୨୦୩୬ ଅଲିମ୍ପିକର ଦାବିଦାର୍ ଭାବେ ଉଭା ହୋଇଛି । ୨୦୩୦ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିବ । ଯେଉଁଥିରେ ୪୦ ପ୍ରକାରର ଖେଳ ଖେଳାଯିବ ।
ଏଥିସହ ପଢ଼ନ୍ତୁ: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ଥରିଲା ସାରା ଦେଶ
ଖେଳାଳି ହେବାକୁ ତାଲିମ୍ ଦିଆଯିବ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "୨୦୩୬ରେ ଭାରତରେ ଅଲିମ୍ପିକ ଆୟୋଜନ ପାଇଁ ପ୍ରୟାସ ଚାଲିଛି । ଯେଉଁ ବର୍ଗରେ ଭାରତ ଏବେ ଖେଳୁ ନାହିଁ, ସେଥିରେ ଆମର ଉପସ୍ଥିତି ଓ ସାମର୍ଥ୍ୟ ବୃଦ୍ଧି କରାଯିବ । ଆମକୁ ୨୦୩୬ ପାଇଁ ଖେଳାଳି ଦରକାର । ସେଥିପାଇଁ ୫ରୁ ୧୫ ବର୍ଷର ଛୁଆଙ୍କ ଖେଳ ପ୍ରତିଭା ବିକଶିତ କରିବାକୁ ପଡ଼ିବ । ଆମ ଦେଶରେ ଟାଲେଣ୍ଟ ହଣ୍ଟ କରିବା ଏବଂ ଛୁଆଙ୍କୁ ଟ୍ରେନିଂ ଦେଇ ଉତ୍ତମ ଖେଳାଳି ଭାବେ ଗଢ଼ି ତୋଳିବା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories