Narendra Modi / ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା; 'ଆଗାମୀ ୭ ବର୍ଷରେ ଆରମ୍ଭ ହେବ ୫ରୁ ୮ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ'
·1 hour ago·2 min read

Key Points
ସ୍ଵାଧୀନତା କେବଳ କ୍ଷମତା କିମ୍ବା ବ୍ୟବସ୍ଥାରୁ ମୁକ୍ତିର ନାଁ ନୁହେଁ । ବରଂ ପ୍ରତ୍ୟେକଟି ନାଗରିକଙ୍କ ଅଂଶର ସ୍ଵାଧୀନତା, ସମ୍ମାନ ଓ ଉନ୍ନତ ଜୀବନଶୈଳୀ ଅଟେ । ୭୯ ବର୍ଷର ଗଣତାନ୍ତ୍ରିକ ଯାତ୍ରାରେ ଭାରତ ଭୋକ, ଗରିବୀ, ଅଶିକ୍ଷା ଓ ଅଭାବରୁ ବହୁ ଦୂରକୁ ଆସିଛି ।
ନୂଆଦିଲ୍ଲୀ: ଦେଶ ପାଳୁଛି ୮୦ତମ ସ୍ଵାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହାପରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯାଇଛି ।
ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ସ୍ଵାଧୀନତା କେବଳ କ୍ଷମତା କିମ୍ବା ବ୍ୟବସ୍ଥାରୁ ମୁକ୍ତିର ନାଁ ନୁହେଁ । ବରଂ ପ୍ରତ୍ୟେକଟି ନାଗରିକଙ୍କ ଅଂଶର ସ୍ଵାଧୀନତା, ସମ୍ମାନ ଓ ଉନ୍ନତ ଜୀବନଶୈଳୀ ଅଟେ । ୭୯ ବର୍ଷର ଗଣତାନ୍ତ୍ରିକ ଯାତ୍ରାରେ ଭାରତ ଭୋକ, ଗରିବୀ, ଅଶିକ୍ଷା ଓ ଅଭାବରୁ ବହୁ ଦୂରକୁ ଆସିଛି । ଏବେର ନୂଆ ପିଢ଼ି ପାଇଁ ସ୍ଵାଧୀନତାର ଅର୍ଥ ବଦଳି ଯାଇଛି ।"
ପ୍ରଧାନମନ୍ତ୍ରୀ କହିଛନ୍ତି, "ଗୋଟିଏ ଦେଶ ସେତେବେଳେ ମହାନ ହୁଏ, ଯେବେ ସିଦ୍ଧି ପ୍ରାପ୍ତ ହୁଏ, ଯେବେ ନିଜ ସ୍ଵପ୍ନ, ସଂକଳ୍ପ ଓ ସାମର୍ଥ୍ୟ ଦମ୍ରେ ଆଗକୁ ବଢ଼େ । ଦେଶ ଏବେ ଛୋଟ ସ୍ଵପ୍ନରେ ଚାଲିବ ନାହିଁ । ଆମକୁ ବଡ଼ ସ୍ଵପ୍ନ ଦେଖିବାକୁ ପଡ଼ିବ । କାରଣ ଏହା ଆମ ଭାବନାକୁ ବିସ୍ତାର କରୁଛି । ଆମ ସଂକଳ୍ପ ଦୃଢ଼ ହେବା ଦରକାର । ଯେବେ ସଂକଳ୍ପ ଦୃଢ଼ ହୁଏ ତ କଠିନ ପରିସ୍ଥିତି, ବିପର୍ଯ୍ୟୟ ମଝିରେ ନୂଆ ରାସ୍ତା ମିଳିଥାଏ ।"
୫ ନୂଆ ପରମାଣୁ ରିଆକ୍ଟର
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଚିପ୍, AI, ଡାଟା ସେଣ୍ଟର ଭଳି କ୍ଷେତ୍ର ପାଇଁ ଆମକୁ ବିପୁଳ ବିଦ୍ୟୁତ୍ର ଆବଶ୍ୟକତା ରହିଛି । ଏବେର ସମୟର ଆବଶ୍ୟକତା ଶକ୍ତି ସମ୍ପଦର ସୁରକ୍ଷା । ତେଣୁ ଆମେ ନିୟମିତ ବଡ଼ ପଦକ୍ଷେପ ଗ୍ରହଣ କରୁଛେ । ଦଶନ୍ଧି ମଧ୍ୟରେ ୫ଟି ନୂଆ ପରମାଣୁ ରିଆକ୍ଟର ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । ପରମାଣୁ ଇନ୍ଧନରେ ଆତ୍ମିର୍ଭର ହେବା ପାଇଁ ପଦକ୍ଷେପ ନିଆଯାଇଛି ।"
ଏଥିସହ ପଢ଼ନ୍ତୁ: ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ଵାଧୀନତା ଦିବସର ଧୁମ୍; ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କଲେ ଜାତୀୟ ପତାକା ଉତ୍ତୋଳନ
ଅନେକ ସମୟରେ ସମ୍ବଳର ଅଭାବ ପାଇଁ ଦେଶ ଅଟକିଯାଏ ନାହିଁ । ବରଂ ଅଟକିବାର କାରଣ ଭାବନାର ସୀମା ହୋଇଥାଏ । ଯେବେ ଭାବନା ଅଟକିଯାଇ ସୀମାରେ ରୁହେ, ତେବେ ରୋକି ଯାଇଥାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, "ଦେଶରେ ରେଲୱେର ବିଦ୍ୟୁତକରଣ କାମ ୧୯୨୫ରେ ଆରମ୍ଭ ହୋଇଥିଲା । କିନ୍ତୁ ବିଗତ ୯୦ ବର୍ଷରେ ୩୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା । ଆଉ ବିଗତ ଦଶନ୍ଧି ମଧ୍ୟରେ ଆମ ଶତପ୍ରତିଶତ ଲକ୍ଷ୍ୟ ପୂରଣ କରିଛୁ । ଏହାକୁ କାମ କୁହାଯାଏ । ଏଥିପାଇଁ ଆମକୁ ଆଉ ବାହାରୁ ଡିଜେଲ୍ କିଣିବାକୁ ପଡ଼ୁ ନାହିଁ । ଟ୍ରେନ୍ ବିଦ୍ୟୁତ୍ରେ ଚାଲୁଥିବାରୁ ପରିବେଶକୁ ଫାଇଦା ହେଉଛି ।"
ଦେଶ ଅନେକ ସ୍ଵପ୍ନକୁ ନେଇ ସ୍ଵାଧୀନ ହୋଇଥିଲା । କିନ୍ତୁ ଆମେ ସଠିକ୍ ଗତି ଧରି ପାରି ନଥିଲେ । ବିଗତ ୧୨ ବର୍ଷରେ ଦେଶ ଏକ ନୂଆ ଗତିରେ ଧାଉଁଛି, ଆଗକୁ ବଢ଼ୁଛେ । ଦେଶ ଓ ରାଜ୍ୟଗୁଡ଼ିକର ସଂକଳ୍ପ ହେଉଛି ଏବେ ୧୪୦ କୋଟି ଦେଶବାସୀଙ୍କ ସଂକଳ୍ପକୁ, ସାମର୍ଥ୍ୟକୁ ରୋକିବା ମୁସ୍କିଲ୍ ଅଟେ ।
ଭାରତକୁ ନେଇ ଦୁନିଆର ନଜର ବଦଳିଛି
ଆଜି ଭାରତ ବଡ଼ ସ୍ଵପ୍ନ ଦେଖୁଛି । ଦୃଢ଼ ସଂକଳ୍ପ ସହ ନୂଆ ଉଚ୍ଚତା ଛୁଇଁବାର ବିଶ୍ଵାସ ରହିଛି । ଦୁନିଆର ସବୁଠୁ ବଡ଼ ଜନସଂଖ୍ୟାର ରାଷ୍ଟ୍ର ଭାବେ ବିକଶିତ ହେବାର ସଂକଳ୍ପ ନେଇ ଆମେ ଦୁନିଆ ନଜରରେ ସାହାସୀର ପରିଚୟ ଦେଇଛେ । ଦୁନିଆ ନଜରରେ ଏବେ ଭାରତର ପରିଚୟ ବଦଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories