Dharmendra Pradhan Birthday / ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ,ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ
·1 month ago·3 min read

Key Points
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ
୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜୁନ ୨୬ ୧୯୬୯ରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର
ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ବଳା ମ୍ୟାନ୍ ନାମରେ ପରିଚୟ ପାଇଥିଲେ
ମୋଦିଙ୍କ ତୃତୀୟ ପାଳିରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇଛନ୍ତି
ବର୍ତ୍ତମାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି

ଭୁବନେଶ୍ବର୨୬/୦୬:ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା , ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ x ପୋଷ୍ଟରେ ମୋଦି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରିତା ଦିଗରେ ସେ କରୁଥିବା ପ୍ରଶଂସନୀୟ ପ୍ରୟାସ ଭାରତକୁ ଜ୍ଞାନ, ଶିକ୍ଷା ଓ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି। ତାଙ୍କର ସୁଦୀର୍ଘ, ସୁସ୍ଥ ଓ ସଫଳ ଜୀବନ କାମନା କରୁଛି।
ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ସୋସିଆଲ ମିଡିଆ x ପୋଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ସେ ଆପଣଙ୍କୁ ସୁସ୍ଥ, ଦୀର୍ଘାୟୁ ଓ ସୁଖମୟ ଜୀବନ ପ୍ରଦାନ କରନ୍ତୁ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ସେ ୨୦୦୦ ମସିହାରେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଏହା ସହ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରର ପ୍ରଭାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ ସାଙ୍ଗଠନିକ ଉନ୍ନତି କରି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ହେବା ପରେ ୨ ଥର ରାଜ୍ୟସଭା ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହ କୌଶଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସଫଳ ରୂପାୟନ ପାଇଁ ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ଜଳ-ପୁରୁଷ ତଥା ଉଜ୍ବଳା ମ୍ୟାନ୍ ନାମରେ ପରିଚୟ ପାଇଥିଲେ । ବର୍ତ୍ତମାନ ମୋଦିଙ୍କ ତୃତୀୟ ପାଳିରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି।
ପଢନ୍ତୁ ଏହି ଖବର: 'ଜରୁରୀ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ, ସ୍ବାଧୀନତା ପରେ ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା'
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନାଙ୍କ ଉପସ୍ଥିତ ରେ ଭୁବନ ଅଞ୍ଚଳର ପ୍ରଶିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ବରଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ଉନ୍ନତି ଓ ଦିର୍ଘାୟୁ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି। ପରେ ଭାରତୀୟ ବିଦ୍ୟା ନିକେତନ ତକ୍ଷଶୀଳା ବିଦ୍ୟାଳୟ ପକ୍ଷରୁ ମଧ୍ୟ ସମାଜର ମଙ୍ଗଳ ଓ ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରାଯାଇଥିଲା। ବିଧାୟକ ଶତୃଘ୍ନ ଜେନା ବୃକ୍ଷ ରୋପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ।
ରାଜଗାଙ୍ଗପୁର ସହରର ପାଳିତ ହୋଇଚି ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ ସେଣ୍ଡ ଆନିମେସନ କଳା ମାଧ୍ୟମରେ ଧମେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

Birthday wishes to Union Minister Shri Dharmendra Pradhan Ji. He is making commendable efforts towards the implementation of the National Education Policy, which seeks to make India a hub for knowledge, learning and innovation. Praying for his long and healthy life.@dpradhanbjp
— Narendra Modi (@narendramodi) June 26, 2026
ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ସୋସିଆଲ ମିଡିଆ x ପୋଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ସେ ଆପଣଙ୍କୁ ସୁସ୍ଥ, ଦୀର୍ଘାୟୁ ଓ ସୁଖମୟ ଜୀବନ ପ୍ରଦାନ କରନ୍ତୁ।
केंद्रीय शिक्षा मंत्री श्री @dpradhanbjp जी को जन्मदिन की हार्दिक शुभकामनाएँ।
— Amit Shah (@AmitShah) June 26, 2026
महाप्रभु जगन्नाथ आपको स्वस्थ रखें एवं दीर्घायु प्रदान करें, यह कामना करता हूँ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
लोकप्रिय राजनेता, भाजपा परिवार के वरिष्ठ सदस्य, माननीय केंद्रीय मंत्री श्री धर्मेंद्र प्रधान जी को जन्मदिन की हार्दिक बधाई।
— Yogi Adityanath (@myogiadityanath) June 26, 2026
भगवान श्री जगन्नाथ जी से प्रार्थना है कि आपको उत्तम स्वास्थ्य, सुदीर्घ एवं सुयशपूर्ण जीवन की प्राप्ति हो।@dpradhanbjp
୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ସେ ୨୦୦୦ ମସିହାରେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଏହା ସହ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରର ପ୍ରଭାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ ସାଙ୍ଗଠନିକ ଉନ୍ନତି କରି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ହେବା ପରେ ୨ ଥର ରାଜ୍ୟସଭା ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହ କୌଶଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସଫଳ ରୂପାୟନ ପାଇଁ ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ଜଳ-ପୁରୁଷ ତଥା ଉଜ୍ବଳା ମ୍ୟାନ୍ ନାମରେ ପରିଚୟ ପାଇଥିଲେ । ବର୍ତ୍ତମାନ ମୋଦିଙ୍କ ତୃତୀୟ ପାଳିରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି।
ପଢନ୍ତୁ ଏହି ଖବର: 'ଜରୁରୀ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ, ସ୍ବାଧୀନତା ପରେ ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା'
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନାଙ୍କ ଉପସ୍ଥିତ ରେ ଭୁବନ ଅଞ୍ଚଳର ପ୍ରଶିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ବରଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ଉନ୍ନତି ଓ ଦିର୍ଘାୟୁ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି। ପରେ ଭାରତୀୟ ବିଦ୍ୟା ନିକେତନ ତକ୍ଷଶୀଳା ବିଦ୍ୟାଳୟ ପକ୍ଷରୁ ମଧ୍ୟ ସମାଜର ମଙ୍ଗଳ ଓ ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରାଯାଇଥିଲା। ବିଧାୟକ ଶତୃଘ୍ନ ଜେନା ବୃକ୍ଷ ରୋପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ।
ରାଜଗାଙ୍ଗପୁର ସହରର ପାଳିତ ହୋଇଚି ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ ସେଣ୍ଡ ଆନିମେସନ କଳା ମାଧ୍ୟମରେ ଧମେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories