Videos
|
National

Dimagi Naxals / ପ୍ରଥମେ ସହରୀ ନକ୍ସଲ, ଏବେ ଦିମାଗୀ ନକ୍ସଲ…

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ପ୍ରଥମେ ସହରୀ ନକ୍ସଲ, ଏବେ ଦିମାଗୀ ନକ୍ସଲ…
PM Modi’s Strong Message From Red Fort

Key Points

ପ୍ରଧାନମନ୍ତ୍ରୀ କହିଛନ୍ତି, "ଜଙ୍ଗଲ ନକ୍ସଲଙ୍କ ବଦଳରେ ଏବେ ସହର, ଶିକ୍ଷାନୁଷ୍ଠାନ ଓ ବୌଦ୍ଧିକ ମଞ୍ଚରେ 'ଦିମାଗୀ ନକ୍ସଲ' ସକ୍ରିୟ ହୋଇ ଉଠିଛନ୍ତି । ଆମକୁ ସାବଧାନ ରହିବାକୁ ପଡ଼ିବ ।
ନୂଆଦିଲ୍ଲୀ: ଦେଶର ଐତିହାସିକ ପ୍ରତୀକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି ଦେଶକୁ ନୂଆ ଦିଗ, ସଂକଳ୍ପ ଓ ବିକାଶର ଭବିଷ୍ୟତ ଯୋଜନାର ପଥ ଦେଖାଇଛନ୍ତି ।

ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ 'ଦିମାଗୀ ନକ୍ସଲ' ଶବ୍ଦର ପ୍ରୟୋଗ କରି ଦେଶର ସୁରକ୍ଷା, ବିଚାରଗତ ସ୍ଥିରତା ଓ ସାମାଜିକ ଏକତା ସହ ଜଡ଼ିତ ସ୍ପଷ୍ଟ ଓ କଡ଼ା ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି । ଏଥିସହ ଯୁବବର୍ଗଙ୍କୁ ହିଂସା ଓ ଅରାଜକତାରୁ ଦୂରେଇ ରହି ବିକାଶ, ଏକତା ଓ ରଚନାତ୍ମକ କାର୍ଯ୍ୟରେ ଯୋଗଦାନ ଦେବାକୁ ନିବେଦନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ 'ସପ୍ତଧାରା'ର ଶକ୍ତି ବିଷୟରେ କହିଲେ, ଦେଶକୁ ଆଗାମୀ ୫ବର୍ଷ ପାଇଁ ଏକ ବଡ଼ ଯୋଜନା ଦେଲେ… 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଜଙ୍ଗଲରୁ ନକ୍ସଲ ଶେଷ ହୋଇଛନ୍ତି କିନ୍ତୁ, 'ଦିମାଗୀ ନକ୍ସଲ' ଏବେ ସୁଯୋଗ ସନ୍ଧାନରେ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ଅଲଗା କରିବାକୁ ପଡ଼ିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ସମାଜରେ ହିଂସା ଓ ଅରାଜକତାକୁ ପ୍ରୋତ୍ସାହନ ଦେଉଥିବା ମାନସିକତାଧାରୀଙ୍କ ବିପକ୍ଷରେ ସତର୍କ ରହିବାକୁ ଆହ୍ଵାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "କିଛି ଲୋକ ସମାଜକୁ ଭୁଲ୍ ବାଟରେ ନେବା ଲାଗି ଭିନ୍ନ ଭିନ୍ନ ଦାବି କରୁଛନ୍ତି ଏଭଳି ତତ୍ତ୍ଵଙ୍କୁ ଚିହ୍ନିବା ଜରୁରୀ ଅଟେ ।"

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ ନକ୍ସଲବାଦର ଅନ୍ତ କରିବା ପାଇଁ ସଂକଳ୍ପ ନେଇଥିଲୁ । ଏକବିଂଶ ଶତାବ୍ଦୀରେ ଦଶନ୍ଧି ପୁରୁଣା ଆହ୍ଵାନକୁ ଶେଷ କରିବା ଅନିବାର୍ଯ୍ୟ ଅଟେ । ନକ୍ସଲବାଦ ଓ ମାଓବାଦ ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟ ଧ୍ଵଂସ କରି ଦେଇଛି । ଅନେକ ମାଆଙ୍କ ଠାରୁ ନବଜାତଙ୍କୁ ଛଡ଼ାଇ ନେଇଛି, ମାଆବାପାଙ୍କ ସ୍ଵପ୍ନ ଭାଙ୍ଗି ଦେଇଛି ।"

ଏମାନେ ଦଶନ୍ଧି ଦଶନ୍ଧି ଧରି ଦେଶ ସଂଖ୍ୟାର ବଡ଼ ଭାଗକୁ ବନ୍ଧୁକ ମୁନରେ ଦବାଇ ରଖିଥିଲେ । ସମ୍ବିଧାନକୁ ଅପମାନିତ କରୁଥିଲେ । ଦେଶର ନାଗରିକଙ୍କ ରକ୍ଷାରେ ୩୫୦୦ରୁ ଅଧିକ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । କିନ୍ତୁ ଏବେ ନକ୍ସଲବାଦ ଅନ୍ତିମ ନିଶ୍ଵାସ ନେଉଛି, ଯାହା ସୁରକ୍ଷାକର୍ମୀଙ୍କ ପାଇଁ ସମ୍ଭବ ହୋଇଛି । ଏବେ ନକ୍ସଲ କ୍ଷେତ୍ର ବିକାଶର ତ୍ରିରଙ୍ଗା ଉଡ଼ାଉଛି ।

ଏଥିସହ ପଢ଼ନ୍ତୁ: ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା 

ପ୍ରଧାନମନ୍ତ୍ରୀ କହିଛନ୍ତି, "ଜଙ୍ଗଲ ନକ୍ସଲଙ୍କ ବଦଳରେ ଏବେ ସହର, ଶିକ୍ଷାନୁଷ୍ଠାନ ଓ ବୌଦ୍ଧିକ ମଞ୍ଚରେ 'ଦିମାଗୀ ନକ୍ସଲ' ସକ୍ରିୟ ହୋଇ ଉଠିଛନ୍ତି । ଆମକୁ ସାବଧାନ ରହିବାକୁ ପଡ଼ିବ । ଅସ୍ତ୍ରଶସ୍ତ୍ରଧଧାରୀ ନକ୍ସଲ ତ ଗଲେ, ଏବେ 'ଦିମାଗୀ ନକ୍ସଲ' ସୁଯୋଗ ଖୋଜୁଛନ୍ତି । ଏହି ବର୍ଗ ଅସ୍ତ୍ର ନିଜେ ଧରୁ ନାହାନ୍ତି । କିନ୍ତୁ ନିଜ ବିଚାରଧାରାରେ ଦେଶରେ ଅରାଜକତା ଓ ଗୁଜବ ଖେଳାଉଛନ୍ତି ।"
PM Modi’s ‘Dimagi Naxal’ Remark: What He Said in Independence Day Speech । Argus News | Argus News