PM Modi on Naxal / ଦୀପାବଳିରେ PM ମୋଦିଙ୍କ ବଡ଼ ସନ୍ଦେଶ, ସାରା ଦେଶରୁ ମୂଳପୋଛ ହୋଇଯିବେ ମାଓବାଦୀ
·8 months ago·2 min read

Key Points
ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ସନ୍ଦେଶ । ନକ୍ସଲ ମୁକ୍ତ ଦ୍ବାରଦେଶରେ ଭାରତ । ଆତଙ୍କ ଓ ଅତ୍ୟାଚାରରୁ ବାହାରି ମୁଖ୍ୟସ୍ରୋତରେ ଯୋଡି ହେଉଛନ୍ତି ନକ୍ସଲ ।
ବିକାଶ ପ୍ରକ୍ରିୟାରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଭୟ ଓ ଅତ୍ୟାଚାରରୁ ବାହାରି ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଦୀପାବଳିରେ ଆଇଏନଏସ୍ ବିକ୍ରାନ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସନ୍ଦେଶ । ସାରା ଦେଶରୁ ଖୁବଶୀଘ୍ର ମୂଳପୋଛ ହୋଇଯିବ ନକ୍ସଲ ଓ ମାଓ ଆତଙ୍କ । ୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲେ । ଏକ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଯୋଗୁଁ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ବର୍ତ୍ତମାନ ୧୨୫ ଜିଲ୍ଲା ମଧ୍ୟରୁ କେବଳ ୧୧ଟି ଜିଲ୍ଲାରେ ସେମାନଙ୍କ ସଂଖ୍ୟା ସୀମିତ । ସେଥରୁ ମାତ୍ର ୩ଟି ଜିଲ୍ଲାରେ ସେମାନଙ୍କର ଖିଛି ପ୍ରଭାବ ରହିଛି । ଦେଶର ୧୦୦ଟି ଜିଲ୍ଲା ମାଓ ଆତଙ୍କରୁ ମୁକ୍ତ ହୋଇଛି । ଭୟ, ବର୍ବରତା, ଆତଙ୍କରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।
ମାଓବାଦୀ ଓ ନକ୍ସଲ ପ୍ରଭାବିତ ଅଂଚଳରେ ବିକାଶକୁ ରୋକିବାକୁ ସେମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ । କେତେବେଳେ ରାସ୍ତାବନ୍ଦ କରୁଥିଲେ ତ କେତେବେଳେ ସ୍କୁଲ ଖୋଲିବାକୁ ଖୋଲାଖୋଲି ମନା କରୁଥିଲେ । ରୋଗୀ ସେବା ପାଇଁ ହସ୍ପିଟାଲ ନିର୍ମାଣରେ ସେମାନେ ବାଧା ଉପୁଜାଉଥିଲେ । ଡାକ୍ତରମାନଙ୍କୁ ଧମକ ଦେବା ସହ ଅନେକ ସ୍ଥାନରେ ମୋବାଇଲ ଟାଓ୍ବାର ଉଡାଇ ଦେଉଥିଲେ । କିନ୍ତୁ ସେମାନେ ଏବେ ହିଂସା ଛାଡି ନୂଆ ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି ।
ଅପହଞ୍ଚ ଇଲାକାକୁ ଯୋଡୁଛି ରାସ୍ତା । ସ୍କୁଲ ଓ ହସ୍ପିଟାଲ ନିର୍ମାଣ ଦ୍ବାରା ସ୍ଥାନୀୟ ଅଂଚଳର ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଶିଳ୍ପାୟନକୁ ମଧ୍ୟ ଦିଆଯାଉଛି ଅଗ୍ରାଧିକାର । ଦେଶକୁ ମାଓ ଓ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା କର୍ମୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସାରା ଦେଶକୁ ମାଓ ମୁକ୍ତ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟ ମଧ୍ୟରେ ଆତ୍ମ ସମର୍ପଣ ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସବୁ ମାଓ କମାଣ୍ଡର ଓ କ୍ୟାଡରମାନଙ୍କୁ ଅପିଲ କରିଛନ୍ତି । ଗତ କିଛି ଦିନ ହେଲା ମାଓବାଦୀମାନେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ଛତିଶଗଡରେ ୨୧୦ ଜଣ ମାଓବାଦୀ ୧୫୩ଟି ବନ୍ଧୁକ ସହ ଆତ୍ମ ସମର୍ପଣ କରିଥିଲେ । ସେହିପରି ଗତବର୍ଷ ଆତ୍ମସମର୍ପଣ କରିଥିବା ହଜାରରୁ ଅଧିକ ମାଓବାଦୀଙ୍କୁ ବିଭିନ୍ନ ଯୋଜନାରେ କରାଯାଇଛି ଥଇଥାନ ।
ଗତ ୨୨ ମାସ ମଧ୍ୟରେ ଛତିଶଗଡରେ ୪୭୬ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୨୧୧୦ ଜଣ ଆତ୍ମସମର୍ପଣ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଆର୍ମି ଜେନେରାଲ ନା ପୋଲିସ୍ ଡିଜି ? ଜାଣନ୍ତୁ କିଏ ଅଧିକ ଶକ୍ତିଶାଳୀ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories