ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକାଇ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପୁଣି ଥରେ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପୁଣ ଥରେ ବିଶ୍ବରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି । ବିଶ୍ବ ନେତାଙ୍କୁ ପଛରେ ପକାଇ ୭୬ ପ୍ରତିଶତ ରେଟିଂ ପାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଆପ୍ରୁଭାଲ୍ ଲିଡର୍ ସର୍ଭେ ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମ ପ୍ରଧାମମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ୬୬ ପ୍ରତିଶତ ରେଟିଂ ପାଇଛନ୍ତି । ସେହିଭଳି ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କୁ ୫୮ପ୍ରତିଶତ ରେଟିଂ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରତିଶତ ରେଟିଂରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦ ପ୍ରତିଶତ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି । ଯାହା କି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ ।
ଅଧିକ ପଢନ୍ତୁ ଭାରତ ଖବର
‘ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେ ଉପରେ ଆଧାରିତ ହୋଇଛି । ସେପ୍ଟେମ୍ବର ୬ରୁ ୧୨, ୨୦୨୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବିଶ୍ୱ ତାଲିକାରେ ସର୍ବନିମ୍ନ ୧୮% ଡିସଆପ୍ରୁଭାଲ ରେଟିଂ ରହିଛି । ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି ।