Videos
|
National

ପିଲା ଦିନର କଥା ମନେ ପକାଇ ଭାବବିହ୍ବଳ ହୋଇ ପଡ଼ିଲେ ପିଏମ୍

Jitendra Dash
Browse all articles by Jitendra Dash
·2 years ago·1 min read
ପିଲା ଦିନର କଥା ମନେ ପକାଇ ଭାବବିହ୍ବଳ ହୋଇ ପଡ଼ିଲେ ପିଏମ୍

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ । ପିଲା ଦିନର କଥା ମନେ ପକାଇ ଭାବବିହ୍ବଳ ହୋଇ ପଡ଼ିଲେ ପିଏମ୍ । ମହାରାଷ୍ଟ୍ରରେ ଆଜି ଗରିବ ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ ଅବସରରରେ ପିଏମ କହିଛନ୍ତି, ଆବାସ ଯୋଜନା ଅଧୀନରେ ନିର୍ମିତ ଘରଗୁଡ଼ିକୁ ଦେଖିବା ପରେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ମୋର ପିଲାଦିନେ ଏପରି ଘରେ ରହିଥାଆନ୍ତି କି । 

ମହାରାଷ୍ଟ୍ରର PMAY-ସହରୀ ଯୋଜନା ଅଧୀନରେ ପ୍ରସ୍ତୁତ ଘର ବିଷୟରେ କଥାବାର୍ତ୍ତା ବେଳେ ସେ ଭାବପ୍ରବଣ ହୋଇଥିଲେ । ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀର୍ଘ ଦିନ ଧରି ଆମ ଦେଶରେ ଦାରିଦ୍ର୍ୟ ଦୂରୀକରଣ ସ୍ଲୋଗାନ ଦିଆଯାଇଥିଲା କିନ୍ତୁ ଦାରିଦ୍ର୍ୟ ଦୂର କରାଯାଇ ନଥିଲା । ଗରିବଙ୍କ ନାମରେ ଯୋଜନା ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଗରିବ ଲୋକ ସେମାନଙ୍କ ସୁବିଧା ପାଇଲେ ନାହିଁ ।  

ଅଧିକ ପଢନ୍ତୁ ଭାରତ ଖବର

ମଧ୍ୟସ୍ଥିମାନେ ସେମାନଙ୍କର ଉପଯୁକ୍ତ ଟଙ୍କା ଲୁଟ କରୁଥିଲେ । ପୂର୍ବ ସରକାରଙ୍କ ନୀତି, ଉଦ୍ଦେଶ୍ୟ ଏବଂ ନିଷ୍ଠା କାଠଗଡାରେ ଥିଲା । ସେ କହିଛନ୍ତି, ୨୦୧୪ରେ ସରକାର ଗଠନ ହେବା ମାତ୍ରେ ମୁଁ କହିଥିଲି ଯେ ମୋ ସରକାର ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ସରକାର । ତେଣୁ, ଆମେ ଗୋଟିଏ ପରେ ଗୋଟିଏ ଏଭଳି ଯୋଜନା କାର୍ଯ୍ୟକାରୀ କଲୁ, ଯାହା ଗରୀବ ଲୋକଙ୍କ ଅସୁବିଧାକୁ ହ୍ରାସ କରିବ ଏବଂ ସେମାନଙ୍କ ଜୀବନକୁ ସହଜ କରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi gets emotional as he hands over houses to beneficiaries | Argus News