Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra Pradhan Prayers For Modis Good Health / ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ଭାବେ ପିଏମ ମୋଦିଙ୍କ ରେକର୍ଡ,ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା ପାଇଁ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର

Bikash Mohanty
Browse all articles by Bikash Mohanty
·1 month ago·2 min read
ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ଭାବେ ପିଏମ ମୋଦିଙ୍କ ରେକର୍ଡ,ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା ପାଇଁ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର
Dharmendra Pradhan

Key Points

ଦେଶର ସର୍ବାଧିକ କାଳ ପିଏମ ଭାବେ ମୋଦିଙ୍କ ରେକର୍ଡ
ପ୍ରଧାନମନ୍ତ୍ରୀ ମୋଦିଙ୍କ ମଙ୍ଗଳ ମନାସି ପୂଜାର୍ଚ୍ଚନା
ଦିଲ୍ଲୀର ହାଉଜଖାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହେଲା କଳସ ପଞ୍ଚ ଦେବତା ପୂଜନ
ପ୍ରଧାନମନ୍ତ୍ରୀଙ୍କର ଉଜ୍ୱ୍ୱଳ ଏବଂ ସଫଳ ଭବିଷ୍ୟତ ପାଇଁ ପ୍ରାର୍ଥନା

ନୁଆଦିଲ୍ଲୀ,୧୦/୦୬: ଦେଶର ସର୍ବାଧିକକାଳ ପ୍ରଧାନମନ୍ତ୍ରୀ ଭାବେ ପିଏମ ମୋଦିଙ୍କ ରେକର୍ଡ । ପିଏମ ନରେନ୍ଦ୍ର ମୋଦିଙ୍କ ମଙ୍ଗଳ ମନାସି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ତଥା ସଫଳତା କାମନା କରି ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀର ହାଉଜଖାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ କଳସ ପଞ୍ଚ ଦେବତା ପୂଜନ ତଥା ବିଷ୍ଣୁ 108 ହୋମ ଏବଂ ଅର୍ଚ୍ଚନା କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କର ଉଜ୍ବଳ ଏବଂ ସଫଳ ଭବିଷ୍ୟତ ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀ ତଥା ଏହାର ଆଖପାଖରେ ରହୁଥିବା ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ । ସମଗ୍ର ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବାର ବର୍ଷ ପୂର୍ତ୍ତି ଉତ୍ସବ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଏବଂ ଶ୍ରଦ୍ଧା ରଖୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ପାଇଁ ପୂଜା ଅର୍ଚ୍ଚନା କରିବା ଅନେକ ଗୁରୁତ୍ୱ ବହନ କରୁଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବିଭିନ୍ନ ଓଡ଼ିଆ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ପଢନ୍ତୁ ଏହି ଖବର: ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱର ନେତା କରୁଛନ୍ତି ପ୍ରଶଂସା ଏବଂ ଜଣାଉଛନ୍ତି ଅଭିନନ୍ଦନ

ନିରବଛିନ୍ନ ଭାବେ ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦି । ୨୬ ମଇ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ମୋଦି। ୨୦୧୪ ମସିହାରୁ ଲଗାତର ଭାବେ ପ୍ରଧାନମନ୍ତ୍ରୀ ରହି ଏହି ରେକର୍ଡ କରିଛନ୍ତି । ନିରବଛିନ୍ନ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୪ ହଜାର ୩୯୯ ଦିନରେ ପହଞ୍ଚିଛନ୍ତି । ଜବାହରଲାଲ ନେହେରୁ ନିରବିଛିନ୍ନ ପ୍ରଧାନମନ୍ତ୍ରୀ ଭାବେ ୪ହଜାର ୩୯୮ଦିନ ଥିଲେ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ବିଜେପି ୨୦୧୪, ୨୦୧୯ ଏବଂ ୨୦୨୪ରେ ଲଗାତାର ତିନୋଟି ଲୋକସଭା ନିର୍ବାଚନରେ ​​ବିଜୟୀ ହୋଇଥିଲା।

ଦେଶର ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିବା ପିଏମ ମୋଦିଙ୍କୁ ବିଶ୍ୱ ନେତାମାନଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ ପକାଇ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ସେବା କରିଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ରାଜନୈତିକ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି।
ମୋଦିଙ୍କ ଏହି ମାଇଲଖୁଣ୍ଟ ହାସଲ ପରେ ବିଶ୍ୱ ନେତାମାନଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଯେଉଁମାନେ ତାଙ୍କର ପରିବର୍ତ୍ତନଶୀଳ ଆଭ୍ୟନ୍ତରୀଣ ଶାସନ ଏବଂ ବିଶ୍ୱ ଦରବାରରେ ବଢ଼ୁଥିବା ପ୍ରଭାବକୁ ପ୍ରଶଂସା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Achieves Historic PM Tenure Record, Dharmendra Pradhan Offers Special Prayers | Argus News