Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଯୋଧ୍ୟାରେ ପହଞ୍ଚି ବିଶାଳ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ

National

ଅଯୋଧ୍ୟାରେ ପହଞ୍ଚି ବିଶାଳ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଅଯୋଧ୍ୟାରେ ପହଞ୍ଚି ବିଶାଳ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଶ୍ରୀରାମଙ୍କ ନଗରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟରେ  ପହଞ୍ଚି ବିଶାଳ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ବାହାରିବା ପରେ ମୋଦିଙ୍କୁ ରୋଡ୍ ସୋ ଆରମ୍ଭ ହୋଇଥିଲା । ମୋଦିଙ୍କୁ ଦେଖିବାକୁ ରାସ୍ତାର ୨ ପାଖରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ଶ୍ରୀ ରାମ, ଜୟ ରାମରେ ଧ୍ବନିରେ କମ୍ପିଲା ରାମପଥ । ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ଅଯୋଧ୍ୟାବାସୀ । ନବନିର୍ମିତ ବିମାନ ବନ୍ଦର ଓ ରେଳ ଷ୍ଟେସନର ଲୋକାର୍ପଣ କରିବେ ମୋଦି । 

ଅଯୋଧ୍ୟାଧାମ ରେଳ ଷ୍ଟେସନକୁ ବି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ୧୪୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ବିମାନବନ୍ଦର ଟର୍ମିନାଲ ବିଲଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା କରିବା ପାଇଁ ସଜ୍ଜିତ । ସେହିପରି ରେଳ ଷ୍ଟେସନ ୨୪୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ତିନି ମହଲା ଆଧୁନିକ ରେଳ ଷ୍ଟେସନ ବିଲଡିଂରେ ଲିଫ୍ଟ,ଏସ୍କାଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଶିଶୁ ଯତ୍ନ କକ୍ଷ, ଅପେକ୍ଷା ହଲ୍ ଭଳି ସମସ୍ତ ଆଧୁନିକ ସୁବିଧା ରହିଛି । 

ଅଧିକ ପଢନ୍ତୁ : ଆଜି ଚଳଚଞ୍ଚଳ ରହିବ ଅଯୋଧ୍ୟା, ଆସୁଛନ୍ତି ପ୍ରଧାନମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କା ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ପ୍ରାୟ ୪୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାସ୍ତାଘାଟଗୁଡିକ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଡବଲ ଇଞ୍ଜିନର ନାରା ସହ ବିକାଶଠୁ ନେଇ କେନ୍ଦ୍ରୀୟ ଯୋଜନାର ହୋର୍ଡିଂ ଲାଗିଛି ।

Argus Whatsapp Channel Mobile Top
Sponsored
PM Modi inaugurates Ayodhya Dham railway station after holding roadshow | Argus News