PM Modi JD Vance Call / ମୋଦିଙ୍କୁ ଫୋନ୍ କଲେ ଜେ.ଡି ଭ୍ୟାନ୍ସ, ଦ୍ୱିପାକ୍ଷିକ ସମ୍ପର୍କ ନେଇ ବଡ଼ ଆଲୋଚନା
·1 hour ago·2 min read

Key Points
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ରେ କଥା ହେଲେ ଜେ.ଡି ଭାନ୍ସ
ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ମୋଦିଙ୍କ ସହ କଥା ହେଲେ
୧୦୦% ଟାରିଫ୍କୁ ନେଇ ସିନେଟ୍ରେ ବିଲ୍ ପାସ୍ ପରେ କଥା ହେଲେ ଭାନ୍ସ

ଆମେରିକା ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ହୋଇଛି ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭ୍ୟାନ୍ସଙ୍କ ମଧ୍ୟରେ ଏକ ଫୋନ ଯୋଗେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି ।
ଫୋନ୍ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଉପରାଷ୍ଟ୍ରପତି ଏବଂ ସେକେଣ୍ଡ ଲେଡିଙ୍କୁ ସେମାନଙ୍କ ପୁତ୍ର ଜନ୍ମ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସମଗ୍ର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି କଥାବାର୍ତ୍ତା ସମୟରେ ଉଭୟ ନେତା ଭାରତ-ଆମେରିକା ବିଶ୍ୱସ୍ତରୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା କରିଥିବା ଜଣାପଡ଼ିଛି । ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ଆହୁରି ଅଧିକ ଦୃଢ଼ କରିବ ବୋଲି ଆଶା କରାଯାଉଛି ।
ତେବେ ଏହି ଫୋନ୍ କଥାବାର୍ତ୍ତା ଏପରି ଏକ ସମୟରେ ହୋଇଛି, ଯେତେବେଳେ ଭାରତର ବିଦେଶୀ ଚନ୍ଦା ଆଇନ ବା FCRAରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ଆମେରିକୀୟ ସାଂସଦ ରିଲେ ମୁର୍ ଚିନ୍ତା ପ୍ରକାଶ କରିଥିଲେ । ଏହି ପରିବର୍ତ୍ତନ ଚର୍ଚ୍ଚ ଓ ଧାର୍ମିକ ସଂସ୍ଥାଗୁଡ଼ିକ ଉପରେ ପ୍ରଭାବ ପକାଇପାରେ ବୋଲି ମୁର୍ ଦାବି କରିଥିଲେ । ଏପରିକି ଏହାକୁ ଖ୍ରୀଷ୍ଟିଆନମାନଙ୍କ ବିରୋଧରେ ଏକ ପଦକ୍ଷେପ ବୋଲି ସେ ମତ ଦେଇଥିଲେ ।
ଏହି ବୟାନ ଉପରେ ଭାରତର ବିଦେଶ ମନ୍ତ୍ରଣାଳୟ ମଧ୍ୟ ପ୍ରତିକ୍ରିୟା ରଖିଥିଲା । ମନ୍ତ୍ରଣାଳୟ କହିଥିଲା ଯେ, ଭାରତର ଆଇନରେ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ଭାବେ ଦେଶର ଆଭ୍ୟନ୍ତରୀଣ ବିଷୟ । ଏଥିସହ ଆମେରିକା ସମେତ ଅନେକ ଦେଶରେ ମଧ୍ୟ ବିଦେଶୀ ପାଣ୍ଠି ସମ୍ପର୍କିତ ନିଜସ୍ୱ ଆଇନ ରହିଥିବା କଥା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।
ଜେ.ଡି. ଭାନ୍ସ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ପୂର୍ବରୁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ଫୋନ୍ କଥାବାର୍ତ୍ତା ମେ' ୨୦୨୫ରେ ହୋଇଥିଲା । ସେତେବେଳେ ‘ଅପରେସନ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିଲା । ପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଫୋନ୍ କଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

Received a phone call from US Vice President JD Vance. We discussed ways to further deepen India-US Comprehensive Global Strategic Partnership across key areas.
— Narendra Modi (@narendramodi) August 8, 2026
Warmly congratulated him and the Second Lady on the birth of their son and conveyed best wishes to the entire family.…
ତେବେ ଏହି ଫୋନ୍ କଥାବାର୍ତ୍ତା ଏପରି ଏକ ସମୟରେ ହୋଇଛି, ଯେତେବେଳେ ଭାରତର ବିଦେଶୀ ଚନ୍ଦା ଆଇନ ବା FCRAରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ଆମେରିକୀୟ ସାଂସଦ ରିଲେ ମୁର୍ ଚିନ୍ତା ପ୍ରକାଶ କରିଥିଲେ । ଏହି ପରିବର୍ତ୍ତନ ଚର୍ଚ୍ଚ ଓ ଧାର୍ମିକ ସଂସ୍ଥାଗୁଡ଼ିକ ଉପରେ ପ୍ରଭାବ ପକାଇପାରେ ବୋଲି ମୁର୍ ଦାବି କରିଥିଲେ । ଏପରିକି ଏହାକୁ ଖ୍ରୀଷ୍ଟିଆନମାନଙ୍କ ବିରୋଧରେ ଏକ ପଦକ୍ଷେପ ବୋଲି ସେ ମତ ଦେଇଥିଲେ ।
ଏହି ବୟାନ ଉପରେ ଭାରତର ବିଦେଶ ମନ୍ତ୍ରଣାଳୟ ମଧ୍ୟ ପ୍ରତିକ୍ରିୟା ରଖିଥିଲା । ମନ୍ତ୍ରଣାଳୟ କହିଥିଲା ଯେ, ଭାରତର ଆଇନରେ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ଭାବେ ଦେଶର ଆଭ୍ୟନ୍ତରୀଣ ବିଷୟ । ଏଥିସହ ଆମେରିକା ସମେତ ଅନେକ ଦେଶରେ ମଧ୍ୟ ବିଦେଶୀ ପାଣ୍ଠି ସମ୍ପର୍କିତ ନିଜସ୍ୱ ଆଇନ ରହିଥିବା କଥା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।
ଜେ.ଡି. ଭାନ୍ସ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ପୂର୍ବରୁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ଫୋନ୍ କଥାବାର୍ତ୍ତା ମେ' ୨୦୨୫ରେ ହୋଇଥିଲା । ସେତେବେଳେ ‘ଅପରେସନ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିଲା । ପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଫୋନ୍ କଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories