Videos
|
National

କେରଳରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବର୍ଷଣ

Jitendra Dash
Browse all articles by Jitendra Dash
·2 years ago·1 min read
କେରଳରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବର୍ଷଣ

ଅର୍ଗସ ବ୍ୟୁରୋ : କେରଳରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବର୍ଷଣ । ସେ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ କାମ କରିଛୁ । ଆମ କାର୍ଯ୍ୟର ପ୍ରଭାବ ଦେଶରେ ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ଭାଜପା ସରକାରଙ୍କ ନୀତିର ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ଏକ ରିପୋର୍ଟ ଆସିଛି ଯେ ଗତ ୯ବର୍ଷ ମଧ୍ୟରେ ୨୫କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । 

ଏହି ଦେଶରେ, ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଭଳି ଦଳ ଦାରିଦ୍ର୍ୟ ଦୂରୀକରଣ ସ୍ଲୋଗାନ ଦେଇଥିଲେ, କିନ୍ତୁ ଆମ ସରକାରରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ଏକ ବଡ଼ କଥା । ବିଜୟର ସୂତ୍ର ଦେଇ ପିଏମ କହିଛନ୍ତି, ପ୍ରତିଟି ବୁଥରେ ଜିତିବାକୁ ପଡ଼ିବ ।  ଯଦି ପ୍ରତ୍ୟେକ ବୁଥରେ ଜିତି ପାରିବା ତେବେ କେରଳରେ ନିର୍ବାଚନ ଜିତିହେବ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ପ୍ରତ୍ୟେକ ଭୋଟରଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ପିଏମ୍ । 

ଅଧିକ ପଢନ୍ତୁ ଭାରତ ଖବର

ଭାଜପା କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେରଳରେ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ  ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ଟ୍ରାକ ରେକର୍ଡ ଦୁର୍ନୀତିର ଇତିହାସ ସହିତ ସମାନ। ଭାଜପା ହେଉଛି ଭାରତର ଏକମାତ୍ର ଦଳ ଯେଉଁଥିରେ ଦ୍ରୁତ ଅଭିବୃଦ୍ଧିର ପ୍ରମାଣିତ ଟ୍ରାକ ରେକର୍ଡ ଏବଂ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦର୍ଶନ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi launches infrastructure projects worth ₹4,000 crore in Kerala | Argus News