PM Modi / ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି: କହିଲେ, ମୋ ସ୍ୱପ୍ନ ଆଜି...
·9 months ago·2 min read

Key Points
ଆଜି ହେଉଛି ସମ୍ବିଧାନ ଦିବସ
ଚିଠି ମାଧ୍ୟମରେ ମନର କଥା କହିଲେ ମୋଦି
ଚିଠି ମାଧ୍ୟମରେ ମନର କଥା କହିଲେ ମୋଦି
ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ହେଉଛି । ୧୯୪୯ ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା । ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଗତ ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଥିଲା । ସେହି ଦିନଠାରୁ ପାଳନ ହେଉଛି ଜାତୀୟ ସମ୍ବିଧାନ ଦିବସ ।
ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଚିଠି ଲେଖିଛନ୍ତି । ଭାରତୀୟ ସମ୍ବିଧାନର ଗରିମା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ''ଏହି ସମ୍ବିଧାନ ତାଙ୍କ ଭଳି ସାଧାରଣ ଲୋକଙ୍କୁ ୨୪ ବର୍ଷ ଧରି ଶାସନ ମୁଖ୍ୟ ଭାବେ ରହିବାର ସୁଯୋଗ ପ୍ରଦାନ କରିଛି । ୨୦୧୪ରେ ସେ ପ୍ରଥମଥର ପାଇଁ ଯେତେବେଳେ ପାର୍ଲାମେଣ୍ଟରେ ପହଞ୍ଚିଥିଲେ ଗଣତନ୍ତ୍ରର ମହାନ ମନ୍ଦିରକୁ ସେ ନତମସ୍ତକ ହୋଇ ପ୍ରଣାମ କରିଥିଲେ । ଭାରତୀୟ ସମ୍ବିଧାନ ତାଙ୍କ ପରି ଅନେକ ଲୋକଙ୍କୁ ସ୍ୱପ୍ନ ଦେଖାଇବା ସହ ଏହାର ସଫଳ ରୂପାୟନ ପାଇଁ ଶକ୍ତି ଯୋଗାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଅଙ୍ଗେ ଲିଭେଇଥିବା ଅନେକ ଅନୁଭୂତିକୁ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି।''
ଏଥିସହ ପଢ଼ନ୍ତୁ: ଆଜି ହେଉଛି ସମ୍ବିଧାନ ଦିବସ: ବିବିଧତା ମଧ୍ୟରେ ଏକତା ରଖିଥାଏ ସମ୍ବିଧାନ
ସମ୍ବିଧାନର ଇତିହାସ ଏବଂ ମହତ୍ତ୍ଵ କଥା ଯଦି କହିବା ତାହାଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ଵ ଦିଆଯାଇଥିଲା । ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯାହା ସମସ୍ତଙ୍କ ଆଗ୍ରହ ଏବଂ ଆବଶ୍ୟକତା ଧ୍ୟାନରେ ରଖିବା ନିଶ୍ଚିତ କରିଥାଏ । ଭାରତ ଏକ ବିବିଧତାର ଦେଶ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ଅନ୍ୟାୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories