Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଣିପୁର ଯିବେ PM ମୋଦି, ୮୫୦୦ କୋଟି ଟଙ୍କାର ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ମଣିପୁର ଯିବେ PM ମୋଦି, ୮୫୦୦ କୋଟି ଟଙ୍କାର ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

Key Points

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ମଣିପୁର ଗସ୍ତ । ୮ ହଜାର ୫ ଶହ କୋଟି ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ।


ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ମଣିପୁର ଗସ୍ତ । ଆସନ୍ତାକାଲିଠୁ ୨ ଦିନିଆ ଗସ୍ତରେ ପିଏମ ମଣିପୁର ସହ ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଓ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମଣିପୁରରେ ୮ ହଜାର ୫ ଶହ କୋଟି ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମେ ୨୦୨୩ ପରଠାରୁ ମଣିପୁରରେ ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।
ଏହାସହିତ ଇମ୍ପାଲ ପିସ୍ ଗ୍ରାଉଣ୍ଡରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପିଏମ ମୋଦି । ମୋଦିଙ୍କ ମଣିପୁର ଗସ୍ତ କାର୍ଯ୍ୟକ୍ରମ ନିଶ୍ଚିତ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ । ସେହିପରି ପିଏମ ମୋଦି ମିଜୋରାମରେ ଭୈରବୀ-ସୈରଙ୍ଗ ରେଳ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଗୁରୁତ୍ବପୂର୍ଣ୍ଣ ୫୧ କିଲୋମିଟ ଦୀର୍ଘ ପ୍ରକଳ୍ପରେ ୪୫ଟି ଟନେଲ ଓ ୪୫ଟି ବ୍ରିଜ ନିର୍ମାଣ ହୋଇଛି । ଉଦଘାଟନ ପରେ ଆସନ୍ତାକାଲିଠୁ ଏହି ରେଳ ଲାଇନରେ ୩ଟି ରେଳ ଯାତାୟତ କରିବ ।


ସେପଟେ ପିଏମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ଦିନ ପୂର୍ବରୁ ଇମ୍ପାଲରେ ପହଞ୍ଚି ନର୍ଥ-ଇଷ୍ଟ ବିଜେପି ପ୍ରଭାରୀ ସମ୍ବିତ ପାତ୍ର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି ମଣିପୁର ବିଜେପି ସଭାପତି ଏ ସାରଦା ।
ମଣିପୁର ଯିବେ PM ମୋଦି, ୮୫୦୦ କୋଟି ଟଙ୍କାର ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to Visit Manipur, Launch ₹8,500 Crore Development Projects | Argus News