Bihar Election / ପୁଣି ବିହାରରେ ମାରାଥନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି
·8 months ago·2 min read

Key Points
ବିହାରରେ ନିର୍ବାଚନୀ ମାହୋଲ ସରଗରମ। ସରକାରକୁ ଆସିଲେ ୱାକଫ ଆଇନକୁ କୁଡାଦାନରେ ଫିଙ୍ଗିଦେବା ତେଜସ୍ୱୀଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ବିହାରରେ ନିର୍ବାଚନୀ ମାହୋଲ ସରଗରମ। ଏହି ଅବସରରେ ଅର୍ଗସକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରକାରକୁ ଆସିଲେ ୱାକଫ ଆଇନକୁ କୁଡାଦାନରେ ଫିଙ୍ଗିଦେବା ତେଜସ୍ୱୀଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ଦ୍ଦିଷ୍ଟ ବର୍ଗଙ୍କୁ ପ୍ରଭାବିତ କରି ଭୋଟ ନେବାର ରାଜନୀତି କରିଛନ୍ତି ତେଜସ୍ୱୀ। ତାଙ୍କର ପାଠକୁ ଠିକ୍ କରିବାକୁ ପଡିବ। ଏହି ଆଇନ ସଂସଦରେ ପାରିତ ହୋଇଛି। ବିଧାନସଭା ନିର୍ବାଚନ ବିହାରରେ ହେଉଛି। ବହୁ ସଂଖ୍ୟକ ଜନାଧାର ତାଙ୍କ ପାଖରେ ଆଉ ନାହିଁ। ପାଦତଳୁ ମାଟିକୁ ଧରି ରଖିବା ପାଇଁ ଏପରି କହିଛନ୍ତି ତେଜସ୍ୱୀ। ଲୋକଙ୍କ ମଧ୍ୟରେ ଭୟ ତିଆରି କରିବା, ମିଛ କହିବା ତାଙ୍କର କାମ। ସେ ବାସ୍ତବରେ କଣ କହନ୍ତି ତାଙ୍କୁ ନିଜକୁ ହିଁ ଜଣା ନଥାଏ। ବିହାରରେ RJD ଦୁର୍ନୀତି କରିବାର ଅନେକ ଉଦାହରଣ ରହିଛି।
ଏଥର ବିହାରରେ ଜଙ୍ଗଲରାଜ, ଦୁର୍ନୀତି ବନାମ ବିକାଶ, ବିଶ୍ୱାସ ବନାମ ବିଶ୍ୱାସଘାତ ଉପରେ ଲୋକ ମତଦାନ କରିବେ। ୩୦ ତାରିଖରେ ମୁଜାଫରପୁର ଓ ଛପରାରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ୨ ତାରିଖରେ ପାଟନାରେ ରୋଡ ସୋ କରିବେ। ଏହାର ବଡ଼ ପ୍ରଭାବ ପଡ଼ିବ, ପୁଣି ଥରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ବିହାରରେ ମୁଖ୍ୟ ପ୍ରସଙ୍ଗ ହେଉଛି ବିହାରର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା। ବିହାରରେ ଅପାର ସମ୍ଭାବନା ଅଛି। ଗତ ୨୦ବର୍ଷ ମଧ୍ୟରେ, ଏବଂ ବିଶେଷ କରି ଗତ ୧୧ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟର କଳ୍ପନା କରିଛନ୍ତି। ସେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ମହାଗଠବନ୍ଧନକୁ ବିହାର ବିଜେପି ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ
ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ହେଉଥିବା ବେଳେ ଲୋକେ ପୁଣି ଥରେ NDAକୁ ବାଛିବେ । ଏଥର NDA ବହୁତ ବଡ଼ ବିଜୟ ହାସଲ କରିବ । ବିହାର ବିଜେପି ନିର୍ବାଚନୀ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏ ଦୃଢ଼ୋକ୍ତି ବାଢ଼ିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବିହାର ନିର୍ବାଚନରେ NDAର ବିଜୟ ହୋଇସାରିଛି । ଏଥର ବି ଲୋକେ ମୋଦି-ନୀତିଶ ଯୋଡ଼ିକୁ ବାଛିବେ ।
ଧର୍ମେନ୍ଦ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ଏବଂ ନଭେମ୍ବର ୨ ତାରିଖରେ ବିହାର ବିଧାନସଭା ନିର୍ବାଚନ ଲାଗି ରାଲି କରିବେ । ନଭେମ୍ବର ୨ ତାରିଖରେ ବିହାରର ପାଟଣାରେ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିହାର ବିଧାନସଭା ନିର୍ବାଚନରେ NDA ଜିତାପଟ ହୋଇ ସାରିଛି । ଲୋକେ ପୁଣି NDAକୁ ହିଁ ବାଛିବେ । ଏଥର ବି ଲୋକେ ମୋଦି-ନୀତିଶ ଯୋଡ଼ିକୁ ପୁଣି ବାଛିବେ ଲୋକେ । NDA ଏଥର ବହୁତ ବଡ଼ ବିଜୟ ହାସଲ କରିବ ।"
ଏଥିସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଗଠବନ୍ଧନକୁ ତାତ୍ସଲ୍ୟ କରିଛନ୍ତି । କହିଛନ୍ତି, "କେଉଁଠି ମେଣ୍ଟ ଅଛି ? ଏହା ମହାଗଠବନ୍ଧନ ନୁହେଁ 'ଲଠବନ୍ଧନ' । ଏନଡିଏରେ ୫ଟି ଦଳ ଅଛନ୍ତି । ବିଜେପି- ୧୦୧, ଜେଡିୟୁ- ୧୦୧, ଏଲଜେପି-୨୯, ଜିତନ ରାମ ମାଞ୍ଝି-୬, ଏବଂ କୁଶୱା-୬ଟି ଆସନରେ ଲଢୁଛନ୍ତି । ସେମାନଙ୍କ ମହାଗଠବନ୍ଧନରେ କଂଗ୍ରେସ କେତୋଟି ଆସନରେ ଏବଂ ଆରଜେଡି କେତୋଟି ଆସନରେ ଲଢୁଛନ୍ତି କେହି କହିପାରିବେ କି ? ସେମାନଙ୍କ ମେଣ୍ଟରେ ପ୍ରାୟ ୨୦ ଆସନରେ ନିଜ ନିଜ ଭିତରେ ଲଢ଼େଇ କରୁଛନ୍ତି । ଏହା ମହାଗଠବନ୍ଧନ ନୁହେଁ, ଠଗବନ୍ଧନ ଏବଂ ଲଠବନ୍ଧନ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories