Bihar Election / ମହାଗଠବନ୍ଧନକୁ ବିହାର ବିଜେପି ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ

Key Points
ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ହେଉଥିବା ବେଳେ ଲୋକେ ପୁଣି ଥରେ NDAକୁ ବାଛିବେ । ଏଥର NDA ବହୁତ ବଡ଼ ବିଜୟ ହାସଲ କରିବ । ବିହାର ବିଜେପି ନିର୍ବାଚନୀ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏ ଦୃଢ଼ୋକ୍ତି ବାଢ଼ିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବିହାର ନିର୍ବାଚନରେ NDAର ବିଜୟ ହୋଇସାରିଛି । ଏଥର ବି ଲୋକେ ମୋଦି-ନୀତିଶ ଯୋଡ଼ିକୁ ବାଛିବେ ।
ଏଥିସହ ପଢ଼ନ୍ତୁ: ରେଡ୍ ଜୋନ୍ରେ ଥିବା ୮ ଜିଲ୍ଲାରେ ୨ ଦିନ ଅଙ୍ଗନବାଡ଼ି ବନ୍ଦ
ଧର୍ମେନ୍ଦ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ଏବଂ ନଭେମ୍ବର ୨ ତାରିଖରେ ବିହାର ବିଧାନସଭା ନିର୍ବାଚନ ଲାଗି ରାଲି କରିବେ । ନଭେମ୍ବର ୨ ତାରିଖରେ ବିହାରର ପାଟଣାରେ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିହାର ବିଧାନସଭା ନିର୍ବାଚନରେ NDA ଜିତାପଟ ହୋଇ ସାରିଛି । ଲୋକେ ପୁଣି NDAକୁ ହିଁ ବାଛିବେ । ଏଥର ବି ଲୋକେ ମୋଦି-ନୀତିଶ ଯୋଡ଼ିକୁ ପୁଣି ବାଛିବେ ଲୋକେ । NDA ଏଥର ବହୁତ ବଡ଼ ବିଜୟ ହାସଲ କରିବ ।"
ଏଥିସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଗଠବନ୍ଧନକୁ ତାତ୍ସଲ୍ୟ କରିଛନ୍ତି । କହିଛନ୍ତି, "କେଉଁଠି ମେଣ୍ଟ ଅଛି ? ଏହା ମହାଗଠବନ୍ଧନ ନୁହେଁ 'ଲଠବନ୍ଧନ' । ଏନଡିଏରେ ୫ଟି ଦଳ ଅଛନ୍ତି । ବିଜେପି- ୧୦୧, ଜେଡିୟୁ- ୧୦୧, ଏଲଜେପି-୨୯, ଜିତନ ରାମ ମାଞ୍ଝି-୬, ଏବଂ କୁଶୱା-୬ଟି ଆସନରେ ଲଢୁଛନ୍ତି । ସେମାନଙ୍କ ମହାଗଠବନ୍ଧନରେ କଂଗ୍ରେସ କେତୋଟି ଆସନରେ ଏବଂ ଆରଜେଡି କେତୋଟି ଆସନରେ ଲଢୁଛନ୍ତି କେହି କହିପାରିବେ କି ? ସେମାନଙ୍କ ମେଣ୍ଟରେ ପ୍ରାୟ ୨୦ ଆସନରେ ନିଜ ନିଜ ଭିତରେ ଲଢ଼େଇ କରୁଛନ୍ତି । ଏହା ମହାଗଠବନ୍ଧନ ନୁହେଁ, ଠଗବନ୍ଧନ ଏବଂ ଲଠବନ୍ଧନ ।"
ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ପାଞ୍ଜିରେ ଲେଖାଥିଲା, ଏବେ ସତ ହେଉଛି ପୂର୍ବାନୁମାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, "ଦେଶକୁ କଂଗ୍ରେସ ଓ ବିହାରକୁ ଆରଜେଡି ଲୁଟିଛି । ତେଜସ୍ଵୀ ଯାଦବ ଓ ତାଙ୍କ ଦଳ ବିହାରକୁ ଦଶନ୍ଧି ଦଶନ୍ଧି ଧରି ଲୁଟିଛନ୍ତି । ସେହିପରି କଂଗ୍ରେସ ତିନିପିଢ଼ି ଧରି ଦେଶକୁ ଶାସନ କରିଛନ୍ତି । ସେମାନଙ୍କ ସମୟରେ ଦୁର୍ନୀତି, ପରିବାରବାଦ ଶୀର୍ଷରେ ପହଞ୍ଚିଥିଲା । ଯେଉଁମାନେ ବିହାରରେ ଜଙ୍ଗଲରାଜ ଚଳାଇଥିଲେ ସେମାନେ ଆଜି ନୂଆ ବିହାର ଗଠନ ନେଇ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।"
ନଭେମ୍ବର ୬ରେ ୧୨୧ଟି ବିଧାନସଭା ଆସନ ଓ ୧୧ ତାରିଖରେ ୧୨୨ଟି ବିଧାନସଭା ଆସନରେ ହେବାକୁ ଯାଉଛି ଭୋଟିଂ । ପ୍ରଚାର ଜୋର ଧରିଥିବା ବେଳେ ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବେ ୭ କୋଟି ୪୩ ଲକ୍ଷ ଭୋଟର ।
📱 Get Argus News App
✨Related Topics
Explore more stories