PM Modi Visits Odisha Today / ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି,ରାଜ୍ୟ ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ହେବେ ସାମିଲ
·2 hours ago·2 min read

Key Points
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜର ପାହାଡ଼ପୁର ଗାଁ ଗସ୍ତ କରିବେ PM
ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ
୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

ରାଇରଙ୍ଗପୁର,୨୦/୦୬:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୟୂରଭଞ୍ଜରେ ରାଜ୍ୟ ସରକାରର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ସହ ଯୋଗଦେବେ, ଯାହା ରାଜ୍ୟ ପାଇଁ ଏକ ବିରଳ ଓ ଗୁରୁତ୍ୱପୂର୍ଣ୍ଣ ଅବସର ହେବ। ସକାଳ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁ ଗସ୍ତ କରିବେ। ସେମାନେ ଗୋଷୀଣୀ ପିଠ, ସାନ୍ତାଳୀ ଜାହୀରା ଓ ହୋ ଜାହୀରା ପବିତ୍ର ବନସ୍ଥଳୀରେ ପୂଜାର୍ଚ୍ଚନା କରିବା ସହିତ ସ୍କିଲ୍ ସେଣ୍ଟର ଓ ପାହାଡ଼ପୁର SLS ବିଦ୍ୟାଳୟ ପରିଦର୍ଶନ କରିବେ।
ଅପରାହ୍ନ ପ୍ରାୟ ୦୧.୦୦ରେ ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏହି ଅବସରରେ ୪୭ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଅନ୍ୟାନ୍ୟ ଶିଳାନ୍ୟାସ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ୩୦୦ ଟନ୍ କ୍ଷମତା ବିଶିଷ୍ଟ ମ୍ୟୁନିସିପାଲ୍ ଘନ ବର୍ଜ୍ୟ ଆଧାରିତ କମ୍ପ୍ରେସ୍ଡ ବାୟୋଗ୍ୟାସ ପ୍ଲାଣ୍ଟ , କଟକ ଓ ଭୁବନେଶ୍ୱରକୁ ସିଧାସଳଖ ସଂଯୋଗ କରିବା ପାଇଁ କାଠଯୋଡ଼ି ନଦୀ ଉପରେ ସେତୁ, ବୌଦ୍ଧ ଜିଲ୍ଲାର ଢଳପୁର-ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ, ନୂଆପଡ଼ା-ଘାଟିପଡ଼ା ଜାତୀୟ ରାଜପଥ-୩୫୩ର ଚାରି ଲେନ୍ ବିସ୍ତାର, କୁସୁମଡିହି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ, ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଇନଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ ଅନ୍ତର୍ଭୁକ୍ତ ରହିଛି।
ପଢନ୍ତୁ ଏହି ଖବର: ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି,ମୟୂରଭଞ୍ଜରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜରେ ଗସ୍ତର ସୁରକ୍ଷା ପାଇଁ ୧୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିଜେ ଡିଜିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ସୁରକ୍ଷା ପାଇଁ ପ୍ରାୟ ୧୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୩ କମ୍ପାନୀ ସିଆରପିଏଫ , ୨ କମ୍ପାନୀ ବିଏସଏଫ , ଏକାଧିକ ଏସଓଜି ଏବଂ ଏସଟିୟୁ ଟିମ୍ ମୁତୟନ ଅଛନ୍ତି ବୋଲି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories