PM Modi Odisha Visit / ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି,ମୟୂରଭଞ୍ଜରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ
·1 hour ago·2 min read

Key Points
ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ମୋଦି
BJP ସରକାରର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ
ମୟୂରଭଞ୍ଜରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ବର,୧୫/୦୬: ଆସନ୍ତା ୨୦ ଜୁନ୍ ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୟୂରଭଞ୍ଜରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ। ୨୦ ତାରିଖ ଦିନ ୧୧:୦୫ ରେ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରାୟ ଏକ ଘଣ୍ଟା ଧରି ମହାମହିମ ରାଷ୍ଟ୍ରପତିଙ୍କ ଗାଁ ପରିଦର୍ଶନ କରିବେ। ଏହା ପରେ, ସେ ଦାଣ୍ଡବୋସ ଯିବେ। ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଏକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସମାପ୍ତ କରିବା ପରେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୨:୧୫ ରେ ମୟୂରଭଞ୍ଜରୁ ପଶ୍ଚିମବଙ୍ଗର ହୁଗଲି ଅଭିମୁଖେ ବାହାରିବେ।
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ | ପ୍ରଧାନମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବ। ରାଜ୍ୟରେ ବିଜେପି ସରକାର କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଅଷ୍ଟମ ଗସ୍ତ। ଓଡିଶାକୁ ସବୁବେଳେ ଫୋକସରେ ରଖିଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ। ସରକାର ଓ ସଂଗଠନରେ ଥିବା ଅଧୁରା କାମ ଏବଂ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନେତୃତ୍ବଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।
ପଢନ୍ତୁ ଏହି ଖବର: ଓଡ଼ିଶାରେ ବିଜେପି ସରକାରକୁ ପୁରିଲା ୨ ବର୍ଷ, ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ମୟୂରଭଞ୍ଜ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଜିପି ହେଲିପ୍ୟାଡ, କାର୍ଯ୍ୟକ୍ରମ ସ୍ଥଳୀ ଓ ଭିଭିଆଇପି ଗସ୍ତ ମାର୍ଗର ନିରୀକ୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଖୁଣ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଗସ୍ତ ସମୟରେ ବହୁସ୍ତରୀୟ ସୁରକ୍ଷା ବଳୟ, ଆଣ୍ଟି-ସାବୋଟାଜ ଯାଞ୍ଚ, ସିସିଟିଭି ନଜରଦାରୀ, ଡ୍ରୋନ ମନିଟରିଂ ଏବଂ କେ-୯ ସ୍କ୍ୱାଡ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ଓ ସୀମାନ୍ତ ଅଞ୍ଚଳରେ କଡ଼ା ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ ଓ ସୁରକ୍ଷିତ କରିବା ପାଇଁ ପୋଲିସ, ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ଏହି ଗସ୍ତକୁ ନେଇ ରାଇରଙ୍ଗପୁର ଓ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଡିଜିଙ୍କ ଅନୁଧ୍ୟାନ ସମୟରେ ଓଡିଶା ପୋଲିସ ଡିଜିପିଙ୍କ ସହିତ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ,ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପଲ୍ଲୀ,ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ସମେତ ସ୍ଥାନୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।ଏହି ଗସ୍ତ ସମୟରେ ରାଇରଙ୍ଗପୁର ଏଆର ପୋର୍ଟ, ହୋଲିଡେ ହୋମ, ପାହାଡ଼ପୁର ଯାଇ ସମସ୍ତ ଅଧିକାରୀ ସମୀକ୍ଷା କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories