Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍‌ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା

National

PM Modi Cuts Carcade / ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍‌ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍‌ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା
PM Modi Orders SPG to Cut Carcade Vehicles

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ଗାଡ଼ି ସଂଖ୍ୟାରେ ହ୍ରାସ୍ । ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାରକେଡ୍ ଗାଡ଼ି ସଂଖ୍ୟା ଅଧା କରି ଦେଇଛନ୍ତି ।
ନୂଆଦିଲ୍ଲୀ: ଦେଶବାସୀଙ୍କୁ ପେଟ୍ରୋଲ୍-ଡିଜେଲ୍ କମ୍ ଖର୍ଚ୍ଚ କରିବା ଓ ସାଧାରଣ ପରିବହନ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି । ଜନତାଙ୍କୁ ନିବେଦନ ଭିତରେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ବଡ଼ ନିଷ୍ପତ୍ତି ।

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାରକେଡ୍ ଗାଡ଼ି ସଂଖ୍ୟା ଅଧା କରି ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୁରକ୍ଷାରେ ମୁତୟନ ରହିଥିବା ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ (SPG)କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ସୁନା ଦାମ୍... ସୁନା କିଣିବା ହେଲା ଆହୁରି ମହଙ୍ଗା 

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାରକେଡ୍‌ରୁ ୫୦ ପ୍ରତିଶତ ଗାଡ଼ି ହ୍ରାସ୍ କରିଛନ୍ତି । ଭଦୋଦରା ଓ ଆସାମରେ ହିମନ୍ତ ବିଶ୍ଵ ଶର୍ମାଙ୍କ ଶପଥ ଗ୍ରହଣ ବେଳେ ଗୁଆହାଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ହ୍ରାସ୍ କରାଯାଇଥିଲା ।

SPGକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ୍ କରାଯାଇଛି । କାରକେଡ୍‌ରେ ଇଲେକ୍ଟ୍ରିକ୍ ଗାଡ଼ି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ନୂଆ କ୍ରୟ କରାଯିବ ନାହିଁ ।

୫ ରାଜ୍ୟରେ ଆକ୍ସନ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ଭିତରେ ବିଜେପି ଶାସିତ ୫ ରାଜ୍ୟ ଆକ୍ସନ ମୋଡ୍‌କୁ ଆସିଛନ୍ତି । ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାର କାରକେଡ୍‌ରେ ଗାଡ଼ି ସଂଖ୍ୟା ହ୍ରାସ୍ କରିଛନ୍ତି ।

ଅନେକ ଅଧିକାରୀଙ୍କୁ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି । ଏହାର ପ୍ରଭାବ କେବଳ ପ୍ରଶାସନ ପର୍ଯ୍ୟନ୍ତ ସୀମିତ ନାହିଁ । ବରଂ ସାଧାରଣ ଜନତା ମଧ୍ୟ ଇନ୍ଧନ ସଞ୍ଚୟ ଲାଗି ଆଗଭର ହୋଇଥିବା ଦେଖା ଯାଉଛି । ସରକାରଙ୍କ ଅନୁସାରେ, ସମସ୍ତେ ଛୋଟ ଛୋଟ ପଦକ୍ଷେପ ନେଲେ ଯାଇ ଆମେ ବଡ଼ ସମସ୍ୟାରୁ ସଫଳତାର ସହ ବାହାରି ପାରିବା ।

ଏଥିସହ ପଢ଼ନ୍ତୁ: 'ବର୍ଷେ ପର୍ଯ୍ୟନ୍ତ କିଣନ୍ତୁ ନାହିଁ ସୁନା'; ଦେଶବାସୀଙ୍କୁ ଆଉ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି 

ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ପଶ୍ଚିମ ଏସିଆରେ ଅସ୍ଥିରତା ଓ ବୈଶ୍ଵିକ ଅନିଶ୍ଚିତତା ମଧ୍ୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଅପିଲ୍ । କମ୍ କରନ୍ତୁ ପେଟ୍ରୋଲ୍ ଓ ଡିଜେଲ୍‌ର ବ୍ୟବହାର । କୋଭିଡ୍ ସମୟରେ ପ୍ରଚଳିତ ବ୍ୟବସ୍ଥାକୁ ପୁଣି ଥରେ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ କୋଭିଡ୍ ସମୟରେ ୱାର୍କ ଫର୍ମ ହୋମ୍ କରିଥିଲେ, ଅନଲାଇନ୍‌ରେ ମିଟିଂ କରୁଥିଲେ, ଭିଡିଓ କନଫରେନ୍ସିଂ ଚାଲିଥିଲା… । ସେଭଳି ଅନେକ ବ୍ୟବସ୍ଥା ବିକଶିତ ହୋଇଛି, ଆମର ଅଭ୍ୟାସରେ ପଡ଼ି ଯାଇଛି । ଏବେର ସମୟର ଆବଶ୍ୟକତା ଆମେ ପୁଣି ସେହି ବ୍ୟବସ୍ଥାକୁ ଆପଣାଇବା । ଯାହା ଦେଶର ସ୍ଵାର୍ଥ୍ଵ ଲାଗି ଆମକୁ ପ୍ରାଥମିକା ଦେବାକୁ ପଡ଼ିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Cuts Carcade Vehicles by 50% Amid Petrol-Diesel Crisis | Argus News | Argus News