Videos
|
National

ନରମିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପିଏମ୍ ମୋଦି କହିଲେ 'ଆମେରିକା ସହ ସମ୍ପର୍କ ସକରାତ୍ମକ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ନରମିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପିଏମ୍ ମୋଦି କହିଲେ 'ଆମେରିକା ସହ ସମ୍ପର୍କ ସକରାତ୍ମକ'

Key Points

ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ଊପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵପୂର୍ଣ୍ଣ କହିଛନ୍ତି ।

ନୂଆଦିଲ୍ଲୀ: ଭାରତ ଓ ଆମେରିକା ତିକ୍ତ ସମ୍ପର୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ଊପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵପୂର୍ଣ୍ଣ କହିଛନ୍ତି । ଆଗକୁ ବୈଶ୍ଵିକ ହିତ ପାଇଁ ସକରାତ୍ମକ ଭାବେ ଭାରତ ଓ ଆମେରିକା କାମ କରିବେ ବୋଲି ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।



ଭାରତ ଓ ଆମେରିକା ସମ୍ବନ୍ଧ ଦେଇ ପ୍ରଧାନମନ୍ତ୍ରୀ ମୋଦି ପୋଷ୍ଟ କରି ଲେଖିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରତି ସକରାତ୍ମକ ଆକଳନର ପ୍ରଶଂସା କରୁଛି । ଭାରତ ଓ ଆମେରିକା ମଧ୍ୟରେ ବହୁତ ସକରାତ୍ମକ, ଦୂରଦର୍ଶୀ ଏବଂ ବୈଶ୍ଵିକ ରଣନୀତିକ ବୁଝାମଣା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟ୍ରମ୍ପଙ୍କ ବୟାନର ଠିକ୍ ପରେ ଏହି ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ଟ୍ରମ୍ପ କହିଥିଲେ, ଭାରତ ଓ ଆମେରିକା ସମ୍ପର୍କ ବେଶ ସ୍ଵତନ୍ତ୍ର । ଟ୍ରମ୍ପ କହିଥିଲେ, ତିକ୍ତତା ପରେ ବି ପ୍ରଧାନମନ୍ତ୍ରୀ ମୋଦି ମୋର ବନ୍ଧୁ ରହିବେ । ପିଏମ୍ ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ, ଜଣେ ମହାନ ନେତା ।


ଆମେରିକା ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ଋଷ ଠାରୁ ଭାରତ ଅଶୋଧିତ ତୈଳ କିଣୁଥିବାରୁ ମୁଁ ନିରୁତ୍ସାହିତ । ଏଥିପାଇଁ ହିଁ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସମ୍ପର୍କ ଭଲ ଅଛି । ସେ କିଛି ମାସ ତଳେ ଏଠାକୁ ଆସିଥିଲେ, ଆମେ ରୋଜ୍ ଗାର୍ଡେନ୍ ଯାଇଥିଲୁ, ସାମ୍ବାଦିକ ସମ୍ମିଳନୀ କରିଥିଲୁ ।

PM Modi Responds to Trump’s Remarks, Emphasizes Strong India-US Relations | Argus News | Argus News