Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଋଷିକେଶରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

Jitendra Dash
Browse all articles by Jitendra Dash
·2 years ago·1 min read
ଋଷିକେଶରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ଅର୍ଗସ ବ୍ୟୁରୋ : ଦେବଭୂମୀରୁ `ଫିର୍ ଏକ୍ ବାର୍ ମୋଦି ସରକାର' ନାରା ।  ଋଷିକେଶରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ବର୍ଷରେ ଦେଶକୁ ମଜବୁତ କରିଛି ବିଜେପି । ଗ୍ୟାରେଣ୍ଟି ଦେଇ ଗ୍ୟାରେଣ୍ଟି ପୁରା କରିଛି ମୋଦି ସରକାର । ଦେଶ ଦେଖିଛି ବିଜେପି ସରକାରଙ୍କ କାମ । ଅସ୍ଥିର ଓ ଦୁର୍ବଳ ସରକାର ସମୟରେ ଚରମସୀମାରେ ଆତଙ୍କବାଦ  ପହଁଚିଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ବିଜେପି ସରକାର ଆତଙ୍କବାଦକୁ ଦେଶରୁ ମୂଳପୋଛ କରିଛି । 

ସେପଟେ ଦୀର୍ଘ ୪୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ନବରାତ୍ରୀ ଅବସରରେ ଉପବାସ ରଖି ଆସୁଛନ୍ତି । ଚଳିତ ବର୍ଷ ନିର୍ବାଚନୀ ବ୍ୟସ୍ତତା ଭିତରେ ମଧ୍ୟ ମୋଦି ନିଜର ଧର୍ମ ପାଳନ କରିବାକୁ ଭୁଲି ନାହାଁନ୍ତି । ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରାଲି । ମଙ୍ଗଳବାର ଚେନ୍ନାଇରେ ବିଶାଳ ରୋଡ ଶୋ କରିବା ପରେ ବୁଧବାର କୋଏମ୍ବାଟୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଞ୍ଚ ଉପରୁ କଂଗ୍ରେସ-ଡିଏମକେକୁ ସିଧାସଳଖ ଟାର୍ଗେଟ କରି ମୋଦୀ କହିଛନ୍ତି ଦୀର୍ଘବର୍ଷ ହେବ ରାଜ୍ୟ ସହ ଭେଦଭାବ କରିଛନ୍ତି ଉଭୟ ଦଳ । ପରିବାରବାଦ ଶାସନରେ ଚାଲିଛି ତାମିଲନାଡୁ । ସନାତନ ଧର୍ମ ବିରୋଧରେ ବାରମ୍ବାର ବୟାନ ଦିଏ ଡିଏମେକ, ପ୍ରଭୁ ରାମଙ୍କ ଅପମାନ କରେ କଂଗ୍ରେସ ।

Sponsored
PM Modi Rishikesh Rally | Argus News