ଡିପ୍ ଫେକ ଭିଡିଓକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, ନିଜର ଡିପ୍ ଫେକ ଭିଡିଓ କଥା ବି କହିଲେ

ଅର୍ଗସ ବ୍ୟୁରୋ : ଡିପ୍ ଫେକ ଭିଡିଓକୁ ନେଇ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ସତର୍କ ରହିବାକୁ ଲୋକଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଟରନେଟରେ ଏଭଳି ଭିଡିଓ ପ୍ରସାରିତ ହେବାବେଳେ ଚାଟ୍ପିଟି ତରଫରୁ ଚେତାବନୀ ଜାରୀ କରାଯିବା ଦରକାର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଟେକ୍ନୋଲୋଜିକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ ଫେକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏଆଇ ମାଧ୍ୟମରେ ପ୍ରସ୍ତୁତ ଫଟୋ କିମ୍ବା ଭିଡିଓରେ ଏକ ସ୍ପଷ୍ଟ ଡିସ୍କ୍ଲେମର ରହିବା ଉଚିତ ଯେଉଁଥିରେ ଏହା ଉଲ୍ଲେଖ ରହିବା ଜରୁରୀ କି ଏହା ଡିପ୍ ଫେକର ଉପଯୋଗ କରି ପ୍ରସ୍ତୁତ କରାଯାଇଛି । ଏହି ଡିପ୍ ଫେକ ଭାରତୀୟ ସାମାଜିକ ବିକାଶ ଧାରା ପ୍ରତି ଏକ ବଡ ବିପଦ ହୋଇପାରେ । ଏହା ସମାଜରେ ଅରାଜକତା ସୃଷ୍ଟି କରିପାରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଜନତା ଓ ମିଡିଆ ଏହି ଡିପ୍ ଫେକ ପ୍ରତି ସଜାଗ ରହିବା ଉଚିତ ।