Shaurya Yatra Somnath / ଦୁଇ ହାତରେ ଡମରୁ...୧୦୮ ଘୋଡାର ଶୋଭାଯାତ୍ରା, ସୋମନାଥରେ ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ PM ମୋଦି
·6 months ago·2 min read

Key Points
ସୋମନାଥରେ ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ PM ମୋଦି
ସୋମନାଥ ମନ୍ଦିର ସୁରକ୍ଷାରେ ପ୍ରାଣବଳୀ ଦେଇଥିବା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ
ଯାତ୍ରାରେ ସାମିଲ ହୋଇଥିଲେ ୧୦୮ ଘୋଡ଼ା
ସୋମନାଥ ମନ୍ଦିର ସୁରକ୍ଷାରେ ପ୍ରାଣବଳୀ ଦେଇଥିବା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ
ଯାତ୍ରାରେ ସାମିଲ ହୋଇଥିଲେ ୧୦୮ ଘୋଡ଼ା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସୋମନାଥରେ ପହଞ୍ଚି ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଥିଲେ । ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା । ଶୌର୍ଯ୍ୟ ଯାତ୍ରାରେ ୧୦୮ଟି ଘୋଡା ମଧ୍ୟ ସାମିଲ ହୋଇଥିଲେ । ଯାହାକୁ ସାହସ, ବୀରତ୍ୱ ଏବଂ ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ ।
ଯାତ୍ରାରେ ଅଂଶଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ "ଶୌର୍ଯ୍ୟ ଯାତ୍ରା"ର ନେତୃତ୍ୱ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ମଧ୍ୟ ଉପସ୍ଥିତ ଥିଲେ । ଶୌର୍ଯ୍ୟ ଯାତ୍ରା ସାହସ, ତ୍ୟାଗ ଏବଂ ଶତାବ୍ଦୀର କଷ୍ଟ ସତ୍ତ୍ୱେ ସୋମନାଥକୁ ରକ୍ଷା କରିଥିବା ଅଦମ୍ୟ ଆତ୍ମାର ପ୍ରତୀକ । ଏହି ଯାତ୍ରାରେ ସାମିଲ ହୋଇଥିବା ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡମରୁ ବଜାଇ ଭକ୍ତ ଓ ଲୋକଙ୍କୁ ସ୍ବାଗତ କରିଥିଲେ ।
ଶୋଭା ଯାତ୍ରାରେ ଅଂଶଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ବୀର ହମିରଜୀ ଗୋହିଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯିଏ ୧୨୯୯ ଖ୍ରୀଷ୍ଟାବ୍ଦରେ ଜାଫର ଖାନଙ୍କ ଆକ୍ରମଣରୁ ସୋମନାଥ ମନ୍ଦିରକୁ ରକ୍ଷା କରି ନିଜ ଜୀବନ ବଳିଦାନ ଦେଇଥିଲେ ।
#WATCH | Gujarat | PM Narendra Modi offers prayers at Somnath Temple.
— ANI (@ANI) January 11, 2026
Source: DD pic.twitter.com/KV7CgXMupL
ଯାତ୍ରାରେ ଅଂଶଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ "ଶୌର୍ଯ୍ୟ ଯାତ୍ରା"ର ନେତୃତ୍ୱ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ମଧ୍ୟ ଉପସ୍ଥିତ ଥିଲେ । ଶୌର୍ଯ୍ୟ ଯାତ୍ରା ସାହସ, ତ୍ୟାଗ ଏବଂ ଶତାବ୍ଦୀର କଷ୍ଟ ସତ୍ତ୍ୱେ ସୋମନାଥକୁ ରକ୍ଷା କରିଥିବା ଅଦମ୍ୟ ଆତ୍ମାର ପ୍ରତୀକ । ଏହି ଯାତ୍ରାରେ ସାମିଲ ହୋଇଥିବା ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡମରୁ ବଜାଇ ଭକ୍ତ ଓ ଲୋକଙ୍କୁ ସ୍ବାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହା ପରେ ସୋମନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଥିଲେ । କାର୍ଯ୍ୟକ୍ରମର ଅଂଶ ଭାବରେ ସେ ଏକ ସାଧାରଣ ସଭାରେ ମଧ୍ୟ ଅଂଶଗ୍ରହଣ କରିବେ ଏବଂ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ । ତାଙ୍କ ଭାଷଣରେ ସେ ମନ୍ଦିର ଉପରେ ବିଦେଶୀ ଆକ୍ରମଣ, ସେହି ବୀରମାନଙ୍କ ବଳିଦାନ ଏବଂ ମନ୍ଦିର ପୁନଃନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଐତିହାସିକ ଅବଦାନ ବିଷୟରେ ଉଲ୍ଲେଖ କରିପାରିପାରନ୍ତି । ଏହି ଉତ୍ସବ ଜାନୁଆରୀ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ।#WATCH | Gujarat | PM Narendra Modi pays floral tributes to the statue of Veer Hamirji Gohil, who sacrificed his life defending the Somnath Temple in 1299 A.D. from Zafar Khan's invasion.
— ANI (@ANI) January 11, 2026
Source: ANI/ DD pic.twitter.com/ax4Xoom98p
ଶୋଭା ଯାତ୍ରାରେ ଅଂଶଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ବୀର ହମିରଜୀ ଗୋହିଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯିଏ ୧୨୯୯ ଖ୍ରୀଷ୍ଟାବ୍ଦରେ ଜାଫର ଖାନଙ୍କ ଆକ୍ରମଣରୁ ସୋମନାଥ ମନ୍ଦିରକୁ ରକ୍ଷା କରି ନିଜ ଜୀବନ ବଳିଦାନ ଦେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories