Videos
|
National

India GDP Growth / GDPକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ PM ମୋଦି; କହିଲେ, ଏହି ସଂଖ୍ୟାକୁ ହଜମ କରିପାରୁନାହାନ୍ତି କିଛି ଲୋକ

Santosh Kumar Sahoo
Browse all articles by Santosh Kumar Sahoo
·27 mins ago·2 min read
GDPକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ PM ମୋଦି; କହିଲେ, ଏହି ସଂଖ୍ୟାକୁ ହଜମ କରିପାରୁନାହାନ୍ତି କିଛି ଲୋକ
Narendra Modi

Key Points

ପଶ୍ଚିମ ଏସିଆ ଯୁଦ୍ଧ ମଧ୍ୟରେ ଭାରତର ୭.୮% GDP ବୃଦ୍ଧି
ମୋଦି କହିଲେ- ଏହା ମଜବୁତ ଅର୍ଥନୀତିର ପ୍ରମାଣ
‘ଫ୍ରାଜିଲ୍ ଫାଇଭ୍’କୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍
ପଶ୍ଚିମ ଏସିଆ ଯୁଦ୍ଧ ଓ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତର ୭.୮% ଜିଡିପି ବୃଦ୍ଧିକୁ ପ୍ରଶଂସା । ଦିଲ୍ଲୀର ପ୍ରମୁଖ ଶିକ୍ଷାନୁଷ୍ଠାନ SRCCର ଶତବାର୍ଷିକୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଦୃଢ଼ତାକୁ ପ୍ରଶଂସା କରିଛନ୍ତି ।

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ବାଣିଜ୍ୟିକ ଆହ୍ୱାନ ସତ୍ତ୍ୱେ ଭାରତର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ଦେଶର ମଜବୁତ ଅର୍ଥନୀତିର ପ୍ରକୃତ ଚିତ୍ର ବୋଲି କହିଛନ୍ତି ମୋଦି । ପଶ୍ଚିମ ଏସିଆ ଯୁଦ୍ଧ ଏବଂ ବିଭିନ୍ନ ବାଣିଜ୍ୟିକ ବାଧା ସତ୍ତ୍ୱେ ଭାରତର ୭.୮% ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହୋଇଛି ।


ଯେଉଁମାନେ ପୂର୍ବରୁ ଦେଶକୁ 'ଫ୍ରାଜିଲ୍ ଫାଇଭ୍' ତାଲିକାକୁ ରଖିଥିଲେ, ସେମାନେ ଆଜି ଏହି ଅଭିବୃଦ୍ଧି ସଫଳତାକୁ ହଜମ କରିପାରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୩ ମସିହାର ତାଙ୍କ ଭାଷଣକୁ ମନେ ପକାଇ ସେତେବେଳର ନୀତିଗତ ଅଚଳାବସ୍ଥା, ମହଙ୍ଗା ମାଡ଼ ଏବଂ ଦୁର୍ନୀତିର ପରିବେଶକୁ ବର୍ତ୍ତମାନର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ସହ ତୁଳନା କରିଛନ୍ତି ।


ଜନଧନ ଯୋଜନା ଅଧୀନରେ ୧୨ ବର୍ଷ ଭିତରେ ପ୍ରାୟ ୬୦ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ଏହାସହ ରେଳବାଇ ବିଦ୍ୟୁତକରଣ ଏବଂ 'ମେକ୍ ଇନ୍ ଇଣ୍ଡିଆ'ର ସଫଳତା ଯୋଗୁଁ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉଛି ବୋଲି ମତ ଦେଇଛନ୍ତି ମୋଦି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ଯୁବପିଢ଼ିଙ୍କୁ 'ବିକଶିତ ଭାରତ' ଗଠନ ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: