Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ଲୋକେ ଆମକୁ ଦେଉଛନ୍ତି ଉପଦେଶ

National

Narendra Modi / ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ଲୋକେ ଆମକୁ ଦେଉଛନ୍ତି ଉପଦେଶ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ଲୋକେ ଆମକୁ ଦେଉଛନ୍ତି ଉପଦେଶ
Narendra Modi

Key Points

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ଆଜି ସାରା ବିଶ୍ୱ ଭାରତର ଟ୍ରେଡ୍ ଡିଲ୍‌କୁ ପ୍ରଶଂସା କରୁଛି
ଦୁର୍ଭାଗ୍ୟର ବିଷୟ ଆଲୋଚନାର ସୁଯୋଗ ହରାଉଛନ୍ତି ବିରୋଧୀ
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ରାଜ୍ୟସଭାରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଭାଷଣରେ କଂଗ୍ରେସ ସମେତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ନିଜକୁ ‘ରାଜା’ କହିବାରେ ଗର୍ବ କରନ୍ତି, ସେମାନେ ଆର୍ଥିକ ଅସମାନତା ଉପରେ କହିବା ମୂଲ୍ୟହୀନ । କଂଗ୍ରେସ, ଟିଏମସି, ଡିଏମକେ ଏବଂ ବାମଦଳଗୁଡ଼ିକୁ ସମାଲୋଚନା କରି ମୋଦି କହିଛନ୍ତି ଯେ, ଏହି ଦଳଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଥିଲେ, କିନ୍ତୁ ସେମାନଙ୍କର ପ୍ରାଥମିକତା କେବଳ ନିଜ ପକେଟ୍ ଗରମ କରିବା ଥିଲା ।

ଆଜି ଯେତେବେଳେ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆସୁଛି, ସେତେବେଳେ ବିରୋଧୀଙ୍କୁ କଷ୍ଟ ହେଉଛି । ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ, ଯେଉଁମାନେ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ପାଇଁ କୋର୍ଟରେ ନିଜର ସମସ୍ତ ଶକ୍ତି ଲଗାଉଛନ୍ତି, ସେମାନେ ଆଜି ଆମକୁ ଉପଦେଶ ଦେଉଛନ୍ତି । ଏହି ଅନୁପ୍ରବେଶକାରୀମାନେ ଯୁବକମାନଙ୍କ ରୋଜଗାର ଏବଂ ଆଦିବାସୀଙ୍କ ଜମି ଛଡ଼ାଇ ନେଉଛନ୍ତି ।
ସେହିପରି ଆମ୍ ଆଦମୀ ପାର୍ଟିକୁ ଇଙ୍ଗିତ କରି ସେ କହିଛନ୍ତି, ଯାହାର ସରକାର ନିଜେ ମଦ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ସେମାନେ ନୀତି ଆଦର୍ଶର କଥା କହିବା ହାସ୍ୟାସ୍ପଦ ।

ଅନ୍ୟପଟେ ମୋଦିଙ୍କ ଅଭିଭାଷଣରେ ଝଲସିଛି ନୂଆ ଭାରତର ଛବି । ବିଶ୍ବରେ ବଢ଼ୁଥିବା ଭାରତର ନେତୃତ୍ବକୁ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ପିଏମ ମୋଦି । ଭାରତ ବିଶ୍ବ ବନ୍ଧୁର ପରିଚୟ ବହନ କରିଛି । ଗ୍ଲୋବାଲ ସାଉଥର ସ୍ବର ସାଜିଛି ଭାରତ । ଆଜି ସାରା ବିଶ୍ୱ ଭାରତର ଟ୍ରେଡ୍ ଡିଲ୍‌କୁ ପ୍ରଶଂସା କରୁଛି । ୟୁରୋପୀୟ ୟୁନିୟନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ଭାରତର ବାଣିଜ୍ୟିକ ଚୁକ୍ତି ଆଜି ଚର୍ଚ୍ଚାର ବିଷୟ । ଏହାଦ୍ୱାରା ଭାରତୀୟ ଯୁବପିଢ଼ିଙ୍କ ପାଇଁ ବିଶ୍ୱ ବଜାରର ଦ୍ୱାର ଖୋଲିଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Modi Slams Opposition in Rajya Sabha, Targets Illegal Immigration | Argus News