Videos
|
National

'ଦେଶ ନୁହେଁ କଂଗ୍ରେସ ପାଇଁ ପ୍ରଥମ ହେଉଛି ପରିବାରବାଦ', ଏମିତି କହି ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·3 min read
'ଦେଶ ନୁହେଁ କଂଗ୍ରେସ ପାଇଁ ପ୍ରଥମ ହେଉଛି ପରିବାରବାଦ', ଏମିତି କହି ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ

Key Points

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦି

'ସବ୍‌କା ସାଥ୍, ସବ୍‌କା ବିକାଶ'କୁ ଗୁରୁତ୍ଵ

ଅର୍ଗସ ବ୍ୟୁରୋ: 'ସବ୍‌କା ସାଥ୍, ସବ୍‌କା ବିକାଶ' । ଏହା ଆମ ସରକାରର ମୂଳମନ୍ତ୍ର । କଂଗ୍ରେସ ପରିବାରବାଦ ଓ ତୁଷ୍ଟିକରଣ ରାଜନୀତିରେ ତିଷ୍ଠି ଥିଲା । ଏମିତି କହି ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଲୋଚନାରେ ଭାଗ ନେଇ ରାଜ୍ୟସଭାରେ ପିଏମ୍ ମୋଦି କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଯିଏ ଯେମିତି ବୁଝିଲେ, ଗୃହରେ ସେମିତି ବୁଝାଇଲେ । 'ସବ୍‌କା ସାଥ୍, ସବ୍‌କା ବିକାଶ' ଉପରେ ସମସ୍ତେ ବହୁତ କିଛି କହିଛନ୍ତି । ଏହା ହିଁ ତ ଆମ ଦାୟିତ୍ଵ । ଏଇଥିପାଇଁ ତ ଦେଶ ଆମ ସମସ୍ତଙ୍କୁ ବସିବାର ସୁଯୋଗ ଦେଇଛି ।


କଂଗ୍ରେସ କ୍ଷେତ୍ରରେ ପାଇଁ 'ସବ୍‌କା ସାଥ୍, ସବ୍‌କା ବିକାଶ' ଏକ ବଡ଼ ଭୁଲ୍ ହୋଇଯିବ । ଏହା କଂଗ୍ରେସର ଚିନ୍ତା, ଚେତନାର ବାହାରେ । ତାଙ୍କ ରୋଡ୍‌ମ୍ୟାପକୁ ଏହା ମଧ୍ୟ ସୁହାଉ ନାହିଁ । ଏତେ ବଡ଼ ଦଳ, ଗୋଟିଏ ପରିବାର ପାଖରେ ସମର୍ପିତ । ଏଥିପାଇଁ 'ସବ୍‌କା ସାଥ୍, ସବ୍‌କା ବିକାଶ' ସମ୍ଭବ ନୁହଁ । କଂଗ୍ରେସ ରାଜନୀତିର ଏକ ଏମିତି ମଡେଲ୍ ତିଆରି କରିଥିଲା, ଯେଉଁଥିରେ ଛଳନା, ଦୁର୍ନୀତି, ପରିବାରବାଦ, ତୁଷ୍ଟିକରଣ ସବୁ ଏକାଠି ଥିଲା । ଏସବୁ ଯେଉଁଠି ଥିବ ସେଠି ସମସ୍ତଙ୍କ ବିକାଶ ହୋଇ ପାରିବନି । ତାଙ୍କ ପରିବାର ଆଗ, ଏଥିପାଇଁ ତାଙ୍କ ରୀତିନୀତି ଓ ବାଣୀ ସବୁ ଏକ ପ୍ରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୪ରେ ଦେଶବାସୀ ଆମକୁ ସେବା କରିବା ଲାଗି ସୁଯୋଗ ଦେଲେ । ଦେଶବାସୀ ଲଗାତାର ତୃତୀୟଥର ଲାଗି ସେବା କରିବାର ସୁଯୋଗ ଦେଇଛନ୍ତି । ଏଥିପାଇଁ ଆମେ କୃତଜ୍ଞ । ଦେଶର ଜନତା ଆମର ବିକାଶ ମଡେଲକୁ ଦେଖି, ବୁଝି ସମର୍ଥନ ଦେଇ ତୃତୀୟଥର ନିର୍ବାଚିତ କରିଛନ୍ତି । ଆମ ପାଇଁ ରାଷ୍ଟ୍ର ପ୍ରଥମ । ଆମ ନୀତି ଓ କାର୍ଯ୍ୟକ୍ରମରେ ଦେଶକୁ ଆଗରେ ରଖି କାମ କରୁଛୁ ।


ମୁଁ ଗର୍ବ ଓ ସନ୍ତୋଷର ସହ କହିବାକୁ ଚାହେଁ, ପ୍ରାୟ ୫ରୁ ୬ ଦଶନ୍ଧି ଧରି ଦେଶ ପାଖରେ କୌଣସି ବିକଳ୍ପକୁ ମାପିବା ପାଇଁ କୌଣସି ବିକଳ୍ପ ନଥିଲା । ୨୦୧୪ ପରେ ଦେଶକୁ ଗୋଟିଏ ବିକଳ୍ପ ମଡେଲ୍ ଦେଖିବାକୁ ମିଳିଥିଲା । ଆଉ ଏହି ନୂଆ ମଡେଲ୍ ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ । କଂଗ୍ରେସ ସମୟର ମଡେଲ ତୁଷ୍ଟିକରଣ ଆଧାରିତ ଥିଲା । ତାଙ୍କ ରାଜନୀତିର ଔଷଧ ଥିଲା ତୁଷ୍ଟିକରଣ । ତାଙ୍କ ନୀତି ଥିଲା କିଛି ଲୋକଙ୍କୁ ଅଳ୍ପ ଦେଇ ଅନ୍ୟମାନଙ୍କୁ ଉପେକ୍ଷିତ କରି ଭଣ୍ଡାଇବା । ନିର୍ବାଚନ ବେଳେ ଦେଖାଇ ହେଉଥିଲେ ସମସ୍ତଙ୍କୁ ମିଳିବ ।


ଲୋକଙ୍କ ଆଖିରେ ପଟି ବାନ୍ଧି କଂଗ୍ରେସ ରାଜନୀତି କରୁଥିଲା । ନିର୍ବାଚନ ସମୟରେ ଭୋଟ୍ ଫସଲ କରୁଥିଲା କଂଗ୍ରେସ । ଆମ ପ୍ରୟାସ, ଦେଶର ସମସ୍ତ ସମ୍ବଳର ଉପଯୋଗ ହେଉ । ସମୟର ବରବାଦ ନକରି ସମୟର ଉପଯୋଗ ଦେଶର ପ୍ରଗତି ଓ ଲୋକଙ୍କ ଉନ୍ନତି ଲାଗି ହେଉ ।


ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଆମେ ସରକାରକୁ ଗ୍ରାଉଣ୍ଡକୁ ନେଇଛୁ । ଯାହା ପରିବର୍ତ୍ତନ ଆସିଛି, ଲୋକେ ଅନୁଭବ କରୁଛନ୍ତି । ଆମର ମୂଳମନ୍ତ୍ର 'ସବ୍‌କା ସାଥ୍, ସବ୍‌କା ବିକାଶ' । ଆମ ସରକାର ଏସ୍‌ସି, ଏସ୍‌ଟି ଆକ୍ଟକୁ ମଜଭୁତ୍ କରିଛି । ସେମାନଙ୍କ ସୁରକ୍ଷାପ୍ରତି ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ଆଜି ଜାତିବାଦର ବିଷ ବୁଣିବାକୁ ପ୍ରୟାସ କରଯାଉଛି ।


କିନ୍ତୁ ୩ ଦଶନ୍ଧି ଧରି ସମସ୍ତ ଓବିସି ସାଂସଦ ଦାବି କରୁଥିଲେ ଓବିସି ଆୟୋଗକୁ ସାମ୍ବିଧାନିକ ମାନ୍ୟତା ମିଳୁ । ଏ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ । କାରଣ ସେ ସମୟରେ ତାଙ୍କ ରାଜନୀତିକୁ ଏହା ସୁହାଉ ନଥିଲା । କାରଣ ପରିବାରବାଦ ଓ ତୁଷ୍ଟିକରଣ ରାଜନୀତିରେ ଏହା ଚର୍ଚ୍ଚାକୁ ବି ଆସୁ ନଥିଲା । କିନ୍ତୁ ଆମେ ଓବିସି ଆୟୋଗକୁ ସାମ୍ବିଧାନିକ କରିଛୁ । କେବଳ ଦାବି ପୂରଣ କରିନୁ ସେମାନଙ୍କ ମାନ ସମ୍ମାନ ଆମ ପାଇଁ ମହତ୍ତ୍ଵପୂର୍ଣ୍ଣ ।


ଯେବେ ଯେବେ ଦେଶରେ ସଂରକ୍ଷଣ କଥା ଆସିଛି । ସେତେବେଳେ ସତ୍ୟକୁ ସ୍ଵୀକାର କରି ବନ୍ଦୋବସ୍ତ ଆକାରରେ ସମସ୍ୟାର ସମାଧାନ କରିବାର ପ୍ରୟାସ ହୋଇନି । ଦେଶରେ ବିଭାଜନ, ଉତ୍ତେଜନା ପାଇଁ ବାଟ ଆପଣା ଯାଇଛି । ଦେଶ ସ୍ଵାଧୀନ ହେବା ପରେ ଯେତେଥର ପ୍ରୟାସ ହୋଇଛି ଏମିତି ହୋଇଛି । ଆମ ସରକାର 'ସବ୍‌କା ସାଥ୍, ସବ୍‌କା ବିକାଶ' ମନ୍ତ୍ରର ପ୍ରେରଣାରେ ସାମାନ୍ୟ ବର୍ଗର ଗରିବଙ୍କୁ ବିନା ଉତ୍ତେଜନାରେ ୧୦ ପ୍ରତିଶତ ସଂରକ୍ଷଣ ଦେଇଛୁ । ଆମ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ ଦେଇଛନ୍ତି । କିଛି ବି ଅଶାନ୍ତି ସୃଷ୍ଟି ହୋଇନି, ସମଗ୍ର ଦେଶ ଏହାକୁ ସ୍ଵୀକାର କରିଛି ।


ଆମ ଦେଶରେ ଦିବ୍ୟାଙ୍ଗଙ୍କ କଥା ଯେମିତି ଶୁଣିବା କଥା ହେଉ ନଥିଲା । ଆମେ ଦିବ୍ୟାଙ୍ଗଙ୍କ ଲାଗି ସଂରକ୍ଷଣ ଆଣି ସେମାନଙ୍କ କଲ୍ୟାଣ ଲାଗି ଅନେକ ଯୋଜନା କରିଛୁ । ତୃତୀୟ ଲିଙ୍ଗୀଙ୍କ ଅଧିକାର ଲାଗି ମଧ୍ୟ କାମ କରୁଛୁ । ଭାରତର ବିକାଶରେ ନାରୀ ଶକ୍ତିଙ୍କ ଯୋଗଦାନ ଅପରିହାର୍ଯ୍ୟ । ସେମାନେ ନୀତି ନିର୍ଦ୍ଧାରଣରେ ସାମିଲ୍ ହେଲେ ପ୍ରଗତି ବିସ୍ତାରିତ ହେବ । ଏଥିପାଇଁ ନୂଆ ସଂସଦର ପ୍ରଥମ ନିଷ୍ପତ୍ତି ଥିଲା ନାରୀଶକ୍ତି ବନ୍ଦନ ଆଇନ୍ ।