Videos
|
National

Karthigai Deepam 2026 / ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍

Subhramjit Ray
Browse all articles by Subhramjit Ray
·Updated on: 28 Nov 2026, 21:55:53 IST·3 min read
ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
Photo Source: Social Media/AI

Key Points

ଦୀର୍ଘ  ଦିନ ଧରି ଚାଲିଥିବ ବିବାଦ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାମିଲନାଡୁର ମଦୁରାଇସ୍ଥିତ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ କାର୍ତ୍ତିଗାଇ ଦୀପମ୍ ଜଳାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଦୀପଥୁନ୍‌ ଠାରେ ଦୀପ ପ୍ରଜ୍ୱଳନ ହୋଇଥିଲା। କେବଳ ୫୦ ଜଣ ଭକ୍ତଙ୍କୁ ଅନୁମତି ମିଳିଥିବାବେଳେ CRPF ଓ RAF ଯବାନ ମୁତୟନ ହୋଇଥିଲେ। ନ୍ୟାୟିକ ତଦାରଖରେ ପରମ୍ପରା ସମ୍ପନ୍ନ ହୋଇଥିଲା।

ମଦୁରାଇ, ତାମିଲନାଡୁ: ବହୁ ବାଦ ବିବାଦ ପରେ ଶନିବାର (ନଭେମ୍ବର ୨୮) ସନ୍ଧ୍ୟାରେ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଅବସ୍ଥିତ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ଜଳିଛି କର୍ତ୍ତିଗାଇ ଦୀପମ୍। ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ବିବାଦ ଏବଂ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ, ମଜବୁତ ସୁରକ୍ଷା ମଧ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାହାଡ଼ ଉପରେ ଥିବା ଏକ ପଥର ସ୍ତମ୍ଭରେ ଦୀପମ୍ ଜଳାଇଥିଲା। ଯାହା ଅନେକ ଦିନ ଧରି ଧାର୍ମିକ ଏବଂ ଆଇନଗତ ବିତର୍କର ବିଷୟ ପାଲଟିଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ, ପ୍ରଶାସନ ଦୀପଦାନ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲା।

ସନ୍ଧ୍ୟା ପ୍ରାୟ ପାଞ୍ଚଟା (05:00 AM) ସମୟରେ, ପାରମ୍ପରିକ ରୀତିନୀତି ଅନୁଯାୟୀ ଦୀପମ୍ ଜଳାଇଥିଲା। ଦୀପ ଜାଳିବା ପାଇଁ ବ୍ୟବହୃତ ସ୍ୱତନ୍ତ୍ର ପାତ୍ରକୁ ପୁରୋହିତଙ୍କୁ ହସ୍ତାନ୍ତର କରାଯାଇଥିଲା। ଯେଉଁମାନେ ଏହାକୁ ପାହାଡ଼ ଉପରେ ଥିବା ପଥର ସ୍ତମ୍ଭ ଉପରେ ରଖିଥିଲେ। ସମଗ୍ର କାର୍ଯ୍ୟକ୍ରମ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପୂର୍ବତନ ବିଚାରପତିଙ୍କ ଦ୍ୱାରା ତଦାରଖ କରାଯାଇଥିଲା। ସମସ୍ତ ବ୍ୟବସ୍ଥା ସମୀକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ପୂର୍ବରୁ ଅଧିକାରୀ ଏବଂ ପୁରୋହିତଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

କେବଳ ୫୦ ଜଣ ଭକ୍ତଙ୍କୁ ମିଳିଲା ଅନୁମତି
ସୁରକ୍ଷା ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ କେବଳ ୫୦ ଜଣ ଭକ୍ତଙ୍କୁ ପାହାଡ଼କୁ ଯିବା ପାଇଁ ଅନୁମତି ଦେଇଥିଲା। ସାଧାରଣ ଭକ୍ତ ଏବଂ ଅନ୍ୟମାନଙ୍କ ପାଇଁ ପ୍ରବେଶ ପ୍ରତିବନ୍ଧିତ ରହିଥିଲା। ଏନେଇ ପ୍ରଶାସନ କହିଛି ଯେ ପାହାଡ଼ର ଗଠନମୂଳକ ଅବସ୍ଥା ଏବଂ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଦୀପମ୍ ଦେଖିବା ପାଇଁ ପାହାଡ଼ ତଳେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ହେଲେ ସେମାନଙ୍କୁ ଚଢ଼ିବାକୁ ଅନୁମତି ଦିଆଯାଇ ନଥିଲା। ଲୋକଙ୍କୁ ନିୟମ ବିଷୟରେ ଅବଗତ କରାଇବା ପାଇଁ ନିୟମିତ ଭାବରେ ସାର୍ବଜନୀନ ଘୋଷଣା ମଧ୍ୟ କରାଯାଇଥିଲା।

ଏହା ସହ ପଢନ୍ତୁ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଳିଲାନି କାର୍ତ୍ତିଗାଇ ଦୀପମ୍, ବିବାଦରେ ବିଜୟ ସରକାର

ସୁରକ୍ଷା ଦାୟିତ୍ୱ ସମ୍ଭାଳିଥିଲା ସିଆରପିଏଫ୍
ଏହି କାର୍ଯ୍ୟକ୍ରମ ସମୟରେ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ର ସୁରକ୍ଷା ସମ୍ପୂର୍ଣ୍ଣ ଭାବରେ ସିଆରପିଏଫ୍ (CRPF) ବାହିନୀ ହାତରେ ରହିଥିଲା। ଏହି କେନ୍ଦ୍ରୀୟ ବାହିନୀର ଯବାନ ସମସ୍ତ ରାସ୍ତା ଉପରେ ନଜର ରଖିଥିଲେ। ସେମାନେ ଅନୁମତି ବିନା ପାହାଡ଼ ଚଢ଼ିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ରୋକିଥିଲେ। CRPF ସହିତ ରାପିଡ୍ ଆକ୍ସନ୍ ଫୋର୍ସ (RAF) ଟିମ୍ ମଧ୍ୟ ମୁତୟନ କରାଯାଇଥିଲା। ସୁରକ୍ଷା ବାହିନୀର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଏବଂ କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା। ପ୍ରଶାସନ ପକ୍ଷରୁ ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁସଲିମ୍ ଶ୍ରଦ୍ଧାଳୁଙ୍କୁ ମଧ୍ୟ ମିଳିଲା ପୂଜା କରିବାକୁ ଅନୁମତି
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ପାହାଡ଼ରେ ମସଜିଦ ଏବଂ ଦରଗାହ ଠାରେ ମୁସଲିମ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇଥିଲା। ଶନିବାର ସକାଳେ, ପ୍ରାୟ ଶହେରୁ ଅଧିକ ମୁସଲମାନ ଭକ୍ତ ମସଦିଜ୍ ଠାରେ ପହଞ୍ଚି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ କେରଳରୁ ଆସିଥିବା ତୀର୍ଥଯାତ୍ରୀ ମଧ୍ୟ ସାମିଲ ରହିଥିଲେ।

ଦୀପମ୍ ବିବାଦ କ’ଣ?
ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ପ୍ରସିଦ୍ଧ ଭଗବାନ ମୁରୁଗାନ ମନ୍ଦିର ଏବଂ ହଜରତ ସୁଲତାନ ସିକନ୍ଦର ବାଦୁଶା ଔଲିଆ ଦରଗାହ ରହିଛି। ପାହାଡ଼ ଉପରେ ଅବସ୍ଥିତ "ଦୀପଥୁନ୍" ନାମକ ଏକ ପଥର ସ୍ତମ୍ଭରେ ଦୀପ ଜାଳିବାକୁ ନେଇ ବିବାଦ ଉପୁଜିଥିଲା। ହିନ୍ଦୁ ସଙ୍ଗଠନ ଯୁକ୍ତି ଦେଇଥିଲେ ଯେ, ପରମ୍ପରା ଅନୁଯାୟୀ ଏହି ସ୍ତମ୍ଭରେ ଦୀପ ଜଳାଯିବା ଆବଶ୍ୟକ। ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଯୁକ୍ତି ଦର୍ଶାଇଥିଲେ ଯେ ପାରମ୍ପରିକ ସ୍ଥାନ ହେଉଛି ଦୀପମ୍ ମଣ୍ଡପ। ଦରଗାହ ନିକଟରେ ଦୀପ ଜାଳିବା ଦ୍ୱାରା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ। ଏହି ମାମଲା କୋର୍ଟ ଠାରେ ପହଞ୍ଚିଥିଲା। ଶେଷରେ ସୁପ୍ରିମକୋର୍ଟ "ଦୀପଥୁନ" ଠାରେ ଦୀପ ଜାଳିବା ପାଇଁ ଅନୁମତି ଦେଇଥିଲା। ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶନିବାର ଦିନ କଡ଼ା ସୁରକ୍ଷା ଏବଂ ନ୍ୟାୟିକ ତଦାରଖ ମଧ୍ୟରେ ଏହି ରୀତିନୀତି ସମାପ୍ତ ହୋଇଥିଲା।