Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବାରାଣସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ବାରାଣସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଅସି ଘାଟକୁ ଯିବେ । ସକାଳ ୧୦ଟା ୧୫ରେ ସେ କାଲ ଭୈରବ ମନ୍ଦିର ପରିଦର୍ଶନ କରିବେ ଏହାପରେ ନାମାଙ୍କନପତ୍ର ଦାଖଲ କରିବେ । ଏଥିସହ ଏନଡିଏ ନେତାଙ୍କ ସହ ନିର୍ବାଚନ ବୈଠକ କରିବାକୁ ଯାଉଛନ୍ତି । ପ୍ରତ୍ୟେକ ବଡ ନେତା ଏହି ସଭାରେ ଉପସ୍ଥିତ ରହିବେ ଏବଂ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯିବ । 

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ୧୧ଟା  ୩୦ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ଯିବେ । ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହେବେ ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୮ରୁ ଅଧିକ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ଉତ୍ତରପ୍ରଦେଶ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସହ ୩୬ ଜଣ ଭିଆଇପି ବି କରିବେ ଯୋଗଦାନ । ନାମାଙ୍କନ ଦାଖଲ କରିବା ପୂର୍ବରୁ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦି ରବିବାର ବିଶାଳ ରୋଡ ସୋ କରିଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋଡ ସୋରେ ସାମିଲ ହୋଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ । କାଶୀରେ ୬ କିଲୋମିଟରର ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ରୋଡ ସୋରେ ମୋଦିଙ୍କ ସହିତ ଭାଗ ନେଇଥିଲେ ୫ହଜାର ମହିଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଆସନରୁ ଲଗାତର ତୃତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସପ୍ତମ ପର୍ଯ୍ୟାୟରେ ଜୁନ ୧ ତାରିଖରେ ଏଠାରେ ଭୋଚିଂ ହେବ ।

Sponsored
PM Modi To File Nomination Today, 12 Chief Ministers To Attend Event | Argus News