Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବନ୍ୟାସ୍ଥିତି ସମୀକ୍ଷା କରିବେ PM ମୋଦି, ଘୋଷଣା କରିପାରନ୍ତି ସ୍ବତନ୍ତ୍ର ପ୍ୟାକେଜ୍

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ଆଜି ବନ୍ୟାସ୍ଥିତି ସମୀକ୍ଷା କରିବେ PM ମୋଦି, ଘୋଷଣା କରିପାରନ୍ତି ସ୍ବତନ୍ତ୍ର ପ୍ୟାକେଜ୍

Key Points

ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତ କରିବେ ପିଏମ ମୋଦି । ଦୁଇ ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତ କରିବେ । ଏହି ଦୁଇ ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି । ଅପରାହ୍ନରେ ପଠାନକୋଟ ଏୟାରବେସରେ ପହଞ୍ଚିବେ । ସେଠାରୁ ସେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଯିବେ । ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶ ମାର୍ଗରୁ ଦେଖିବେ । ଏହାପରେ ରାଜ୍ୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ।


ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ PM ମୋଦି । ସେଠାରେ ସେ NDRF ଏବଂ SDRF କର୍ମଚାରୀମାନଙ୍କୁ ମଧ୍ୟ ଭେଟିବେ । ଏହାପରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରୁ ସର୍ଭେ କରିବେ । ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି ।


ପ୍ରଧାନମନ୍ତ୍ରୀ ରୂପନଗର, ପଟିଆଲା ଓ ଜଳନ୍ଧରର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ। ସେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ରିଲିଫ୍‌ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ବନ୍ୟା ପ୍ରଭାବିତ ପଞ୍ଜାବ ପାଇଁ ରିଲିଫର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରିପାରନ୍ତି । ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to Review Flood Situation in Punjab and Himachal, May Announce Relief Package | Argus News