ଆଜି ଚଳଚଞ୍ଚଳ ରହିବ ଅଯୋଧ୍ୟା, ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ନବନିର୍ମିତ ବିମାନ ବନ୍ଦର ଓ ରେଳ ଷ୍ଟେସନର ଲୋକାର୍ପଣ କରିବେ ମୋଦି । ଅଯୋଧ୍ୟାଧାମ ରେଳ ଷ୍ଟେସନକୁ ବି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ୧୪୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ବିମାନବନ୍ଦର ଟର୍ମିନାଲ ବିଲଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା କରିବା ପାଇଁ ସଜ୍ଜିତ ।
ଅଧିକ ପଢନ୍ତୁ ଭାରତ ଖବର
ସେହିପରି ରେଳ ଷ୍ଟେସନ ୨୪୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ତିନି ମହଲା ଆଧୁନିକ ରେଳ ଷ୍ଟେସନ ବିଲଡିଂରେ ଲିଫ୍ଟ, ଏସ୍କାଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଶିଶୁ ଯତ୍ନ କକ୍ଷ, ଅପେକ୍ଷା ହଲ୍ ଭଳି ସମସ୍ତ ଆଧୁନିକ ସୁବିଧା ରହିଛି । ଅପରାହ୍ନ ପ୍ରାୟ ଗୋଟାଏରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ।
📱 Get Argus News App
✨ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କା ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ପ୍ରାୟ ୪୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାସ୍ତାଘାଟଗୁଡିକ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଡବଲ ଇଞ୍ଜିନର ନାରା ସହ ବିକାଶଠୁ ନେଇ କେନ୍ଦ୍ରୀୟ ଯୋଜନାର ହୋର୍ଡିଂ ଲାଗିଛି । ଆଜି ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅଯୋଧ୍ୟା ଗସ୍ତ କରି ସମସ୍ତ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ।