ଉତ୍ତରାଖଣ୍ଡରେ ଡବଲ୍ ଇଞ୍ଜିନ ସରକାରଙ୍କ ଡବଲ୍ ପ୍ରୟାସ ଚାରିଆଡେ ପ୍ରତିଫଳିତ

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡରେ ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟରେ ମୋଦିଙ୍କ ବଡ ଆହ୍ବାନ । କହିଲେ, ଏବେ ଭାରତର ସମୟ । ଆସନ୍ତା କିଛି ବର୍ଷରେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ହେବାକୁ ଯାଉଛି ଭାରତ । ଆଉ ଏଭଳି ସମୟରେ ଉତ୍ତରାଖଣ୍ଡର ବିକାଶ ଯାତ୍ରାରେ ସାମିଲ୍ ହେବାକୁ ନିବେଶକମାନଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଅପାର ସମ୍ଭାବନା ଥିବା ରାଜ୍ୟ ଉତ୍ତରାଖଣ୍ଡ । ଏଠାରେ ଥିବା ଡବଲ୍ ଇଞ୍ଜିନ ସରକାରଙ୍କ ଡବଲ୍ ପ୍ରୟାସ ସବୁ ଦିଗରୁ ପ୍ରତିଫଳିତ । ଯାହାକୁ ଦେଖି ଏଠାରେ ଭାରତ ସରକାର ଏକବିଂଶ ଶତାଦ୍ଦିର ଅତ୍ୟାଧୁନିକ କନେକ୍ଟିଭିଟି ଏବଂ ଇନଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ କାମ କରୁଛନ୍ତି । ସେ ସମୟ ବେଶୀ ଦୂର ନୁହେଁ ଯେବେ ଦିଲ୍ଲୀରୁ ଡେରାଡୁନ୍ ମାତ୍ର ଅଢେଇ ଘଣ୍ଟାର ଯାତ୍ରା ହେବ ।
ଅଧିକ ପଢନ୍ତୁ ଭାରତ ଖବର
ସଂଯୋଗୀକରଣ ଦ୍ବାରା ଲୋକଙ୍କ ଜୀବନ ଓ ବ୍ୟାପାର ସହଜସାଧ୍ୟ ହେବ ବୋଲି କହିଛନ୍ତି ମୋଦି। ଉତ୍ତରାଖଣ୍ଡରେ ଡିଗନିଟି ଏବଂ ଡେଭଲପମେଣ୍ଟ ଦୁଇଟା ଯାକର ଅନୁଭବ ଏକାସଙ୍ଗେ କରିହେଉଥିବା କହିଛନ୍ତି ମୋଦି । ଦେଶ ଏବେ ଆତ୍ମବିଶ୍ଵାସଭରା, ପ୍ରେରଣା ପାଇ ଉତ୍ସାହିତ ହେବାର ଅବସର । ବିକଶିତ ଭାରତ ଗଠନ କରିବା ଦାୟିତ୍ଵ ସମସ୍ତଙ୍କର ହେବା ଉଚିତ୍ । ଉତ୍ତରାଖଣ୍ଡର ମଧ୍ୟବିତ୍ତ ଏକ ବଡ ମାର୍କେଟ୍ ସୃଷ୍ଟି କରିପାରିଛନ୍ତି । ଉତ୍ତରାଖଣ୍ଡ ସ୍ଥାନୀୟ ଉତ୍ପାଦକୁ ବିଦେଶରେ ବିକ୍ରିର ବ୍ୟବସ୍ଥା ପ୍ରଶଂସନୀୟ । ଏହାକୁ `ଭୋକାଲ୍ ଫର୍ ଲୋକାଲ୍' କୁ ବଡ଼ ଶକ୍ତି ଦେଉଛି । ଟୁରିଜିମ୍ କ୍ଷେତ୍ରରେ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହୋଇଥିବା କହିଛନ୍ତି ମୋଦି ।
📱 Get Argus News App
✨ଉତ୍ତରାଖଣ୍ଡରେ ପତଞ୍ଜଳି ପକ୍ଷରୁ ହେବ ୧୦ ହଜାର କୋଟିର ନିବେଶ । ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟରେ ଏହି ଘୋଷଣା କରିଛନ୍ତି ଯୋଗଗୁରୁ ସ୍ବାମୀ ରାମଦେବ । ଏହା ଏବେସୁଦ୍ଧା ଉତ୍ତରାଖଣ୍ଡରେ ସବୁଠୁ ବଡ ନିବେଶ ବୋଲି କହିଛନ୍ତି ରାମଦେବ । ଏହାସହ ଅନ୍ୟ କର୍ପୋରେଟ୍ ହାଉସକୁ ନିବେଶ ପାଇଁ ଆହ୍ବାନ କରିଥିଲେ ରାମଦେବ । ଗତ ୫ ବର୍ଷରେ ଉତ୍ତରାଖଣ୍ଡରେ ଅପ୍ରତ୍ୟାଶିତ ଭାବେ ପରିବର୍ତ୍ତନ ଆସିଥିବା କହିଛନ୍ତି ଆଦାନୀ ଏଣ୍ଟରପ୍ରାଇଜର୍ସର ନିର୍ଦ୍ଦେଶକ ପ୍ରଣବ ଆଦାନୀ । ଉତ୍ତରାଖଣ୍ଡରେ ନ୍ୟାଚୁରାଲ୍ ଗ୍ୟାସ୍ ଉପଲବ୍ଧ କରାଇବ ଆଦାନୀ ଗ୍ରୁପ । ୨୦୦ ସିଏନଜି ବସ୍ ସହ , ୧୭ ଶହ କୋଟିର ଅମ୍ବୁଜା ସିମେଣ୍ଟ ସଂପ୍ରସାରଣ ଏବଂ ଋଷିକେଶ ଓ ଡେରାଡୁନ୍ ମଧ୍ୟରେ ୧୪୦୦ କୋଟି ଟଙ୍କା ଗ୍ରାଇଣ୍ଡିଂ ୟୁନିଟ୍ ଖର୍ଚ୍ଚ ନେଇ ଘୋଷଣା କରିଛନ୍ତି ପ୍ରଣବ ଆଦାନୀ । ଉତ୍ତରାଖଣ୍ଡରେ ନିବେଶ ସୁରକ୍ଷିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ।