Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi / LNJP ହସ୍ପିଟାଲରେ ଆହତଙ୍କୁ ଭେଟିଲେ ମୋଦି

Banajyotshna Ray
Browse all articles by Banajyotshna Ray
·8 months ago·2 min read
LNJP ହସ୍ପିଟାଲରେ ଆହତଙ୍କୁ ଭେଟିଲେ ମୋଦି

Key Points

ଦିଲ୍ଲୀ କାର ବିସ୍ଫୋରଣ ଘଟଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର LNJP ହସ୍ପିଟାଲରେ ପହଞ୍ଚିଛନ୍ତି
ଦିଲ୍ଲୀ ବିସ୍ଫୋରଣରେ ଆହତ ଲୋକଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର LNJP ହସ୍ପିଟାଲରେ ପହଞ୍ଚି ଦିଲ୍ଲୀ ବିସ୍ଫୋରଣରେ ଆହତ ଲୋକଙ୍କୁ ଭେଟିଛନ୍ତି । ମୋଦି ଆଜି ଭୁଟାନରୁ ଦିଲ୍ଲୀ ଫେରି ବିମାନବନ୍ଦରରୁ ସିଧା ହସ୍ପିଟାଲକୁ ଯାଇଥିଲେ । ଦିଲ୍ଲୀ ବିସ୍ଫୋରଣରେ ପ୍ରାୟ ୧୦୦ଜଣ ଆହତଙ୍କ ଚିକିତ୍ସା ଦେଖିବାପାଇଁ ସିଧାସଳଖ LNJP ହସ୍ପିଟାଲରେ ପହଞ୍ଚିଥିଲେ। ଆହତଙ୍କ ସ୍ବାସ୍ଥ୍ୟକୁ ନେଇ ବହୁ ସମୟ କଥାବାର୍ତ୍ତା କରିଥିଲେ। ମୋଦି ଆସିବେ ବୋଲି LNJP ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସବୁ ସ୍ଥାନରେ ବ୍ୟାରିକେଡିଂ ବ୍ୟବସ୍ଥା ମଧ୍ୟ ହୋଇଥିଲା। 

ଦୁଇ ଦିନିଆ ଭୁଟାନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ପହଞ୍ଚିବା ମାତ୍ରେ ସିଧାସଳଖ ଏଲଏନଜେପି ହସ୍ପିଟାଲକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହତମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ହସ୍ପିଟାଲ ଅଧିକାରୀ ଏବଂ ଡାକ୍ତରମାନେ ମଧ୍ୟ ତାଙ୍କୁ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ।

ଏଥିସହ ପଢ଼ନ୍ତୁ: ଭୂଟାନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ସନ୍ଦେଶ, 'ଷଡ଼ଯନ୍ତ୍ରର ମୂଳକୁ ଯିବୁ'

ସୋମବାର, ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଜାତୀୟ ରାଜଧାନୀ ଥରି ଉଠିଥିଲା। ଯେତେବେଳେ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ କାରରେ ବିପଦପୂର୍ଣ୍ଣ ବିସ୍ଫୋରଣ ଘଟିଥିଲା। ଏହି ଘଟଣା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା ​​ଏବଂ ହାଇ ଆଲର୍ଟ ଜାରି କରାଯାଇଥିଲା। ଦିଲ୍ଲୀ ବିସ୍ଫୋରଣ ପରେ ଭୁଟାନରୁ ତାଙ୍କର ପ୍ରଥମ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏକ ଚେତାବନୀ ଦେଇଥିଲେ। ମୋଦି କହିଥିଲେ ଯେ, ଏହି ବିସ୍ଫୋରଣ ପାଇଁ ଦାୟୀ ସମସ୍ତ ଷଡ଼ଯନ୍ତ୍ରକାରୀଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ। ଦିଲ୍ଲୀ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।

ଏହା ବି ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ

କେବଳ ସେତିକି ନୁହେଁ, ଦିଲ୍ଲୀର ଲାଲ କିଲ୍ଲା ଘଟଣାକୁ ନେଇ ବିଶ୍ୱର ଅନେକ ରାଜନେତା ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି । ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି ଏବଂ ଘଟଣା ଉପରେ ନଜର ରହିଥିବାର କୁହାଯାଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଡଃ ମହମ୍ମଦ ମୁଇଜ୍ଜୁ X ରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଆସିଲା ସାଂଘାତିକ ତଥ୍ୟ

ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ମୁମ୍ବାଇ, ହରିୟାଣା ଉତ୍ତରପ୍ରଦେଶ ସମେତ ଓଡ଼ିଶାରେ ବଢିଲା ସୁରକ୍ଷା । ଓଡ଼ିଶାର ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର,ରାଉକରକେଲା ସମ୍ବଲରପୁରରେ ବାଲେଶ୍ବରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ଠିକ୍ ଏହାରି ଭିତରେ ଦିଲ୍ଲୀ ବିସ୍ଫୋରଣକୁ ନେଇକୁ ଆସିଲା ସଂଘାତିକ ତଥ୍ୟ । ଏହି ବିସ୍ଫୋରଣ ଆତ୍ମଘାତୀ ନଥିଲା । ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି ।











Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Modi | PM Modi | PM Modi Visits Injured at LNJP Hospital After Incident | Argus News | Argus News