Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ,ଗୋଷାଣୀ ପୀଠରେ ଆଦିବାସୀ ପରମ୍ପରାରେ କଲେ ପୂଜାର୍ଚ୍ଚନା

National

PM Modi Visit President Village / ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ,ଗୋଷାଣୀ ପୀଠରେ ଆଦିବାସୀ ପରମ୍ପରାରେ କଲେ ପୂଜାର୍ଚ୍ଚନା

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ,ଗୋଷାଣୀ ପୀଠରେ ଆଦିବାସୀ ପରମ୍ପରାରେ କଲେ ପୂଜାର୍ଚ୍ଚନା
Narendra Modi

Key Points

ରାଷ୍ଟ୍ରପତିଙ୍କ ଜନ୍ମ ଦିନରେ ପାହାଡ଼ପୁରରେ ମୋଦି, ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ, ସାନ୍ତାଳୀ ସଂପ୍ରଦାୟର ପବିତ୍ର ପୀଠରେ କଲେ ପୂଜାର୍ଚ୍ଚନା
ରାଇରଙ୍ଗପୁର,୨୦/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ଦେଶର ଦୁଇ ଶୀର୍ଷ ନେତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୋଦିଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି।  ରାଷ୍ଟ୍ରପତିଙ୍କ ୬୮ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପାହାଡ଼ପୁରରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଗ୍ରାମବାସୀଙ୍କୁ ଗହଣରେ ସାମିଲ ହୋଇଥିଲେ। ପାହାଡପୁରର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି । ଆଦିବାସୀ ପରମ୍ପରାରେ ପୂଜା କରିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି। ଉଭୟ ମିଶି ଏକିଠା ପୂଜା କରିଛନ୍ତି । ରାଷ୍ଟ୍ରପତି  ଓ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିବା ଗୋଷାଣୀ ପୀଠ ହେଉଛି ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା ।

ଓଡ଼ିଶା ପାଇଁ ଆଜି ସ୍ମରଣୀୟ ଦିନ । ଗୋଟିଏ ସ୍ଥାନରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ପ୍ରଥମ ଥର ମୟୂରଭଞ୍ଜରେ ଏକାଠି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଗତକାଲି ନିଜ ଜନ୍ମମାଟିରେ ପହଞ୍ଚିଥିଲେ ମହାମହିମ । ଆଜି ଜନ୍ମମାଟିରେ ଜନ୍ମଦିନ ପାଳିବା ସହିତ କୁନି କୁନି ପିଲାଙ୍କୁ ଚକୋଲଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ଆଜି ପୂର୍ବାହ୍ନରେ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ରାଷ୍ଟ୍ରପତି ମୋଦିଙ୍କ ତାଙ୍କ ଗାଁ ବୁଲାଇଥିଲେ।

ପଢନ୍ତୁ ଏହି ଖବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ, ଜନ୍ମଦିନ ଅବସରରେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ୀ ପିନ୍ଧିବେ ମହାମହିମ

ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ଏବଂ ତାଙ୍କର ଦୁଇ ସ୍ୱର୍ଗତ ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏସ୍ଏଲ୍ଏସ୍ ସ୍କୁଲକୁ ଯାଇ ପିଲାଙ୍କ ସହ ଭାବର ଆଦାନ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍କୁଲର ନାଁକୁ ରାଷ୍ଟ୍ରପତିଙ୍କ ପରଲୋକଗତ ସ୍ୱାମୀ ଓ ଦୁଇ ପୁଅଙ୍କ ନାଁରେ ନାମିତ କରାଯାଇଛି। ପାହାଡ଼ପୁର ସ୍କୁଲରେ ପିଲାଙ୍କ ସହ କିଛି ସମୟ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ହାତ ମିଳାଇବା ସହିତ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦକ୍ଷତା ବିକାଶ କେନ୍ଦ୍ର ଯାଇ ବି ପରୀକ୍ଷଣ କରିଛନ୍ତି । ସେ ଦକ୍ଷତା ବିକାଶ କେନ୍ଦ୍ରରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସନ୍ତାଳୀ ଆଦିବାସୀ ବହୁଳ ଏହି ଗାଁର ପ୍ରତିଟି ଘରକୁ ପାରମ୍ପରିକ ରଙ୍ଗ ଓ ସନ୍ତାଳୀ ସୋହରାଇ ଚିତ୍ରକଳାରେ ଅତି ସୁନ୍ଦର ଭାବେ ସଜାଯାଇଥିଲା। ଦେଶର ଦୁଇ ଶୀର୍ଷ ଭିଭିଆଇପି ଏକାଠି ଆସୁଥିବାରୁ ପାହାଡ଼ପୁର ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored