PM Modi Paper Leak Statement / ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ସବୁ ମାଫିଆଙ୍କୁ ମିଳିବ କଠୋର ଦଣ୍ଡ: PM ମୋଦି
·6 hours ago·2 min read

Key Points
ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ
NDA ସଂସଦୀୟ ଦଳର ବୈଠକରେ କହିଲେ ମୋଦି
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ସବୁ ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ

ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । NDA ସଂସଦୀୟ ଦଳର ବୈଠକ ମଙ୍ଗଳ ମିଳନରେ କହିଲେ ମୋଦି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ । ଯୁବବର୍ଗଙ୍କ ସ୍ୱାର୍ଥ ସହ କୌଣସି ଆପୋଷ ବୁଝାମଣା ହେବ ନାହିଁ । ପେପର ଲିକ୍ ରୋକିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦି ।
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ କଠିନ ପରିଶ୍ରମ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ । ଏଥିସହ, ପେପର ଲିକ୍ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ସରକାର ନୂଆ ଓ କଠୋର ଆଇନ ଆଣିଛନ୍ତି । ଏହି ଆଇନ ବଳରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଗ୍ୟାଙ୍ଗ୍ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ, ଫେରାଇବାକୁ କହିଲେ ସ୍ୱାମୀଙ୍କୁ ହତ୍ୟା ଧମକ
ମଙ୍ଗଳ ମିଳନ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍ତି, NEET ପରୀକ୍ଷାରେ ଅନିୟମିତତା ସୂଚନା ମିଳିବା ମାତ୍ରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି । ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ବିନା କୌଣସି ବିଳମ୍ବରେ ପୁନଃ-ପରୀକ୍ଷା ସଫଳତାର ସହ ପରିଚାଳିତ କରାଯାଇ ଫଳାଫଳ ପ୍ରକାଶ କରାଯାଇଛି । ଭବିଷ୍ୟତରେ ଯେପରି ପ୍ରଶ୍ନପତ୍ର ପ୍ରକାଶ/ଲିକ୍ ନହୁଏ, ସେଥିପାଇଁ କଠୋର ଆଇନଗତ ଓ ବୈଷୟିକ ପଦକ୍ଷେପ ନିଆଯାଉଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ଏକ ତ୍ରୁଟିଶୂନ୍ୟ ବ୍ୟବସ୍ଥା ଗଢ଼ି ତୋଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ସେହିପରି ଚାଲୁରହିଥିବା ମୌସୁମୀ ଅଧିବେଶନରେ NDA ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ । ଦେଶର ହିତ ପାଇଁ ଆଗତ କରାଯାଉଥିବା ବିଲ୍ ଓ ଆଇନଗତ କାର୍ଯ୍ୟସୂଚୀକୁ ପାରିତ କରିବା ପାଇଁ NDA ଦୃଢ଼ସଂକଳ୍ପ । ଭିନ୍ନ ଭିନ୍ନ ଦଳର ଚିନ୍ତାଧାରା ଅଲଗା ହୋଇପାରେ, କିନ୍ତୁ ଦେଶ, ଦେଶର ଭବିଷ୍ୟତ ଏବଂ ଯୁବପିଢ଼ିଙ୍କ ସ୍ୱାର୍ଥ ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ରିଜିଜୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories