|
logo
Live

Argus News - ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ,କହିଲେ- '୧୫ ବର୍ଷରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC'

National

West Bengal Election / ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ,କହିଲେ- '୧୫ ବର୍ଷରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC'

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ,କହିଲେ- '୧୫ ବର୍ଷରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC'
Narendra Modi

Key Points

ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି
'ବିଜୟ ସଂକଳ୍ପ ସଭା'ରେ ଜନସମୁଦ୍ରକୁ କଲେ ସମ୍ବୋଧନ
'୧୫ ବର୍ଷ ଶାସନରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC'
ପଶ୍ଚିମବଙ୍ଗ ନିର୍ବାଚନୀ ରଣାଙ୍ଗନରେ ବିଜେପିର ହେଭିୱେଟ୍‌ଙ୍କ ହୁଙ୍କାର । ମଇଦାନକୁ ଓହ୍ଲାଇ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । 'ବିଜୟ ସଂକଳ୍ପ ସଭା'ରେ ଜନସମୁଦ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୧୫ ବର୍ଷର ଶାସନରେ ଟିଏମସି କେବଳ ଦୁର୍ନୀତି ଓ ଭୟ ଉପହାର ଦେଇଛି । ସେପଟେ ବାଙ୍କୁରାରେ ଶାହ ଦେଇଛନ୍ତି 'ସିଣ୍ଡିକେଟ୍ ରାଜ୍' ଶେଷ କରିବାର ଚେତାବନୀ ।

ପଶ୍ଚିମବଙ୍ଗରେ ଏକାଧିକ ରାଲି ଓ ଜନସଭାକୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭିଡିଓ ବାର୍ତ୍ତା । ପୂର୍ବ ବର୍ଦ୍ଧମାନରେ ଜନସଭାରେ ଯୋଗଦେବା ପୂର୍ବରୁ ସକାଳ ପ୍ରାୟ ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ଭିଡିଓ କରିଥିଲେ ପ୍ରଧାନମନ୍ତ୍ରୀ । ହେଲିପ୍ୟାଡ୍ ନିକଟରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ରହିଥିବାରୁ ଏହା ବଙ୍ଗଳାର ମିଜାଜ ବୋଲି ମୋଦି କହିଥିଲେ ।

ଏହାପରେ ପୂର୍ବ ବର୍ଦ୍ଧମାନ, ମୁର୍ସିଦାବାଦ ଓ ଦକ୍ଷିଣ ଦିନାଜପୁରରେ ବ୍ୟାକ ଟୁ ବ୍ୟାକ୍ ରାଲି ଓ ଜନସଭାକୁ ସମ୍ବୋଧନ କରି TMC ଉପରେ ପ୍ରବଳ ବର୍ଷିଛନ୍ତି । ମୋଦି କହିଛନ୍ତି TCM ଗୁଣ୍ଡାରାଜ ଓ ଦୁର୍ନୀତିରେ PhD କରିସାରିଛି । ଗତ ୧୫ ବର୍ଷର ଶାସନରେ ମମତା ସରକାର କେବଳ ଭୟ ଓ ଦୁର୍ନୀତି ଉପହାର ଦେଇଛନ୍ତି । ବେଙ୍ଗଲରୁ ଏବେ ଭୟ ଦୂର ହେବାର ସମୟ ଆସିଛି ଓ ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ 'ଭରସା' ଫେରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବେଙ୍ଗଲର ସଂସ୍କୃତି ଓ ଗର୍ବକୁ ରକ୍ଷା କରିବା ପାଇଁ ବିଜେପି ସଙ୍କଳ୍ପବଦ୍ଧ । ଏଥର ନିର୍ବାଚନରେ ପରିବର୍ତ୍ତନ ପାଇଁ ବଙ୍ଗଳାବାସୀ ମନ ସ୍ଥିର କରିସାରିଛନ୍ତି । ବିଜେପି କ୍ଷମତାକୁ ଆସିଲେ ଅନୁପ୍ରବେଶକୁ ରୋକିବା ସହ ସମାନ ନାଗରିକ ସଂହିତା- UCC ଲାଗୁ କରିବ । ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟରେ ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ନିଷ୍ପତ୍ତି ହେବ ।

ସେହିପରି ପଶ୍ଚିମବଙ୍ଗ ବାଙ୍କୁରାରେ ବିଜେପି ପାଇଁ ପ୍ରଚାର କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦିଦି-ପୁତୁରାଙ୍କ ସିଣ୍ଡିକେଟ୍ ରାଜ୍ ଧୂଳିସାତ୍ କରିବାକୁ ଦେଇଛନ୍ତି କଡ଼ା ଚେତାବନୀ । ବଙ୍ଗଳାବାସୀଙ୍କୁ ଆହ୍ବାନ ଦେଇ କହିଛନ୍ତି, ଥରେ ମମତା ସରକାରଙ୍କୁ ଗାଦିଚ୍ୟୁତ କରନ୍ତୁ, ଏହି ତଥାକଥିତ ସିଣ୍ଡିକେଟ୍ ସଦସ୍ୟମାନଙ୍କୁ ଓଲଟା ଝୁଲାଇ ସିଧା କରିଦେବୁ ।

ପ୍ରଥମେ ଫେବ୍ରୁଆରୀ ୨୮ରେ ମମତା ସରକାର ବିରୋଧରେ ଟାର୍ଜସିଟ୍ ଓ ଗତକାଲି ବଙ୍ଗଳାବାସୀଙ୍କ ପାଇଁ ବିଶ୍ବାସ ପତ୍ର ଜାରି କରିବା ପରେ, ରାଜନୈତିକ ଆକ୍ରମଣକୁ ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ । ଗୁଣ୍ଡାରାଜ ଓ ଦୁର୍ନୀତିରେ ବୁଡ଼ି ରହିଥିବା TMC ସରକାରକୁ ପରିବର୍ତ୍ତନ କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଦେଇଛନ୍ତି ଆହ୍ବାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
West Bengal Election: ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ,କହିଲେ- '୧୫ ବର୍ଷରେ ଭୟ ଓ ଦୁର୍ନୀତି ଉପହାର ଦେଇଛି TMC' | Argus News