ଭୂସ୍ଖଳନ କ୍ଷତିଗ୍ରସ୍ତ ୱାଇନାଡ ଅଞ୍ଚଳ ପରିଦର୍ଶନ କରିବେ ପିଏମ ମୋଦି

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ । ଭୂସ୍ଖଳନ କ୍ଷତିଗ୍ରସ୍ତ ୱାଇନାଡ ଅଞ୍ଚଳ ପରିଦର୍ଶନ କରିବେ ପିଏମ ମୋଦି । ଆସନ୍ତାକାଲି ଦିନ 11ଟା ସମୟରେ କନ୍ନୁରରେ ପହଞ୍ଚିବେ ପିଏମ । ଆକାଶମାର୍ଗରୁ ୱାୟାନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପରିଦର୍ଶନ ରିବା ସହ ପ୍ରଭାବିତଙ୍କୁ ଥଇଥାନ କାର୍ଯ୍ୟର ତଦାରଖ କରିବେ ପ୍ରଧାନମନ୍ତ୍ରୀ । ରିଲିଫ୍ କ୍ୟାମ୍ପ ଏବଂ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିବେ । ଯେଉଁଠାରେ ଭୂସ୍ଖଳନରେ ପୀଡିତ ଲୋକଙ୍କ ସହ କଥା ହେବେ । ୱାୟାନାଡ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ମଧ୍ୟ ସାମିଲ ହେବେ ।
ଅଧିକ ପଢନ୍ତୁ : ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର୍ ବଦଳାଇଲେ ପ୍ରଧାନମନ୍ତ୍ରୀ
ଲଗାଣ ବର୍ଷା ପରେ ଜୁଲାଇ 30 ତାରିଖରେ ୱାଇନାଡର କୋରାଲମାଲା ଓ ମୁଣ୍ଡାକାଇ ଅଞ୍ଚଳରେ ଭୂସ୍ଖଳନରେ 3 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେନା, ଏନଡିଆରଏଫ ସହ ଅନ୍ୟ ଉଦ୍ଧାରକାରୀ ଦଳ ସପ୍ତାହେରୁ ଅଧିକ ସମୟ ଧରି ଉଦ୍ଧାର ଅଭିଯାନ ଜାରି ରଖିଥିଲେ । ମାଟି ତଳେ ପୋତି ହୋଇ ରହିଥିବା ଶତାଧିକ ଲୋକଙ୍କୁ ମିଳିଥିଲା ନୂଆ ଜୀବନ ।