ZeroTolerance / ବିଶ୍ବ ନେତାଙ୍କ ଉପସ୍ଥିତିରେ ପିଏମ୍ ମୋଦିଙ୍କ ବଡ଼ ଆହ୍ବାନ… ଆତଙ୍କବାଦକୁ ଜିରୋ ଟଲେରାନ୍ସ
·55 mins ago·2 min read

Key Points
ଏସସିଓ ବୈଠକରେ ଆତଙ୍କବାଦ ବିଲୋପ ପାଇଁ କହିଲେ ମୋଦି
ଆତଙ୍କବାଦ ସମଗ୍ର ମାନବଜାତି ପାଇଁ ଏକ ଆହ୍ବାନ
ପାକିସ୍ତାନର ଦୋମୁହାଁ ନୀତିକୁ ସିଧାସଳଖ ମୋଦିଙ୍କ ନିଶାନା

ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ନେତାଙ୍କ ଉପସ୍ଥିତିରେ ପାକିସ୍ତାନକୁ ନିଶାନା କରିଛନ୍ତି । ପାକ୍ ପିଏମ୍ଙ୍କ ଉପସ୍ଥିତିରେ ଆତଙ୍କବାଦ ବିରୋଧରେ ମୋଦିଙ୍କ ଆହ୍ବାନ । ଆତଙ୍କବାଦ ସମଗ୍ର ମାନବଜାତି ପାଇଁ ଏକ ଗମ୍ଭୀର ଚ୍ୟାଲେଂଜ । ଏହା ବିରୋଧରେ ଜିରୋ ଟଲେରାନ୍ସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦୋମୁହାଁ ନୀତିର କୌଣସି ସ୍ଥାନ ନାହିଁ । ଆତଙ୍କୀ ଆର୍ଥିକ କାରବାର, ନିଯୁକ୍ତି, କଟ୍ଟରପନ୍ଥୀକରଣ ଏବଂ ସୁରକ୍ଷିତ ଆଶ୍ରୟସ୍ଥଳୀର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ପଡ଼ିବ। ଯେଉଁ ଦେଶଗୁଡ଼ିକ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତିର ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି, କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ସହାୟତା ଯୋଗାଉଛନ୍ତି, ସେମାନଙ୍କ ପାଇଁ କଡା ବାର୍ତ୍ତା ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଏସସିଓ ବୈଠକରେ ମତ ରଖିଛନ୍ତି।
ଏହାସହ ପଢ଼ନ୍ତୁ: GDP ଅଭିବୃଦ୍ଧି ଭିତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍; 'ବୁଲିବାକୁ ବିଦେଶ ଯାଆନ୍ତୁନି'
କିର୍ଗିଜସ୍ଥାନର ବିଶକେକଠାରେ ଆୟୋଜିତ ୨୬ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ସ୍ତମ୍ଭ ଉପରେ ଗୁରୁତ୍ବ ଦେଇଛନ୍ତି । ସୁରକ୍ଷା, ଯୋଗାଯୋଗ ଓ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ଦେଇଛନ୍ତି । SCO ଦେଶଗୁଡ଼ିକ ମଧ୍ୟରେ ମିଳିତ ଅଗ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ ଏବଂ ବିଶ୍ୱସନୀୟ ସଂଯୋଗୀକରଣ ପଦକ୍ଷେପ ଜରୁରୀ । ଆଜିର ପରସ୍ପର ଯୋଡ଼ିହୋଇଥିବା ବିଶ୍ୱରେ, ସୁରକ୍ଷାର ପରିସର ଯଥେଷ୍ଟ ବୃଦ୍ଧି ପାଇଛି। ପଶ୍ଚିମ ଏସିଆର ସଙ୍କଟ ଦର୍ଶାଇଛି ଯେ କୌଣସି ଗୋଟିଏ ଅଞ୍ଚଳର ସଂଘର୍ଷ କେବଳ ସେହି ଅଞ୍ଚଳ ମଧ୍ୟରେ ସୀମିତ ରହୁନାହିଁ । ଶକ୍ତି ସୁରକ୍ଷା, ସାମୁଦ୍ରିକ ବାଣିଜ୍ୟ ଏବଂ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରୁଛି । ସେଥିପାଇଁ ସମସ୍ତ ଉତ୍ତେଜନା ଏବଂ ସଂଘର୍ଷର ସମାଧାନ ଯୁଦ୍ଧକ୍ଷେତ୍ରରେ ନୁହେଁ, ବରଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମ୍ଭବ ବୋଲି ଭାରତ ବାରମ୍ବାର କହି ଆସୁଛି । । ଏଥିସହ ଆଗାମୀ ୨୫ ବର୍ଷ ପାଇଁ SCO ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛି ଭାରତ।
ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଗ୍ରୁପ୍ ଫଟୋ ଉଠାଇଥିଲେ । ଏହାପରେ ଶୀର୍ଷ ନେତ୍ବତ୍ବମାନେ ମିଳିତ ରାଜିନାମାରେ ସ୍ବାକ୍ଷରିତ କରିଥିଲେ । ମୋଦିଙ୍କ ହାତରେ ରୁଷ-ଚୀନ । ସାଂଘାଇ ସହଯୋଗ ସଂଗଠନ ବୈଠକରେ ଦେଖିବାକୁ ମିଳିଥିଲା ଏଭଳି ରୋଚକ ଚିତ୍ର । ପିଏମ ମୋଦି ସମସ୍ତ ନେତାଙ୍କ ସହ ଫଟୋ ସୁଟ ପାଇଁ ଯିବା ବେଳେ ଗୋଟିଏ ହାତରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଓ ଅନ୍ୟ ହାତରେ ଥିଲା ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ହାତ । ଦୁଇ ନେତାଙ୍କୁ ଏକା ବେଳେ ଦୁଇ ହାତରେ ଧରିଥିଲେ ପିଏମ ମୋଦି । ଏଥିରେ ଭାରତର ଶକ୍ତି ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଦୁଇ ମହାଶକ୍ତିଙ୍କୁ ଦୁଇ ହାତରେ ଧରି ବିଶ୍ବକୁ ଭାରତ ନିଜ ଶକ୍ତର ସନ୍ଦେଶ ଦେଇଥିଲା । ସେଠାରେ ଉପସ୍ଥିତ ଥିବା ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଥିଲା । ଗତ ଏସସିଓ ବୈଠକରେ ମଧ୍ୟ ବିଶ୍ବ ନେତାମାନେ ମୋଦିଙ୍କୁ ପାଛୋଟି ନେଇଥିବା ବେଳେ ସରିଫଙ୍କୁ ଏଡାଇ ଯାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories