Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ

National

ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ

Jitendra Dash
Browse all articles by Jitendra Dash
·2 years ago·2 min read
ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ

ଅର୍ଗସ ବ୍ୟୁରୋ : ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ । ରାଷ୍ଟ୍ରୀୟ ମତଦାତା ଦିବସରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ‘ନମୋ ନବ ମତଦାତା ସମ୍ମିଳନୀ’କୁ ନେଇ ଉତ୍ସାହିତ ଦେଶର ଯୁବବର୍ଗ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଯୁବ ଭୋଟରଙ୍କୁ ସମ୍ବୋଧିତ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ନେତୃତ୍ୱ ନେବାକୁ ଦେଇଛନ୍ତି ଆହ୍ବାନ । ନମୋ ନବ ମତଦାତା ସମ୍ମିଳନୀରେ ଦେଶର ୫ ହଜାର ସ୍ଥାନରୁ ଯୋଡ଼ି ହଇଥିଲେ ୫୦ ଲକ୍ଷରୁ ଅଧିକ ନୂଆ ଭୋଟର । ଓଡ଼ିଶାରେ ୨୫୦ ସ୍ଥାନରୁ ପ୍ରାୟ ଅଢେଇ ଲକ୍ଷ ନୂଆ ମତଦାତା ବି ହୋଇଥିଲେ ସମ୍ମିଳନୀରେ ସାମିଲ । 

ନମୋ ନବ ମତଦାତା ସମ୍ମିଳନୀ ଆୟୋଜନ ସହ ୨୦୨୪ ନିର୍ବାଚନ ପାଇଁ ଔପଚାରିକ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି ବିଜେପି । `ସ୍ବପ୍ନ ନୁହେଁ ବାସ୍ତବତା ବାଣ୍ଟି, ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି ମୋଦି' ଗୀତ ଜାରି କରି ବିରୋଧୀଙ୍କୁ ନୂଆ ଭାରତର ଶକ୍ତି ଦେଖାଇଛି ବିଜେପି । କ୍ଷମତା ନିଶାରେ ଚୁର ଇଣ୍ଡି ମେଣ୍ଟ ଖଣ୍ଡଖଣ୍ଡ ହେଉଥିବାବେଳେ ଯୁବ ଭୋଟରଙ୍କ ଉପରେ ଫୋକସ କରିଛି ବିଜେପି । ବୁଧବାର ପଶ୍ଚିମବଙ୍ଗରେ ମମତା ସରକାର ଓ ଦିଲ୍ଲୀ ଆପ ସରକାର ଇଣ୍ଡି ମେଣ୍ଟ ଉପରୁ ଭରସା ତୁଟାଇଥିବାବେଳେ ଗୁରୁବାର ଇଣ୍ଡି ମେଣ୍ଟକୁ ଲାଗିଛି ଆଉ ଏକ ଶକ୍ତ ଧକ୍କା । ବିହାରରେ ଆସନ ବୁଝାମଣାରୁ ଦୂରେଇ ଯାଇଛନ୍ତି ନୀତୀଶ କୁମାର ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ଫୋକସରେ ଯୁବ ଭୋଟର । ଚଳିତ ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ସହ ୫୧ ପ୍ରତିଶତ ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହାର ଆଧାର ବନିବେ ଯୁବ ଭୋଟର । ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ୩ଟି ରାଜ୍ୟରେ ମିଳିଥିଲା ବିଜୟ । ଆଉ ଏହା ପଛରେ ଯୁବ ଭୋଟରଙ୍କର ବଡ଼ ଭୂମିକା ଥିଲା । ଗୋଟେ ପଟେ ଓଡ଼ିଶାର ଯୁବ ଭୋଟରଙ୍କୁ ନବୀନଙ୍କ ସଭାକୁ ଆଣିବା ପାଇଁ ପ୍ରଲୋଭନ ଓ ଧମକ ଦିଆଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ବାଦ ପାଇଁ ସାରା ଦେଶରେ ଯୁବ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏହି ଉତ୍ସାହକୁ ଆଗାମୀ ନିର୍ବାଚନ ପରିଣାମ ସହ ଯୋଡ଼ି ଦେଖୁଛନ୍ତି ରାଜନୈତିକ ପଣ୍ଡିତ । 
 

Sponsored